ETV Bharat / bharat

ବିଚ୍ ରାସ୍ତାରେ ମଡେଲଙ୍କୁ ଆକ୍ରମଣ, 4 ଅଭିଯୁକ୍ତଙ୍କୁ ବାନ୍ଧିଲା କୋଲକାତା ପୋଲିସ

କୋଲକାତା ସ୍ଥିତ ଭିକ୍ଟୋରିଆଲ ମେମୋରିଆଲ ନିକଟରେ ଜଣେ ମଡେଲଙ୍କୁ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି । ମାମଲାରେ 4 ଜଣଙ୍କୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ

ବିଚ୍ ରାସ୍ତାରେ ମଡେଲଙ୍କୁ ଆକ୍ରମଣ
ବିଚ୍ ରାସ୍ତାରେ ମଡେଲଙ୍କୁ ଆକ୍ରମଣ
author img

By

Published : Aug 10, 2023, 10:17 PM IST

କୋଲକାତା: ବଙ୍ଗୀୟ ମଡେଲଙ୍କୁ ଦୁର୍ବ୍ୟବହାର ଅଭିଯୋଗ । କୋଲକାତା ସ୍ଥିତ ଭିକ୍ଟୋରିଆଲ ମେମୋରିଆଲ ନିକଟରେ ବିଳମ୍ବିତ ରାତିରେ ଜଣେ ମଡେଲଙ୍କୁ ଦୁର୍ବ୍ୟବହାର କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଦୃବୁର୍ତ୍ତମାନେ ତାଙ୍କ ଗାଡ଼ିକୁ ଅଟକାଇବା ସହ ଅଶ୍ଳୀଳ ଆଚରଣ କରିଛନ୍ତି । ତେବେ ମଡେଲଙ୍କ ବ୍ୟତୀତ ଗାଡ଼ିରେ ଉପସ୍ଥିତ ଥିବା ଅନ୍ୟ 2ଜଣ ମହିଳାଙ୍କୁ ମଧ୍ୟ ଅଶ୍ଳୀଳ ଇଙ୍ଗିତ କରିବା ସହ ଶାରୀରିକ ନିର୍ଯାତନା ଦେବା ସହ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି । ସେପଟେ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି । ନିକଟସ୍ଥ ସିସିଟିଭିକୁ ଯାଞ୍ଚ କରିବା ସହ ଫୁଟେଜ୍‌ ଆଧାରରେ 4ଯୁବକଙ୍କୁ ଗିରଫ କରିଛି ପୋଲିସ । ତେବେ ଅନ୍ୟ ଜଣେ ଦୁବୃର୍ତ୍ତ ଫେରାର ଥିବା ଜଣାପଡିଛି । ଫେରାର ଥିବା ଅପରାଧୀଙ୍କୁ ଧରିବାକୁ ପୋଲିସ ଛାନଭିନ ଚଳାଇଛି ।

ସୂଚନା ଅନୁସାରେ, ଜଣେ ପୁରୁଷ ମଡେଲ ତାଙ୍କର ବାନ୍ଧବୀ ଏବଂ ଦୁଇ ଜଣ ମହିଳା ବନ୍ଧୁଙ୍କ ସହ ବିଳମ୍ବିତ ରାତିରେ ଘରକୁ ଫେରୁଥିଲେ । ସେମାନେ ବେଲିଗଞ୍ଜ ଛକ ନିକଟରେ ଥିବା ଏକ ଢାବାରେ ରାତ୍ର ଭୋଜନ କରିବା ପରେ କାର ଯୋଗେ ଫେରୁଥିଲେ । ସେହି ସମୟରେ ଆଉ ଏକ କାର ତାଙ୍କୁ ପିଛା କରୁଥିବା ଜାଣିବାକୁ ପାଇଥିଲେ ସଂପୃକ୍ତ ମଡେଲ ଏବଂ ତାଙ୍କ ବନ୍ଧୁ । ଆଉ ଶେଷରେ ଫଲୋ କରି ଆସୁଥିବା ଗାଡ଼ିଟି ମଡେଲଙ୍କ କାରକୁ ଅଟକାଇବାରେ ସକ୍ଷମ ହୋଇଥିଲା।

ଏହା ମଧ୍ୟ ପଢନ୍ତୁ...୬ ହଜାର ଟଙ୍କା ପାଇଁ ଦମ୍ପତିଙ୍କୁ ମରଣାନ୍ତକ ଆକ୍ରମଣ, ସମ୍ପର୍କୀୟ ଭାଇ ଅଟକ

ପରେ ମଡେଲ ଜଣକ ଗାଡି ଭିତରୁ ବାହାରକୁ ଆସିବା ପରେ 5ଜଣଙ୍କ ସହ ଯୁକ୍ତି ତର୍କ ହୋଇଥିଲା । ମଡେଲ ଜଣକ ଯୁକ୍ତି ତର୍କ କରୁଥିବା ସମୟର ଭିଡିଓ ମୋବାଇଲରେ କଏଦ କରାଯାଉଥିବା ବେଳେ ସେ ଏହାର ବିରୋଧ କରିଥିଲେ । ଆଉ ସେମାନଙ୍କଠାରୁ ଫୋନ୍‌ ଛଡାଇ ଆଣିବାକୁ ଚେଷ୍ଟା କରୁଥିବାବେଳେ ଏହି ବଚସା ଉଗ୍ର ରୂପ ନେଇଥିଲା । ଅଭିଯୁକ୍ତମାନେ ମଡେଲଙ୍କୁ ଆକ୍ରମଣ କରିବାକୁ ପଛାଇ ନଥିଲେ ।

ଏହାପରେ ସେମାନେ ଗାଡି ନିକଟକୁ ଯାଇ କାର ଭିତରେ ବସିଥିବା ଯୁବତୀମାନଙ୍କ ସହ ଅଶ୍ଳୀଳ ଆଚରଣ କରିବା ସହିତ ସେମାନଙ୍କୁ ମାଡ଼ ମଧ୍ୟ ମାରିଥିଲେ । ଜୀବନ ବଞ୍ଚାଇବାକୁ ସେହି ସମୟରେ ମଡେଲ ଜଣଙ୍କ ଚିତ୍କାର କରିବାରୁ କେହି ଆସିଯିବା ଭୟରେ ଦୁବୃର୍ତ୍ତମାନେ ସେହି ସ୍ଥାନରୁ ଚମ୍ପଟ ମାରିଥିଲେ । ଏହାପରେ କ୍ଷତାକ୍ତ ଅବସ୍ଥାର ନିଜର ବନ୍ଧୁମାନଙ୍କ ସହ ଆସି ମଡେଲ ଜଣଙ୍କ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ 4ଜଣଙ୍କୁ ଗିରଫ କରାଯାଇଥିବାବେଳେ ଆହତଙ୍କୁ ଚିକିତ୍ସା କରାଯାଇଥିବା ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.