ETV Bharat / bharat

ପ୍ରତିରକ୍ଷା କ୍ଷେତ୍ର ପାଇଁ ସାମାନ୍ୟ ବଜେଟୀୟ ଆବଣ୍ଟନ - ପ୍ରତିରକ୍ଷା କ୍ଷେତ୍ର ପାଇଁ ସାମାନ୍ୟ ବଜେଟୀୟ ଆବଣ୍ଟନ

୨୦୨୦ରେ କୋଭିଡ-୧୯ ମହାମାରୀ ସାରା ବିଶ୍ୱ ପାଇଁ ଆଣିଦେଇଛି ଅକଥନୀୟ ଦୁର୍ଦ୍ଦଶା । ଅନେକ କ୍ଷତି ହୋଇଛି । ବିଭିନ୍ନ ଦେଶର ଅର୍ଥନୀତିକୁ ସଂକଟରେ ପକାଇଛି କୋଭିଡ ମହାମାରୀ । ଅର୍ଥନୈତିକ ଅଭିବୃଦ୍ଧି ହାର ମାନ୍ଦା ରହିଥିଲା, ଯାହା ଫଳରେ ନୀତି ନିର୍ଦ୍ଧାରକଙ୍କ ପାଇଁ ସ୍ଥିତିରେ ସୁଧାର ଆଣିବା ପାଇଁ ସୃଷ୍ଟି ହୋଇଥିଲା ବଡ ଆହ୍ୱାନ ।

ପ୍ରତିରକ୍ଷା କ୍ଷେତ୍ର ପାଇଁ ସାମାନ୍ୟ ବଜେଟୀୟ ଆବଣ୍ଟନ

author img

By

Published : Feb 2, 2021, 5:05 PM IST

୨୦୨୦ରେ କୋଭିଡ-୧୯ ମହାମାରୀ ସାରା ବିଶ୍ୱ ପାଇଁ ଆଣିଦେଇଛି ଅକଥନୀୟ ଦୁର୍ଦ୍ଦଶା । ଅନେକ କ୍ଷତି ହୋଇଛି । ବିଭିନ୍ନ ଦେଶର ଅର୍ଥନୀତିକୁ ସଂକଟରେ ପକାଇଛି କୋଭିଡ ମହାମାରୀ । ଅର୍ଥନୈତିକ ଅଭିବୃଦ୍ଧି ହାର ମାନ୍ଦା ରହିଥିଲା, ଯାହା ଫଳରେ ନୀତି ନିର୍ଦ୍ଧାରକଙ୍କ ପାଇଁ ସ୍ଥିତିରେ ସୁଧାର ଆଣିବା ପାଇଁ ସୃଷ୍ଟି ହୋଇଥିଲା ବଡ ଆହ୍ୱାନ । କୋରୋନା ପୃଷ୍ଠଭୂମିରେ ଭାରତର ସରକାର ଉପସ୍ଥାପନ କରିଛନ୍ତି ବାର୍ଷିକ ବଜେଟ୍ । ଆଉ ଏହି ବଜେଟରେ ‘ବେଲ୍ଟ-ଟାଇଟେନିଙ୍ଗ୍‌’ ବୈଶିଷ୍ଟ୍ୟର ପ୍ରତିଫଳନ ଘଟିଛି । ଜନସ୍ୱାସ୍ଥ୍ୟ ଓ ନାଗରିକ ଜନକଲ୍ୟାଣ ପାଇଁ ଉଦ୍ଦିଷ୍ଟ ଯୋଜନାଗୁଡିକୁ ବାଦ୍ ଦେଲେ ସବୁ କ୍ଷେତ୍ରରେ ବେଲଟ୍‌- ଟାଇଟେନିଙ୍ଗ୍ ଦେଖିବାକୁ ମିଳିଛି । ଆଶା ମୁତାବକ ଜନସ୍ୱାସ୍ଥ୍ୟ ସେବା ଓ ଏ ସଂପର୍କିତ କ୍ଷେତ୍ରରେ ସର୍ବାଧିକ ବଜେଟୀୟ ବୃଦ୍ଧି କରାଯାଇଛି ।

୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ସମଗ୍ର ବ୍ୟୟ ଅଟକଳ ୨, ୨୩, ୮୪୬ କୋଟି ରହିଛି । ଏଥିମଧ୍ୟରେ ୩୫ ହଜାର କୋଟି ଟିକାକରଣ ପାଇଁ ଖର୍ଚ୍ଚ କରାଯିବ । ଗତବର୍ଷ ଅପେକ୍ଷା ଏଥିରେ ୧୩୭ ପ୍ରତିଶତ ବୃଦ୍ଧି କରାଯାଇଛି, ଯାହା କି ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ସ୍ମରଣଯୋଗ୍ୟ ଯେ, ବିଶ୍ୱ ବର୍ତ୍ତମାନ ସୁଦ୍ଧା କୋଭିଡ ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରବେଶ କରିନାହିଁ । ଏଥିପାଇଁ ଆହୁରି ବର୍ଷେ,ଦି ବର୍ଷ ଲାଗିଯାଇପାରେ । ଚାଣକ୍ୟଙ୍କ ‘ଅର୍ଥଶାସ୍ତ୍ର’ ଅନୁସାରେ ‘ୟୋଗକ୍ଷମ’ ମାନବ ନିରାପତ୍ତାକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ଜରୁରୀ ହୋଇଥିଲେ ମଧ୍ୟ ଦେଶର ସାର୍ବଭୌମତ୍ୱ ସହ ଜଡିତ ଜାତୀୟ ସୁରକ୍ଷା ମଧ୍ୟ ସମାନ ଗୁରୁତ୍ୱ ଆବଶ୍ୟକ କରେ । ନିର୍ବାଚିତ ରାଜନୈତିକ ନେତୃତ୍ୱର ଏହା ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ।

୨୦୨୦ ଗ୍ରୀଷ୍ମରେ ଲଦାଖର ବାସ୍ତବ ନିୟନ୍ତ୍ରଣ ରେଖା-ଏଲଏସିରେ ଚୀନ୍ ସୈନିକଙ୍କ ଅନୁପ୍ରବେଶ ପରିପ୍ରେକ୍ଷୀରେ ପ୍ରତିରକ୍ଷା ଦିଗ ପ୍ରତି ଧ୍ୟାନ ଦେବା ମୋଦି ସରକାରଙ୍କ ପାଇଁ ଅତି ଜରୁରୀ ଥିଲା । ତେଣୁ ଏଥର ବଜେଟରେ ପ୍ରତିରକ୍ଷା କ୍ଷେତ୍ର ପାଇଁ କେତେ ରାଶି ଆବଂଟିତ ହେଉଛି, ତାହାକୁ ନେଇ ସ୍ୱାଭାବିକ ଭାବେ ଉତ୍କଣ୍ଠା ରହିଥିଲା । କିନ୍ତୁ ଆଶ୍ଚର୍ଯ୍ୟ କଲା ଭଳି କିଛି ହେଲା ନାହିଁ । ସାମଗ୍ରିକ ଭାବେ ପ୍ରତିରକ୍ଷା କ୍ଷେତ୍ରରେ ବଜେଟୀୟ ଆବଂଟନ ସାମାନ୍ୟ ବୃଦ୍ଧି କରାଯାଇଛି । ଗତ ଆର୍ଥିକ ବର୍ଷର ସଂଶୋଧିତ ପ୍ରତିରକ୍ଷା ବ୍ୟୟ ଅଟକଳ ୪, ୭୧, ୦୦୦ କୋଟି ଥିବା ବେଳେ ଏଥର ତାହା ୪, ୭୮, ୦୦୦ କୋଟିକୁ ବୃଦ୍ଧି କରାଯାଇଛି ,ଯାହା କି ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ବଜେଟ୍ଏ ଷ୍ଟିମେସନ ।

ସାଂପ୍ରତିକ ବିନିମୟ ହାରରେ ଏହି ରାଶି ପାଖାପାଖି୬୫ଦଶମିକ ୪୮ ବିଲିଅନ ଆମେରିକୀୟ ଡଲାର ହେବ । ଗତବର୍ଷର ସଂଶୋଧିତ ବ୍ୟୟଠାରୁ ଏଥର ପ୍ରତିରକ୍ଷା କ୍ଷେତ୍ରରେ ମାତ୍ର ୧ ଦଶମିକ ୪୮ ପ୍ରତିଶତ ହିଁ ବୃଦ୍ଧି କରାଯାଇଛି, ଯାହା କି ଅତି ସାମାନ୍ୟ । ଆଉ ଏହି ଆବଂଟନ ଚଳିତ ଆର୍ଥିକ ବର୍ଷର ପ୍ରୋଜେକ୍ଟେଡ୍ ଜିଡିପିର ମାତ୍ର ୧ ଦଶମିକ ୬୩ ପ୍ରତିଶତ । ପ୍ରତିରକ୍ଷା ଆବଂଟନ ୨୦୧୧-୧୨ରୁ ଲଗାତର ଭାବେ ହ୍ରାସ ହୋଇଆସୁଛି । ଜିଡିପିର ୨ ପ୍ରତିଶତରୁ ବି କମ୍ ରହୁଛି । ଏକ ଦୃଢ ଓ ପ୍ରଭାବଶାଳୀ ସେନା ପାଇଁ ଏହି ଆବଂଟନ ଜିଡିପିର ୨ ରୁ ୩ ପ୍ରତିଶତକୁ ବୃଦ୍ଧି ହେବା ଜରୁରୀ ବୋଲି ମତ ପ୍ରକାଶ ପାଇଛି । ବାସ୍ତବ ନିୟନ୍ତ୍ରଣ ରେଖାରେ ଚୀନ୍ ପଟୁ ସୃଷ୍ଟି ହୋଇଥିବା ଆହ୍ୱାନ ସତ୍ତ୍ୱେ ବିଭିନ୍ନ କ୍ଷେତ୍ରରେ ଥିବା ଆହ୍ୱାନ ପରିପ୍ରେକ୍ଷାୀରେ ପ୍ରତିରକ୍ଷା କ୍ଷେତ୍ର ପାଇଁ ଆବଣ୍ଟନ ସ୍ୱଳ୍ପ ରହିବ ବୋଲି ପ୍ରମାଣିତ ହୋଇଛି । ଏଥର ପ୍ରତିରକ୍ଷା ପାଇଁ ଆବଂଟିତ ହୋଇଥିବା ୪, ୭୮, ୦୦୦ କୋଟିରୁ ୧, ୧୬, ୦୦୦ କୋଟି ପେନସନ ଓ ୩, ୬୨, ୦୦୦ କୋଟି ପ୍ରତିରକ୍ଷା ସେବା ପାଇଁ ବ୍ୟୟ କରାଯିବ ।

ଗତବର୍ଷ ତୁଳନାରେ ଏ ବର୍ଷ ପ୍ରତିରକ୍ଷା ସେବା ପାଇଁ ଅର୍ଥରାଶି ଟିକେ ମଜବୁତ କରାଯାଇଛି । କାରଣ ସମଗ୍ର ପ୍ରତିରକ୍ଷା ମନ୍ତ୍ରାଳୟ ଓ ଏହାର ବିଭିନ୍ନ ବିଭାଗ ପାଇଁ ଏହି ରାଶି ୩, ୩୭, ୦୦୦ କୋଟିରୁ ୩, ୬୨, ୦୦୦ କୋଟିକୁ ବୃଦ୍ଧି ପାଇଛି । ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ପ୍ରତିରକ୍ଷା କ୍ଷେତ୍ରକୁ ଆବଂଟିତ ହୋଇଥିବା ଅର୍ଥ ମଧ୍ୟରୁ ପୁଂଜି ବ୍ୟୟ ପରିମାଣ ହେଉଛି ୧, ୩୫, ୦୦୦ କୋଟି । ଏହା ହେଉଛି ବଜେଟୀୟ ହେଡ୍‌, ଯାହା ଅଧୀନରେ ପ୍ରତିରକ୍ଷା ସାମଗ୍ରୀ ଓ ଉପକରଣର ଆଧୁନିକୀକରଣ ହୁଏ ଓ ନୂଆ ନୂଆ ଟ୍ୟାଙ୍କ, ଜାହାଜ ଓ ବିମାନ କିଣା ହୁଏ । ଗତ ଗଲୱାନ କ୍ଷତ ବର୍ଷରେ ସଂଶୋଧିତ ପୁଂଜିଗତ ବ୍ୟୟ ଥିଲା ୧, ୩୪, ୫୧୦ କୋଟି ଟଙ୍କା । ତେଣୁ ଗତବର୍ଷର ସଂଶୋଧିତ ବ୍ୟୟଠାରୁ ବଜେଟୀୟ ପୁଂଜି ଆବଣ୍ଟନ ପ୍ରକୃତ ବୃଦ୍ଧି ମାତ୍ର ସାମାନ୍ୟ ୫ ଶହ କୋଟି ଟଙ୍କା ହିଁ ରହିଛି ।

ଗତ ଆର୍ଥିକ ବର୍ଷରେ ଆନୁମାନିକ ପୁଂଜି ଘଟକ ଥିଲା ୧, ୧୪, ୦୦୦ କୋଟି । ଆମେ ଯଦି ବଜେଟେଡ୍ ଏଷ୍ଟିମେଟ୍ ଦୃଷ୍ଟିରୁ ଦେଖିବା, ତାହା ହେଲେ ୨୧,୦୦୦ କୋଟି ଟଙ୍କା ବୃଦ୍ଧି ସ୍ୱାଗତଯୋଗ୍ୟ । ବୃଦ୍ଧି ହାର ୧୯ ପ୍ରତିଶତ ହୋଇଛି । ତେବେ, ଗତ ସଂଶୋଧିକ ବ୍ୟୟରୁ ବର୍ତମାନର ବଜେଟୀୟ ବ୍ୟୟ ତୁଳନା ହିଁ ଅଧିକ ବୈଧ । ସେ ଦୃଷ୍ଟିରୁ ମାତ୍ର ୫ ଶହ କୋଟି ଟଙ୍କା ହିଁ ବୃଦ୍ଧି କରାଯାଇଛି । ତିନି ସେନା –ସ୍ଥଳସେନା, ବାୟୁସେନା ଓ ନୌସେନା ପାଇଁ ଅଧିକଅର୍ଥ ଅନୁଦାନ ଜରୁରୀ ଅଛି । କାହିଁକି ନା, ତିନି ସେନା ପାଇଁ ନୂଆ ଇନଭେଟ୍ରିଂ କିଣାଯାଇପାରୁ ନାହିଁ । ତେଣୁ ପୁଂଜି ଆବଂଟନ ପ୍ରତ୍ୟେକ ସଶସ୍ତ୍ର ଅପରେସନାଲ ବିଶ୍ୱସନୀୟତା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚକ ହୋଇଥାଏ । କିନ୍ତୁ ଏଠାରେ ଚିତ୍ର ଅସ୍ପଷ୍ଟ । ଗତ ଆର୍ଥିକ ବର୍ଷରେ ସଂଶୋଧିତ ପୁଂଜ ବ୍ୟୟ ( ପ୍ରକୃତ ଖର୍ଚ୍ଚ ରାଶି ) ଥିଲା – ସ୍ଥଳସେନା ପାଇଁ ୩୩୨୧୩ କୋଟି ଟଙ୍କା, ନୌସେନା ପାଇଁ ୩୭, ୫୪୨ କୋଟି ଓ ବାୟୁ ସେନା ପାଇଁ ୫୫, ୦୫୫ କୋଟି ଟଙ୍କା । ଚଳିତ ଆର୍ଥିକ ବର୍ଷ ( ୨୦୨୧-୨୨ ) ପାଇଁ ବଜେଟୀୟ ପୁଂଜି ଆବଂଟନରେ ସ୍ଥଳ ସେନା ପାଇଁ ୩୬, ୫୮୨ କୋଟି, ନୌସେନା ପାଇଁ ୩୩, ୨୫୪ କୋଟି ଓ ବାୟୁସେନା ପାଇଁ ୫୩, ୨୧୫ କୋଟି ଟଙ୍କା ।

ସଂକ୍ଷେପରେ କହିବାକୁ ଗଲେ ଏଥରର ବଜେଟୀୟ ଆବଂଟନ ଓ ଉଚ୍ଚ ପ୍ରତିରକ୍ଷା ମଣ୍ଡଳୀର ଇନଭେଂଟ୍ରି ଯୋଜନା ଅନୁସାରେ ବର୍ତ୍ତମାନର ସୁରକ୍ଷା ଆହ୍ୱାନ ( ଏଲଏସିରେ ଚୀନ ସହ ସମସ୍ୟା ) ଏବଂ ଏ ସଂପର୍କିତ ଦ୍ୱିମୁଖୀ ଅନିବାର୍ଯ୍ୟତା ଦୃଷ୍ଟିରୁ ସ୍ଥଳସେନାକୁ ପ୍ରାଥମିକତା ଦିଆଯାଇଛି । ତେଣୁ ସ୍ଥଳସେନା ପାଇଁ ପୁଂଜି ଆବଂଟନ ବୃଦ୍ଧି କରାଯାଇଛି ( ୩ ହଜାର ୨୬୯ କୋଟି) । କିନ୍ତୁ ନୌସେନା ଓ ବାୟୁସେନାକୁ ପୁଂଜି ଆବଂଟନ ହ୍ରାସ କରାଯାଇଛି ।

ଅନୁମାନ କରାଯାଉଛି ଯେ, ଭାରତର ସର୍ବୋଚ୍ଚ ପ୍ରତିରକ୍ଷାପରିଚାଳନା ଟ୍ରାନ୍ସ ବର୍ଡର ମିଲିଟାରୀ କ୍ୟାପାବିଲିଟି ( ନୌସେନା ଓ ବାୟୁସେନା) ସଂପ୍ରସାରଣକୁ ଏ ବର୍ଷ ସ୍ଥଗିତ ରଖିଛି । ଆଶା କରାଯାଏ ଆସନ୍ତା ବର୍ଷ ଏଥିରେ ପରିବର୍ତ୍ତନ ହେବ , ଯଦି ଭାରତୀୟ ଅର୍ଥନୀତି ଦୃଢ ଭାବେ ପୁନରୁଦ୍ଧାର ହୋଇପାରିବ । ସେନାର ଆଧୁନିକୀକରଣ ପାଇଁ ଆବଶ୍ୟକ ପରିମାଣରେ ପାଂଠି ଯୋଗାଇବା ଭାରତୀୟ ରାଜନୈତିକ ନେତୃତ୍ୱ ପାଇଁ ଜଟିଳ ଆହ୍ୱାନ ହୋଇ ରହିଛି । ଅବଶ୍ୟ ଏବେ ତୁଳନାତ୍ମକ ଉଦାହରଣ ଦେବା ଉଚିତ ମନେ ହେଉ ନ ଥିଲେ ବି ଶେଷଥର ପାଇଁ ଜବାହରଲାଲ ନେହେରୁଙ୍କ ପ୍ରଧାନମନ୍ତ୍ରିତ୍ୱ ସମୟରେ ଭାରତର ପ୍ରତିରକ୍ଷା ଆବଂଟନ ଅତି ସ୍ୱଳ୍ପ ରହିଥିଲା । ଆଉ ୧୯୬୨ ମସିହା ଅକ୍ଟୋବରରେ ଭାରତ କିଭଳି ସ୍ଥିତିର ସମ୍ମୁଖୀନ ହୋଇଥିଲା, ତାହା ସମସ୍ତେ ଜାଣନ୍ତି । ଇତିହାସର ପୁନରାବୃତ୍ତି ହୋଇ ନ ପାରେ, କିନ୍ତୁ ଏହାର ଲୟକୁ ସଠିକ ଭାବେ ଅନୁମାନ କରିବା ଦରକାର ।

ସି. ଉଦୟ ଭାସ୍କର

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.