ETV Bharat / bharat

Ukraine war: ଡେନମାର୍କରୁ ମୋଦିଙ୍କ ଆହ୍ୱାନ, ତୁରନ୍ତ ହେଉ ଯୁଦ୍ଧବିରତି - ପ୍ରଧାନମନ୍ତ୍ରୀଙ୍କ ୟୁରୋପ ଗସ୍ତ

ଡେନମାର୍କରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ବାନ । ତୁରନ୍ତ ଯୁଦ୍ଧ ବନ୍ଦ କରିବା ସହ ଆଲୋଚନା ଟେବୁଲକୁ ଆସନ୍ତୁ ଉଭୟ ଋଷ ଓ ୟୁକ୍ରେନ । ମତ ସହ ସ୍ବର ମିଳାଇଲେ ଡେନମାର୍କ ପ୍ରଧାନମନ୍ତ୍ରୀ । କହିଲେ ଋଷକୁ ପ୍ରଭାବିତ କରିପାରିବ ଭାରତ । ଅଧିକ ପଢନ୍ତୁ

Ukraine war: ଡେନମାର୍କରୁ ମୋଦିଙ୍କ ଆହ୍ବାନ, ତୁରନ୍ତ ହେଉ ଯୁଦ୍ଧ ବିରତି

author img

By

Published : May 3, 2022, 9:57 PM IST

କୋପେନେଗେନ: ଡେନମାର୍କ ଗସ୍ତର ଥିବା ପ୍ରଧାନମନ୍ତ୍ରୀ ମୋଦି ଆଜି ଡେନମାର୍କ ମାଟିରୁ ୟୁକ୍ରେନ-ଋଷ ଯୁଦ୍ଧ ନେଇ ଚିନ୍ତା ପ୍ରକଟ କରିଛନ୍ତି । ବର୍ତ୍ତମାନ ପରିସ୍ଥିତିରେ ଯୁଦ୍ଧ ତୁରନ୍ତ ବନ୍ଦ କରାଯାଇ କୂଟନୈତିକ ଆଲୋଚନା ମାଧ୍ୟମରେ ସମାଧାନ ଦିଗରେ ଉଭୟ ପ୍ରତିଦ୍ବନ୍ଦୀ ଦେଶ ଆଗକୁ ବଢନ୍ତୁ ବୋଲି ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଛନ୍ତି । ପ୍ରତିପକ୍ଷ ତଥା ଡାନିସ ପ୍ରଧାନମନ୍ତ୍ରୀ ମେଟେ ଫ୍ରେଡେରିକସେନ ନରେନ୍ଦ୍ର ମୋଦିଙ୍କ ମତ ସହ ସ୍ବର ମିଳାଇବା ସହ ଭାରତ ଚାହିଁଲେ ଋଷକୁ ଯୁଦ୍ଧ ବନ୍ଦ କରିବା ପାଇଁ ପ୍ରଭାବିତ କରିବ ନେଇ ଆଶା ପ୍ରକଟ କରିଛନ୍ତି ।

ଦୁଇ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ପରେ ମିଳିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବା ଅବସରରେ ମୋଦି ଏହି ପ୍ରସଙ୍ଗ ଉଠାଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ୟୁକ୍ରେନ-ଋଷ ସଙ୍କଟର ସମାଧାନ କେବଳ ଆଲୋଚନା ଟେବୁଲରେ ହିଁ ସମ୍ଭବ । ତେଣୁ ଉଭୟ ରାଷ୍ଟ୍ର ତୁରନ୍ତ ଯୁଦ୍ଧ ବନ୍ଦ ଘୋଷଣା କରିବା ସହ ସମାଧାନ ପାଇଁ କୂଟନୈତିକ ଆଲୋଚନାକୁ ବାଛନ୍ତୁ ।

ଗତକାଲି ଗସ୍ତର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ମୋଦି ଜର୍ମାନୀ ରାଜଧାନୀ ବର୍ଲିିନରେ ପହଞ୍ଚିଥିଲେ । ସେ ସେଠାରେ ସରକାରୀ କାର୍ଯ୍ୟକ୍ରମ ବ୍ୟତୀତ ଏକ ବିଶାଳ ପ୍ରବାସୀ ଭାରତୀୟ ସମୂଦାୟଙ୍କୁ ମସ୍ବୋଧିତ ମଧ୍ୟ କରିଥିଲେ । ଏହି ସମ୍ବୋଧନରେ ମଧ୍ୟ ସେ ଋଷ-ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗ ଉଠାଇଥିଲେ । ଯୁଦ୍ଧରେ କେହି ବି ଲାଭନ୍ବିତ ହେବ ନାହିଁ ବୋଲି ମୋଦି କହିଥିଲେ ।

ଯୁଦ୍ଧ ଆରମ୍ଭରୁ ଭାରତ ତାର ନିରପେକ୍ଷ ଆଭିମୁଖ୍ୟ ବଜାୟ ରଖିବା ସହ ଆଲୋଚନା ମାଧ୍ୟମରେ ସଙ୍କଟର ସମାଧାନ କରିବାକୁ ଉଭୟ ଋଷ ଓ ୟୁକ୍ରେନକୁ ଆହ୍ବାନ ଦେଇସାରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଉଭୟ ରାଷ୍ଟ୍ରପତି ପୁଟିନ ଓ ଜେଲେନସ୍କିଙ୍କ ସହ ଟେଲିଫୋନରେ କଥା ହେବା ସହ କୂଟନୈତିକ ଆଲୋଚନାକୁ ପ୍ରଧାନ୍ୟ ଦେବା ପାଇଁ ଆହ୍ବାନ ଦେଇ ଆସିଛନ୍ତି । ଜାତିସଂଘ ସମେତ ଏକାଧିକ ଅନ୍ତର୍ଜାତୀୟ ଫୋରମରେ ମଧ୍ୟ ଭାରତ କୌଣସି ପକ୍ଷଭୂକ୍ତ ନହୋଇ ହିଂସାକୁ ବିରୋଧ କରିବା ସହ ଆଲୋଚନା ଦିଗରେ ବଢିବା ନେଇ ମତ ରଖିସାରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.