ETV Bharat / bharat

ରେଜଲ୍ଟ ପୂର୍ବରୁ ଜଣାଇଲେ ଶୁଭେଚ୍ଛା: ପଦରୁ ନିଲମ୍ବିତ ହେଲେ ତେଲେଙ୍ଗାନା ଡିଜିପି

author img

By ETV Bharat Odisha Team

Published : Dec 3, 2023, 6:25 PM IST

ସମୟ ପୂର୍ବରୁ ଉତ୍ସାହିତ ହୋଇ ପଡ଼ିବା ତେଲେଙ୍ଗାନା ଡିଜିପିଙ୍କୁ ମହଙ୍ଗା ପଡ଼ିଛି । ତେଲେଙ୍ଗାନା ପିସିସି ସଭାପତିଙ୍କୁ ଶୁଭେଚ୍ଛା ଜଣାଇବା ପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ECI । ଅଧିକ ପଢ଼ନ୍ତୁ

Etv Bharat
Etv Bharat

ହାଇଦ୍ରାବାଦ: ମହଙ୍ଗା ପଡ଼ିଲା ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ । ପଦରୁ ନିଲମ୍ବିତ ହେଲେ ତେଲେଙ୍ଗାନା ଡିଜିପି ଅଞ୍ଜନୀ କୁମାର । ତେଲେଙ୍ଗାନାରେ ବିଆର୍‌ଏସ୍‌କୁ ମାତ୍‌ ଦେଇ କଂଗ୍ରେସ ପୂର୍ଣ୍ଣ ବହୁମତ ହାସଲ କରିବା ଏକ ପ୍ରକାର ନିଶ୍ଚିତ ହୋଇଛି । ଏହାପରେ ସେଠାରେ ପସିସି ସଭାପତି ରେବନ୍ତ ରେଡ୍ଡୀଙ୍କୁ ଶୁଭେଚ୍ଛା ଜଣାଇବାକୁ ପହଞ୍ଚି ଯାଇଥିଲେ ଡିଜିପି ଅଞ୍ଜନୀ କୁମାର । ଏହାକୁ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଦର୍ଶାଇ ତାଙ୍କୁ ପଦରୁ ନିଲମ୍ବିତ କରାଯାଇଛି ।

  • #UPDATE | The Election Commission of India has suspended Anjani Kumar, Director General of Police Telangana for violation of the Model Code of Conduct and relevant conduct rules: Sources

    The Director General of Police Telangana along with Sanjay Jain, State Police Nodal Officer,… https://t.co/FGltWV2Bxe pic.twitter.com/2m7XpbjBqj

    — ANI (@ANI) December 3, 2023 " class="align-text-top noRightClick twitterSection" data=" ">

ଏବେ ବି ତେଲେଙ୍ଗାନାରେ ଭୋଟ ଗଣତି ଜାରି ରହିଛି । ଅଧାରୁ ଅଧିକ ରାଉଣ୍ଡ ଭୋଟ ଗଣତି ଶେଷ ହୋଇଛି । ଭୋଟ ଗଣତି ଶେଷ ପର୍ଯ୍ୟାୟରେ ରହିଛି । ଜଣଙ୍କ ପରେ ଜଣେ ବିଜୟୀ ପ୍ରାର୍ଥୀଙ୍କ ନାମ ଘୋଷଣା ଜାରି ରହିଛି। ଏଯାଏଁ ଆନୁଷ୍ଠାନିକ ଭାବରେ କୌଣସି ଦଳକୁ ବିଜୀୟ ଘୋଷଣା କରି ନାହାନ୍ତି ନିର୍ବାଚନ କମିଶନ । ଏହାପୂର୍ବରୁ ତେଲେଙ୍ଗାନା ପିସିସି ସଭାପତି ରେବନ୍ତ ରେଡ୍ଡୀଙ୍କୁ ଶୁଭେଚ୍ଛା ଜଣାଇବାକୁ ପହଞ୍ଚି ଯାଇଥିଲେ ଅଞ୍ଜନୀ କୁମାର । ଏହାର ଭିଡିଓ ଏକ ଖବର ସରବରାହ ସଂସ୍ଥା ସେୟାର କରିବା ପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ନିର୍ବାଚନ କମିଶନ । ପୋଲିସ ଡିଜିପିଙ୍କୁ ତୁରନ୍ତ ତାଙ୍କ ପଦରୁ ନିଲମ୍ବିତ କରାଯାଇଛି । ଏହା ସହିତ ତାଙ୍କ ସ୍ଥାନରେ ଜଣେ ବରିଷ୍ଠ ଅଧିକାରୀଙ୍କୁ ତତ୍‌କ୍ଷଣାତ୍‌ ଦାୟିତ୍ୱ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ ।

ଡିଜିପି ଅଞ୍ଜନୀ କୁମାରଙ୍କ ସହ ନୋଡାଲ ଅଫିସର ସଞ୍ଜୟ ଜୈନ୍‌, ମଧ୍ୟ ରେବନ୍ତ ରେଡ୍ଡୀଙ୍କୁ ଶୁଭେଚ୍ଛା ଜଣାଇବାକୁ ପହଞ୍ଚିଥିଲେ । ଯାହାକୁ ନେଇ ପ୍ରତିକ୍ରିୟାଶୀଳ ହୋଇଛନ୍ତି ନିର୍ବାଚନ କମିଶନ । ଅପ୍ରତ୍ୟାଶିତ ଭାବରେ ତେଲେଙ୍ଗାନାରେ ସରକାର ଗଠନ କରିବାକୁ ଯାଉଛି କଂଗ୍ରେସ । ଏହାପରେ ମୁଖ୍ୟମନ୍ତ୍ରୀ ଭାବରେ ରେବନ୍ତ ରେଡ୍ଡୀ ହିଁ ଶପଥ ଗ୍ରହଣ କରିବେ ବୋଲି ଆଲୋଚନା ହେଲାଣି । ହେଲେ ଏଯାଏଁ ଏହାକୁ ନେଇ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇନାହିଁ ।

ଯେକୌଣସି ସାମ୍ବିଧାନିକ ପଦ ନିର୍ବାଚନ ପାଇଁ ଏକ ନିର୍ଦ୍ଦିଷ୍ଟ ନିୟମ ରହିଛି । ମତଦାନର ପୂର୍ବରୁ ଏଥିପାଇଁ ସ୍ୱତନ୍ତ୍ର ଭାବରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥାଏ । ଏହାକୁ ଉଲ୍ଲଂଘନ କଲେ ନିର୍ବାଚନ କମିଶନ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ନେଉଥିବା ନଜିର ରହିଛି। ଆଜି ଏହି କ୍ରମରେ ଦଣ୍ଡିତ ହୋଇଛନ୍ତି ତେଲେଙ୍ଗାନା ଡିଜିପି ଅଞ୍ଜନୀ କୁମାର । ଆଜି ପ୍ରତ୍ୟେକଙ୍କୁ ଆଚମ୍ବିତ କରି କଂଗ୍ରେସ ତେଲେଙ୍ଗାନା ମ୍ୟାଜିକ ନମ୍ବର ହାସଲ କରିବା ଦିଗରେ ଅଗ୍ରସର ହୋଇଛି । ଏବେ କେବଳ ଔପଚାରିକତା ଭାବରେ କଂଗ୍ରେସକୁ ବିଜୟୀ ଘୋଷଣା କରାଯିବା ବାକି ରହିଛି । ଏଠାରେ ବିଆର୍‌ଏସ୍‌ ସରକାର ଗଠନ କରିବ ବୋଲି ଏକ୍‌ଜିଟ୍‌ ପୋଲ ଅଙ୍କ କହୁଥିଲା । କିନ୍ତୁ ସେଥିରେ ପରିବର୍ତ୍ତନ ଘଟିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.