ETV Bharat / bharat

Manipur Violence: ଅସ୍ତ୍ରଶସ୍ତ୍ର ଲୁଟ୍ ଉଦ୍ୟମ ବେଳେ ଦଙ୍ଗାକାରୀ-ସୁରକ୍ଷାକର୍ମୀ ମୁହାଁମୁହିଁ, ଜଣେ ମୃତ - ଆଇଆରବି କ୍ୟାମ୍ପରୁ ଅସ୍ତ୍ରଶସ୍ତ୍ର ଲୁଟ୍ ଉଦ୍ୟମ

ମଣିପୁରରେ ଥମୁନି ହିଂସା । ସିକ୍ୟୁରିଟି କ୍ୟାମ୍ପରୁ ଅସ୍ତ୍ରଶସ୍ତ୍ର ଲୁଟ୍ ଉଦ୍ୟମ ବେଳେ ଦଙ୍ଗାକାରୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ସଂଘର୍ଷ । ଜଣେ ଦଙ୍ଗାକାରୀ ମୃତ । ଅଧିକ ପଢନ୍ତୁ

Manipur Violence
Manipur Violence
author img

By

Published : Jul 5, 2023, 9:40 AM IST

ଇମ୍ଫାଲ: ଦୁଇ ମାସ ହେଲାଣି ଜଳୁଛି ମଣିପୁର । ଅଶାନ୍ତ ପୂର୍ବୋତ୍ତର ରାଜ୍ୟରେ ହିଂସାର ବହ୍ନି ପ୍ରଶମିତ ହେଉନି, ବରଂ ତେଜିବାରେ ଲାଗିଛି । ମଙ୍ଗଳବାର ମଣିପୁର ଥୌବାଲ ଜିଲ୍ଲାରେ କିଛି ଦଙ୍ଗାକାରୀ ଇଣ୍ଡିଆନ ରିଜର୍ଭ ବାଟାଲିୟନ (IRB) କ୍ୟାମ୍ପରୁ ଅସ୍ତ୍ରଶସ୍ତ୍ର ଲୁଟ୍ କରିବାକୁ ଉଦ୍ୟମ କରିଥିଲେ । ଏହି ସମୟରେ ସୁରକ୍ଷାକର୍ମୀ ଓ ଦଙ୍ଗାକାରୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା । ଏଥିରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ୨୭ ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଛି । ସେହିପରି ଆସାମ ରାଇଫଲ୍ସର ଜଣେ ଯବାନ ଆହତ ହୋଇଛନ୍ତି ।

ଖାଙ୍ଗାବୋକ ଅଞ୍ଚଳରେ ଏହି ସଂଘର୍ଷ ଘଟିଥିବାର ସୂଚନା ମିଳିଛି । ଉପଦ୍ରବୀମାନେ ଅସ୍ତ୍ରଶସ୍ତ୍ର ଲୁଟ୍ ଉଦ୍ଦେଶ୍ୟରେ ସେଠାରେ ଥିବା ତୃତୀୟ IRB ବାଟାଲିୟନ କ୍ୟାମ୍ପ୍‌ ଭିତରେ ଧସେଇ ପଶିବାକୁ ଉଦ୍ୟମ କରିଥିଲେ । ସୁରକ୍ଷାକର୍ମୀ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ । ଫଳରେ ଦୁଇ ପକ୍ଷ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ସୁରକ୍ଷା ବଳ ଦଙ୍ଗାକାରୀଙ୍କୁ ରୋକିବାକୁ ରବର ବୁଲେଟ ଓ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିଥିଲା । କିନ୍ତୁ ଉତ୍ୟକ୍ତ ଲୋକେ ସୁରକ୍ଷାକର୍ମୀଙ୍କ ଉପରେ ଗୁଳି ଚାଳନା କରିଥିଲେ । ଯବାନମାନେ ମଧ୍ୟ ଏହାର ପାଲଟା ଜବାବ ଦେଇଥିଲେ ।

ଉପଦ୍ରବୀମାନେ କ୍ୟାମ୍ପକୁ ଯାଉଥିବା ରାସ୍ତାଗୁଡିକୁ ଅବରୋଧ କରିଥିଲେ । ସୁରକ୍ଷାକର୍ମୀମାନେ ଏହାକୁ ଖାତିର୍ ନକରି କ୍ୟାମ୍ପ ଆଡକୁ ଯାଉଥିବା ବେଳେ ସେମାନେ ଆସାମ ରାଇଫଲ୍ସ ଟିମ୍ ଉପରେ ଆକ୍ରମଣ କରିଥିଲେ । ଦଙ୍ଗାକାରୀଙ୍କ ଗୁଳିମାଡରେ ଜଣେ ଯବାନ ଆହତ ହୋଇଛନ୍ତି । ଗୋଟିଏ ଗୁଳି ତାଙ୍କ ଗୋଡରେ ବାଜିଥିଲା । ଆନ୍ଦୋଳନକାରୀ ସୁରକ୍ଷା ବଳର ଗାଡିକୁ ମଧ୍ୟ ଜାଳି ଦେଇଥିଲେ । ପାଲଟା ଜବାବରେ ସୁରକ୍ଷାକର୍ମୀ ମଧ୍ୟ ଗୁଳି ଚାଳନା କରିଥିଲେ । ଦଙ୍ଗାକାରୀଙ୍କ ମଧ୍ୟରୁ ରୋନାଲ୍ଡ ନାମକ ଯୁବକଙ୍କ ଦେହରେ ଗୁଳି ବାଜିଥିଲା । ତାଙ୍କୁ ପ୍ରଥମେ ଥୌବାଲ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ପରେ ଇମ୍ଫାଲ ସ୍ଥାନାନ୍ତରିତ କରାଯାଇଥିଲ । କିନ୍ତୁ ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ବାଟରେ ସେ ପ୍ରାଣ ହରାଇଥିଲେ ।

ଏହାମଧ୍ୟ ପଢନ୍ତୁ: Manipur violence : ଦୀର୍ଘ ଦୁଇ ମାସ ପରେ ବିଦ୍ୟାଳୟ ପିଣ୍ଡା ମାଡ଼ିବେ ପିଲାଏ, 5ରୁ ଖୋଲିବ ସ୍କୁଲ

ଗତକାଲିର ଏହି ସଂଘର୍ଷ ସମ୍ପର୍କରେ ସେନା ପକ୍ଷରୁ କୁହାଯାଇଛି ଯେ, ଦଙ୍ଗାକାରୀ ଖାଙ୍ଗାବୋକ ସ୍ଥିତ ଆଇଆରବି କ୍ୟାମ୍ପରୁ ଅସ୍ତ୍ରଶସ୍ତ୍ର ଲୁଟ୍ ପାଇଁ ଉଦ୍ୟମ କରିଥିଲେ । ସୁରକ୍ଷା ବଳ ସେମାନଙ୍କ ପ୍ରଚେଷ୍ଟା ନିଷ୍ଫଳ କରିଦେଇଛନ୍ତି । ଲୁଟ୍ ଉଦ୍ୟମ ବେଳେ ଜଣେ ଦଙ୍ଗାକାରୀଙ୍କ ମୃତ୍ୟୁ ହୋଇଛି ଏବଂ କିଛି ଆହତ ହୋଇଛନ୍ତି ।

ଦୁଇ ମାସରୁ ଅଧିକ ସମୟ ବିତିଲାଣି କିନ୍ତୁ ମଣିପୁରରେ ହିଂସା ଥମିବାର ନାଁ ଧରୁନି । ବିଭିନ୍ନ ସ୍ଥାନରେ ହିଂସାକାଣ୍ଡରେ ଶତାଧିକ ଲୋକଙ୍କ ମୃତ୍ୟୁ ହେଲାଣି, ହଜାର ହଜାର ଘର ନିଆଁରେ ପୋଡି ପାଉଁଶ ପାଲଟିଲାଣି । ୫୦ ହଜାରରୁ ଅଧିକ ପ୍ରଭାବିତ ବିଭିନ୍ନ ରିଲିଫ କ୍ୟାମ୍ପରେ ଆଶ୍ରୟ ନେଇଛନ୍ତି । ହିଂସା ନିୟନ୍ତ୍ରଣ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଶତ ଚେଷ୍ଟା ସତ୍ତ୍ବେ ପରିସ୍ଥିତି ସୁଧୁରନି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.