ଚିରାଗ ପାସୱାନଙ୍କ ଦାଦା ପାଶୁପତି ପାରସ କ୍ୟାବିନେଟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ।
Modi Cabinet Reshuffle: ମୋଦି 2.0 କ୍ୟାବିନେଟ ବିସ୍ତାର, ଶପଥ ଗ୍ରହଣ ଆରମ୍ଭ - Modi Cabinet Live Update
18:24 July 07
କ୍ୟାବିନେଟ ମନ୍ତ୍ରୀ ଭାବରେ ଶପଥ ନେଲେ ପଶୁପତି ପାରସ
18:20 July 07
ଶପଥ ନେଲେ ଅଶ୍ବିନୀ ବୈଷ୍ଣବ
କେନ୍ଦ୍ରମନ୍ତ୍ରୀ ଭାବେ ଶପଥ ନେଲେ ଅଶ୍ବିନୀ ବୈଷ୍ଣବ । କ୍ୟାବିନେଟ୍ ମନ୍ତ୍ରୀ ଭାବେ ନେଲେ ଶପଥ । ଓଡ଼ିଶାରୁ ରାଜ୍ୟସଭା ସାଂସଦ ଅଛନ୍ତି ଅଶ୍ବିନୀ ।
18:18 July 07
ଶପଥ ନେଲେ ସିନ୍ଧିଆ
ମଧ୍ୟପ୍ରଦେଶରୁ ବିଜେପି ରାଜ୍ୟସଭା ସାଂସଦ ଜ୍ୟୋତିରାଦିତ୍ୟ ସନ୍ଧିଆ ଚତୁର୍ଥ ନମ୍ବରରେ ଶପଥ ଗ୍ରହଣ କରିଛନ୍ତି ।
18:17 July 07
ଶପଥ ନେଲେ ଡାକ୍ତର ବିରେନ୍ଦ୍ର କୁମାର
ରାଷ୍ଟ୍ରପତି ରାମନାଥ କୋବିନ୍ଦ ଡାକ୍ତର ବିରେନ୍ଦ୍ର କୁମାରଙ୍କୁ ଶପଥ ଗ୍ରହଣ କରାଇଛନ୍ତି । ବିରେନ୍ଦ୍ର କୁମାର ଟିକାମଗଡରୁ ସାଂସଦ ଅଛନ୍ତି ।
18:15 July 07
ଶପଥ ନେଲେ ସୋନୱାଲ
ଦ୍ବିତୀୟ ନମ୍ବରରେ ଶପଥ ନେଲେ ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ
18:09 July 07
ନାରାୟଣରାଣେ ନେଲେ କ୍ୟାବିନେଟ ମନ୍ତ୍ରୀପଦର ଶପଥ
ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ନାରାୟଣ ରାଣେ କେନ୍ଦ୍ର ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ରାଣେ 6 ଥର ବିଧାୟକ ରହିଛନ୍ତି। ସେ ମହାରାଷ୍ଟ୍ରର ରାଜ୍ୟସଭା ସାଂସଦ।
17:37 July 07
12 ମନ୍ତ୍ରୀଙ୍କ ଇସ୍ତଫା ଗ୍ରହଣ କଲେ ରାଷ୍ଟ୍ରପତି
ଆଇଟି ମନ୍ତ୍ରୀ ରବି ଶଙ୍କର ପ୍ରସାଦ, ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କ ସମେତ ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ, ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ‘ନିଶଙ୍କ’ଙ୍କ ଇସ୍ତଫା ଗ୍ରହଣ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ମନ୍ତ୍ରୀ ପରିଷଦର ମୋଟ 12 ଜଣ ମନ୍ତ୍ରୀଙ୍କ ଇସ୍ତଫା ଗ୍ରହଣ କରିଛନ୍ତି ରାଷ୍ଟ୍ରପତି ।
16:07 July 07
ଖାଉଟି ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ରାଓ ସାହେବ ପାଟିଲଙ୍କ ଇସ୍ତଫା

16:06 July 07
ଆସାନସୋଲ ସାଂସଦ ବାବୁଲ ସୁପ୍ରିଓ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି

15:16 July 07
ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମୟୂରଭଞ୍ଜ ସାଂସଦ ବିଶେଶ୍ବର ଟୁଡୁ
ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି ମୟୂରଭଞ୍ଜ ସାଂସଦ ବିଶେଶ୍ବର । ସନ୍ଧ୍ୟାରେ ରାଷ୍ଟ୍ରପତି ଭବନକୁ ଆସିବାକୁ ଟୁଡୁଙ୍କୁ କୁହାଯାଇଛି । କେନ୍ଦ୍ର ମନ୍ତ୍ରମଣ୍ଡଳରେ ସାମିଲ ହେବେ ଟୁଡୁ ।
15:16 July 07
ପ୍ରତାପ ଷଡ଼ଙ୍ଗୀଙ୍କ ଇସ୍ତଫା
କେନ୍ଦ୍ର ମନ୍ତ୍ରିମଣ୍ଡଳ ସଂପ୍ରସାରଣ ପୂର୍ବରୁ ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଇସ୍ତଫା । କେନ୍ଦ୍ର MSME ମନ୍ତ୍ରୀ ଥିଲେ ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ ।
15:05 July 07
ଓଡିଶାରୁ 2 ମନ୍ତ୍ରୀ ! ଅଶ୍ବିନୀ ବୈଷ୍ଣବ ଓ ବିଶେଶ୍ବର ଟୁଡୁଙ୍କ ନାଁରେ ବାଜିବ ମୋହର
ଓଡ଼ିଶାରୁ ହୋଇପାରନ୍ତି ୨ ମନ୍ତ୍ରୀ । ନୂଆ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଓଡ଼ିଶାର ୨ ମନ୍ତ୍ରୀ ସାମିଲ ହେବାନେଇ ରହିଛି ସମ୍ଭାବନା । ପୂର୍ବତନ IAS ଅଧିକାରୀ ଅଶ୍ବିନୀ ବୈଷ୍ଣବ ଓ ମୟୂରଭଞ୍ଜ ସାଂସଦ ବିଶ୍ବେଶ୍ବର ଟୁଡୁ ବି କେନ୍ଦ୍ର ମନ୍ତ୍ରୀ ହେବା ସମ୍ଭାବନା ରହିଛି ।
15:03 July 07
ହର୍ଷବର୍ଦ୍ଧନଙ୍କ ଇସ୍ତଫା, ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲଙ୍କ ଛୁଟି
କ୍ୟାବିନେଟ ବିସ୍ତାର ପୂର୍ବରୁ ଜଣେ ପରେ ଜଣେ ନେତା ଇସ୍ତଫା ଦେବାରେ ଲାଗିଛନ୍ତି । କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଇସ୍ତଫା ଦେଇଥିବାବେଳେ ଶିକ୍ଷାମନ୍ତ୍ରୀ ରମେଶ ସିଂହ ପୋଖରିଆଲଙ୍କୁ ଦିଆଯାଇଛି ଛୁଟି ।
କୋରୋନା ସଙ୍କଟ ସମୟରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ସବୁଠୁ ବଡ ପ୍ରଶ୍ନ ହୋଇଛି । କୋରୋନା କାଳରେ ଯେଭଳି ଭାବରେ ପରିଚାଳନାକୁ ନେଇ ବିରୋଧୀ ସରକାରଙ୍କୁ ଘେରିବାକୁ ଲାଗିଥିଲେ, ଏଥିରୁ ସ୍ପଷ୍ଟ ହୋଇଥିଲା ଯେ ଟାର୍ଗେଟକୁ ଆସିପାରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ।
ହର୍ଷବର୍ଦ୍ଧନ ଓ ରମେଶ ପୋଖରିଆଲଙ୍କ ସମେତ ସନ୍ତୋଷ ଗଙ୍ଗୱାର, ଦେବଶ୍ରୀ ଚୌଧୁରୀ, ସଦାନନ୍ଦ ଗୌଡ ମଧ୍ୟ ଇସ୍ତଫା ଦେଇଛନ୍ତି ।
14:36 July 07
ମୋଦି 2.0 କ୍ୟାବିନେଟ ବିସ୍ତାର, 43 ମନ୍ତ୍ରୀ ନେବେ ଶପଥ
ଆଉ କିଛି ଘଣ୍ଟା ପରେ ହେବ କେନ୍ଦ୍ର ମନ୍ତ୍ରୀମଣ୍ଡଳର ବିସ୍ତାର । ଏହାପୂର୍ବରୁ ଦିଲ୍ଲୀ ଦରବାରରେ ଆରମ୍ଭ ହୋଇଯାଇଛି ହଲଚଲ । ଆଜି ସଂଧ୍ୟା ୬ଟାରେ କେନ୍ଦ୍ର ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ହେବ । ଶପଥ ନେବେ ୪୩ ଜଣ ନୂଆ ଓ ପୁରୁଣା ମନ୍ତ୍ରୀ । କେତେକ ରାଷ୍ଟ୍ର ମନ୍ତ୍ରୀ କ୍ୟାବିନେଟ ମନ୍ତ୍ରୀ ଭାବେ ମଧ୍ୟ ନେଇପାରନ୍ତି ଶପଥ ।
ମନ୍ତ୍ରୀମଣ୍ଡଳରେ ନୂଆ ନାଁ ଯୋଡିହେବା ପୂର୍ବରୁ କିଛି ପୁରୁଣା ଚେହେରାକୁ ମଧ୍ୟ ଛୁଟି ଦିଆଯାଇଛି ।