ETV Bharat / bharat

ଉଚ୍ଚଶିକ୍ଷାରୁ ବଞ୍ଚିତ ହେବେନି ଅନୁସୂଚୀତ ଜାତିବର୍ଗ, ସିଧା ବ୍ୟାଙ୍କ୍‌ ଖାତାକୁ ଆସିବ ଛାତ୍ରବୃତ୍ତି ଅର୍ଥ - କ୍ୟାବିନେଟ ମଞ୍ଜୁରୀ

ଅନସୂଚୀତ ଜାତିର ଛାତ୍ରଛାତ୍ରୀଙ୍କ ପାଇଁ 59,000 କୋଟି ଟଙ୍କାର ଛାତ୍ରବୃତ୍ତି ଯୋଜନାକୁ କେନ୍ଦ୍ର କ୍ୟାବିନେଟ ପକ୍ଷରୁ ମଞ୍ଜୁରୀ ମିଳିଛି । ଦଶମ ଶ୍ରେଣୀ ପରେ ପ୍ରଦାନ କରାଯିବ ଏହି ଛାତ୍ରବୃତ୍ତି । ତେବେ 4 କୋଟିରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କୁ ମିଳିବ ଏହି ଯୋଜନାର ଲାଭ । ଅଧିକ ପଢନ୍ତୁ...

ଉଚ୍ଚଶିକ୍ଷାରୁ ବଞ୍ଚିତ ହେବେନି ଅନୁସୂଚୀତ ଜାତିବର୍ଗ, ସିଧା ବ୍ୟାଙ୍କ୍‌ ଖାତାକୁ ଆସିବ ଛାତ୍ରବୃତ୍ତି

author img

By

Published : Dec 23, 2020, 9:10 PM IST

ନୂଆଦିଲ୍ଲୀ: ଅନୁସୂଚୀତ ଜାତିର ଛାତ୍ରଛାତ୍ରୀଙ୍କ ଶିକ୍ଷାକୁ ପ୍ରୋତ୍ସାହନ ପାଇଁ ବଡ ନିଷ୍ପତ୍ତି ନେଇଛି ମୋଦି କ୍ୟାବିନେଟ । ଅନସୂଚୀତ ଜାତିର ଛାତ୍ରଛାତ୍ରୀଙ୍କ ପାଇଁ 59,000 କୋଟି ଟଙ୍କାର ଛାତ୍ରବୃତ୍ତି ଯୋଜନାକୁ କେନ୍ଦ୍ର କ୍ୟାବିନେଟ ପକ୍ଷରୁ ମଞ୍ଜୁରୀ ମିଳିଛି । ଦଶମ ଶ୍ରେଣୀ ପରେ ପ୍ରଦାନ କରାଯିବ ଏହି ଛାତ୍ରବୃତ୍ତି । ତେବେ 4 କୋଟିରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କୁ ମିଳିବ ଏହି ଯୋଜନାର ଲାଭ ।

ଉଚ୍ଚଶିକ୍ଷାରୁ ବଞ୍ଚିତ ହେବେନି ଅନୁସୂଚୀତ ଜାତିବର୍ଗ, ସିଧା ବ୍ୟାଙ୍କ୍‌ ଖାତାକୁ ଆସିବ ଛାତ୍ରବୃତ୍ତି
ଉଚ୍ଚଶିକ୍ଷାରୁ ବଞ୍ଚିତ ହେବେନି ଅନୁସୂଚୀତ ଜାତିବର୍ଗ, ସିଧା ବ୍ୟାଙ୍କ୍‌ ଖାତାକୁ ଆସିବ ଛାତ୍ରବୃତ୍ତି

ଛାତ୍ରବୃତ୍ତି ପାଇଁ 60 ପ୍ରତିଶତ ଅର୍ଥ କେନ୍ଦ୍ର ସରକାର ଓ 40 ପ୍ରତିଶତ ଅର୍ଥ ରାଜ୍ୟ ସରକାର ଦେବେ । ଏନେଇ ସୂଚନା ଦେଇଛନ୍ତି ସାମାଜିକ ନ୍ୟାୟ ଏବଂ ଅଧିକାର ମନ୍ତ୍ରୀ ଥାବର ଚନ୍ଦ ଗେହଲଟ । ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ଦଶମ ପରବର୍ତ୍ତୀ ଛାତ୍ରବୃତ୍ତି(ପିଏମଏସ-ଏସସି) କେନ୍ଦ୍ର ପ୍ରାୟୋଜିତ ଯୋଜନାକୁ ବଡ ପରିବର୍ତ୍ତନ ସହ ମଞ୍ଜୁରୀ ଦିଆଯାଇଛି । ତେବେ ଅନୁସୂଚୀତ ଜାତିର ଛାତ୍ରଛାତ୍ରୀ ଦଶମ ଶ୍ରେଣୀ ପରେ କିପରି ନିଜର ଉଚ୍ଚଶିକ୍ଷାକୁ ସଫଳତାପୂର୍ବକ ଶେଷ କରିପାରିବେ, ଏହା ଏହି ଯୋଜନାର ଉଦ୍ଦେଶ୍ୟ ।

ଧର୍ମେନ୍ଦ୍ର ପ୍ରଧାନଙ୍କ ଟ୍ବିଟ
ଧର୍ମେନ୍ଦ୍ର ପ୍ରଧାନଙ୍କ ଟ୍ବିଟ

ସରକାରୀ ବିଜ୍ଞପ୍ତି ଅନୁଯାୟୀ ଦଶମ ଶ୍ରେଣୀ ପରେ ପଢା ଜାରି ରଖିପାରୁନଥିବା 1 କୋଟି 36 ଲକ୍ଷ ଦରିଦ୍ର ଛାତ୍ରଛାତ୍ରୀଙ୍କୁ ଆଗାମୀ 5 ବର୍ଷରେ ଉଚ୍ଚଶିକ୍ଷା ପ୍ରଣାଳୀ ଅଧିନରେ ଅଣାଯାଇପାରିବ । ତେବେ ରାଜ୍ୟ ଅନଲାଇନ ପୋର୍ଟାଲରେ ଯୋଗ୍ୟତା, ଜାତିଗତ ପ୍ରମାଣପତ୍ର, ଆଧାର ପରିଚୟପତ୍ର ଓ ବ୍ୟାଙ୍କ୍‌ ଖାତାର ବିବରଣୀଗୁଡିକର ବ୍ୟାପକ ଯାଞ୍ଚ ହେବ ବୋଲି ବିଜ୍ଞପ୍ତିରେ କୁହାଯାଇଛି ।

ଏହି ଯୋଜନା ଅନ୍ତର୍ଗତ କେନ୍ଦ୍ରର 60 ପ୍ରତିଶତ ଅର୍ଥରାଶି ସିଧାସଳଖ ବ୍ୟାଙ୍କ୍‌ ଖାତା ତଥା ଡିବିଟି ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ପଠାଯିବ । ବିଜ୍ଞପ୍ତିରେ କୁହାଯାଇଛି ଯେ ଗତ 3 ବର୍ଷରେ ଏହି ଯୋଜନା ଅନ୍ତର୍ଗତ ବାର୍ଷିକ 1100 କୋଟି ଟଙ୍କା କେନ୍ଦ୍ର ସହାୟତା ପ୍ରଦାନ କରାଯାଉଥିବା ବେଳେ ଏବେ ଏଥିରେ 5 ଗୁଣ ବୃଦ୍ଧି କରାଯିବ । ତେବେ ଆଗାମୀ 5 ବର୍ଷ ପର୍ଯ୍ୟନ୍ତ ପ୍ରତ୍ୟେକ ବର୍ଷ ପାଖାପାଖି 6 ହଜାର କୋଟି ଟଙ୍କା କେନ୍ଦ୍ର ସହାୟତା ଅର୍ଥ ପ୍ରଦାନ କରିବ ।

ଏହି ଯୋଜନା ସୁଦୃଢ ସୁରକ୍ଷା ଉପାୟ ସହିତ ଅନଲାଇନ ପ୍ଲାଟଫର୍ମରେ ପରିଚାଳିତ କରାଯିବ, ଯେଉଁଥିରେ ପାରଦର୍ଶିତା, ଉତ୍ତରଦାୟୀତ୍ବ, କାର୍ଯ୍ୟକ୍ଷମତା ତଥା ଅବିଳମ୍ବେ ସମୟବଦ୍ଧ ସହାୟତା ସୁନିଶ୍ଚିତ କରାଯିବା ନେଇ କୁହାଯାଇଛି ।

ଟ୍ବିଟ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଏହି ଆର୍ଥିକ ସହାୟତା ଅନୁସୂଚିତ ଜାତି ସମୁଦାୟର ଛାତ୍ରଛାତ୍ରୀଙ୍କ ଆକାଂକ୍ଷାକୁ ପୂରଣ କରିବ ଏବଂ ସେମାନଙ୍କ ଲକ୍ଷ୍ୟ ହାସଲ କରିବାରେ ସଶକ୍ତ କରିବ । ସେ ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ, ବୃତ୍ତି ଯୋଜନାରେ ୫୯,୦୪୮ କୋଟି ଟଙ୍କାର ମୋଟ ଅନୁମୋଦନ ରାଶିରୁ କେନ୍ଦ୍ର ସରକାରଙ୍କ ଦ୍ବାରା ୩୫, ୫୩୪ କୋଟି ଟଙ୍କା ଆଗାମୀ ୫ ବର୍ଷରେ ଖର୍ଚ୍ଚ କରାଯିବ ।

ଏହା ପଛୁଆ ବର୍ଗର ୪ କୋଟି ଛାତ୍ରଛାତ୍ରୀଙ୍କୁ ଶିକ୍ଷା କ୍ଷେତ୍ରରେ ହେଉଥିବା ଅସୁବିଧାକୁ ଦୂର କରିବ ଓ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବାରେ ସହାୟକ ହେବା ସହ ଦୁର୍ବଳ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ଆକାଂକ୍ଷାକୁ ପୂରଣ କରିବ । ସେ ଏହା ମଧ୍ୟ ଟ୍ବିଟ କରିଛନ୍ତି ଯେ, ଆତ୍ମନିର୍ଭର ଭାରତର ପ୍ରଗତିରେ ପଛୁଆ ବର୍ଗର ଲୋକଙ୍କୁ ସମାନ ଅଂଶୀଦାର କରିବା ପାଇଁ ମୋଦି ସରକାର ପ୍ରତିଶ୍ରୁତିବଦ୍ଧ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.