ETV Bharat / bharat

3 ଉତ୍ତର-ପୂର୍ବ ରାଜ୍ୟର ବେଜେଟଠୁ ଅଧିକ ବିଧାୟକଙ୍କ ସମ୍ପତ୍ତି: ADR ରିପୋର୍ଟ - ଏଡିଆର ରିପୋର୍ଟ 2023

3 ଉତ୍ତର-ପୂର୍ବ ରାଜ୍ୟର ବାର୍ଷିକ ବେଜେଟଠୁ ମଧ୍ୟ ଅଧିକ ଦେଶର ବିଧାୟକଙ୍କ ସମ୍ପତ୍ତି । ଗତ ନିର୍ବାଚନରେ ପ୍ରାର୍ଥୀପତ୍ର ଦାଖଲ ବେଳେ ଦର୍ଶାଯାଇଥିବା ସମ୍ପତ୍ତି ତାଲିକାରୁ ଏଡିଆର ରିପୋର୍ଟ ପ୍ରକାଶିତ । ଅଧିକ ପଢନ୍ତୁ

3 ଉତ୍ତର-ପୂର୍ବ ରାଜ୍ୟର ବେଜେଟଠୁ ମଧ୍ୟ ଅଧିକ ବିଧାୟକଙ୍କ ସମ୍ପତ୍ତି: ADR ରିପୋର୍ଟ

author img

By

Published : Aug 1, 2023, 7:51 PM IST

ହାଇଦ୍ରାବାଦ: ଦେଶର 28 ରାଜ୍ୟ ଓ 2 କେନ୍ଦ୍ରଶାସିତ ଅଞ୍ଚଳରେ ଥିବା ମୋଟ 4,001 ବିଧାୟକଙ୍କ ନିକଟରେ ରହିଛି 54,000 କୋଟି ଟଙ୍କାର ସମ୍ପତ୍ତି । ଯାହାକି 3 ଉତ୍ତର-ପୂର୍ବ ରାଜ୍ୟର ବାର୍ଷିକ ବଜେଟଠାରୁ ମଧ୍ଯ ଅଧିକ । ଏହି ସମ୍ପତ୍ତି ପରିମାଣ 3 ଉତ୍ତର-ପୂର୍ବ ରାଜ୍ୟ ନାଗାଲାଣ୍ଡ, ମିଜୋରାମ ଓ ସିକିମର ମୋଟ ବାର୍ଷିକ ବଜେଟଠାରୁ ମଧ୍ୟ ବେଶ ଅଧିକ । ଏପରି ଏକ ତଥ୍ୟ ଚଳିତ ଏଡିଆର (ADR) ରିପୋର୍ଟରେ ପ୍ରକାଶ ପାଇଛି ।

ତଥ୍ଯ ଅନୁସାରେ, ବର୍ଷ 2022-23 ପାଇଁ ମିଜୋରାମର ବାର୍ଷିକ ବଜେଟ ପରିମାଣ ଥିଲା 14,210 କୋଟି । ସେହିପରି ନାଗାଲାଣ୍ଡରେ ଏହି ରାଶି 23,086 କୋଟି ଥିବା ବେଳେ ସିକିମରେ ଏହି ରାଶି 11,807 କୋଟି ଥିଲା । ଚଳିତ ଆର୍ଥିକ ବର୍ଷରେ ଏହି ତିନି ଉତ୍ତର-ପୂର୍ବ ରାଜ୍ୟର ମୋଟ ବଜେଟ 49,103 କୋଟି ଥିଲା । ଯାହାକି ଦେଶର ବିଧାୟକଙ୍କ ବ୍ୟକ୍ତିଗତ ସମ୍ପତ୍ତିଠାରୁ ମଧ୍ଯ କମ । ବିଧାୟକମାନେ ବିଧାନସଭା ନିର୍ବାଚନ ପ୍ରତିଦ୍ବନ୍ଦ୍ବିତା ବେଳେ ନାମାଙ୍କନପତ୍ର ସତ୍ୟପାଠରେ ସେମାନଙ୍କ ଆୟ ଓ ସମ୍ପତ୍ତି ସମ୍ପର୍କରେ ଯେଉଁ ତଥ୍ୟ ନିର୍ବାଚନ ଆୟୋଗଙ୍କୁ ପ୍ରଦାନ କରିଛନ୍ତି, ତାହା ଏହି ରିପୋର୍ଟରେ ସ୍ଥାନ ପାଇଛି ।

28 ଟି ରଜ୍ୟ ଓ 2କେନ୍ଦ୍ର ଶାସିତ ଅଞ୍ଚଳରେ ଥିବା ମୋଟ 4033 ବିଧାୟକଙ୍କ ମଧ୍ୟରୁ 4,001 ବିଧାୟକଙ୍କ ଦ୍ବାରା ଦାଖଲ କରାଯାଇଥିବା ସମ୍ପତ୍ତି ଓ ଆୟ ତଥ୍ୟ ବିଶ୍ଳେଷଣକୁ ଏହି ଏଡିଆର ରିପୋର୍ଟରେ ସ୍ଥାନ ମିଳିଛି । ଏହି ବିଶ୍ଳେଷଣାତ୍ମକ ତଥ୍ୟ ଅନୁସାରେ, ଆନୁପାତିକ ଭାବେ ପ୍ରାୟ ସମସ୍ତ ବିଧାୟକ କୋଟିପତି ଓ ସେମାନଙ୍କ ହାରାହାରି ମୁଣ୍ଡପିଚ୍ଛା ସମ୍ପତ୍ତି ପ୍ରାୟ ସାଢେ 13 କୋଟି (13.63 କୋଟି) ରହିଛି । ଗତମାସ 15 ତାରିଖରେ ଏହି ତଥ୍ୟ ପ୍ରକାଶ କରିଛି ଏଡିଆର ।

ଦଳଓ୍ବାରୀ ହାରାହାରି ସମ୍ପତ୍ତି:-

ଏକାଧିକ ରାଜ୍ୟରେ ଶାସନରେ ଥିବା ଭାରତୀୟ ଜନତା ପାର୍ଟିର ମୋଟ 1,356 ବିଧାୟକଙ୍କ ନିକଟରେ ମୋଟ 16,234 କୋଟି ଟଙ୍କାର ସମ୍ପତ୍ତି ଥିବା ବେଳେ ଜଣେ ବିଧାୟକଙ୍କ ହାରାହାରି ମୁଣ୍ଡପିଚ୍ଛା ସମ୍ପତ୍ତି ରହିଛି 11.97 କୋଟି ।କଂଗ୍ରେସର 719 ବିଧାୟକଙ୍କ ନିକଟରେ ମୋଟ 15,798 କୋଟି ରହିଛି ଓ ଦଳର ଜଣେ ବିଧାୟକଙ୍କ ହାରାହାରି ସମ୍ପତ୍ତି ରହିଛି, 21.97 କୋଟି । 227 ତୃଣମୂଳ କଂଗ୍ରେସର ବିଧାୟକଙ୍କ ମୁଣ୍ଡପିଚ୍ଛା ହାରାହାରି ସମ୍ପତ୍ତି 3.51 କୋଟି ରହିଛି । 161 ଆମ ଆଦମୀ ପାର୍ଟି ବିଧାୟକଙ୍କ ନିକଟରେ ମୋଟ 1,642 କୋଟିର ସମ୍ପତ୍ତି ରହିଥିବା ବେଳେ ବିଧାୟକଙ୍କ ମୁଣ୍ଡପିଚ୍ଛା ହାରାହାରି 10.20 କୋଟି ସମ୍ପତ୍ତି ରହିଛି । ସେହିପରି 146 YSRCP ବିଧାୟକଙ୍କ ନିକଟରେ ମୋଟ 3,379 କୋଟି ଟଙ୍କା ସହ ମୁଣ୍ଡପିଚ୍ଛା ହାରାହାରି ସମ୍ପତ୍ତି 23.14 କୋଟି ରହିଥିବା ତଥ୍ୟରୁ ଜଣାପଡିଛି ।

ଆଗରେ କଂଗ୍ରେସ ଓ ବିଜେପି:-

ତେବେ ଉଭୟ ଜାତୀୟ ଦଳ ଭାରତୀୟ ଜନତା ପାର୍ଟି ଓ କଂଗ୍ରେସ ନିକଟରେ ଅନ୍ୟଦଳ ଅପେକ୍ଷା ଅଧିକ ବିଧାୟକ ଥିବା ବେଳେ ଏହି ଦୁଇଦଳର ବିଧାୟକଙ୍କ ନିକଟରେ ମୋଟ ସମ୍ପତ୍ତି ପରିମାଣର 58.73% ପ୍ରତିଶତ ଅର୍ଥାତ 32 ହଜାର କୋଟିର ସମ୍ପତ୍ତି ରହିଛି । ଅନ୍ୟ ଜାତୀୟ ଓ ଆଞ୍ଚଳିକ ଦଳର ବିଧାୟକଙ୍କ ସମ୍ପତ୍ତି ପରିମାଣ ମିଶାଇ ଦେଲେ ଏହି ପରିମାଣ 54,545 କୋଟି ହେଉଛି । ଯାହା ଉତ୍ତର-ପୂର୍ବ 3 ରାଜ୍ୟ ନାଗାଲାଣ୍ଡ, ମଣିପୁର ଓ ସିକିମର ସାମଗ୍ରିକ ବଜେଟଠାରୁ ମଧ୍ଯ ଅଧିକ ।

ଉତ୍ତର ପୂର୍ବ 3 ରାଜ୍ୟ ପଛରେ:-

ତେବେ ରାଜ୍ୟଓ୍ବାରୀ ଦେଖିବାକୁ ଗଲେ ଉତ୍ତର-ପୂର୍ବ 3 ରାଜ୍ୟର ବିଧାୟକଙ୍କ ସମ୍ପତ୍ତି ଅପେକ୍ଷାକୃତ କମ । ଉତ୍ତର ପୂର୍ବ ରାଜ୍ୟ ତ୍ରିପୁରାରେ ମୋଟ 59 ବିଧାୟକ ଥିବା ବେଳେ ସେମାନଙ୍କ ନିକଟରେ ମାତ୍ର 90 କୋଟି ଟଙ୍କାର ସମ୍ପତ୍ତି ରହିଛି ।ସେହିପରି ଅନ୍ୟଦୁଇ ଉତ୍ତର-ପୂର୍ବ ରାଜ୍ୟ ମିଜୋରାମରେ 40 ବିଧାୟକଙ୍କ ନିକଟରେ ରହିଛି 190 କୋଟି ଓ ମଣିପୁରର 60 ବିଧାୟକଙ୍କ ନିକଟରେ ରହିଛି 225 କୋଟି ଟଙ୍କାର ସମ୍ପତ୍ତି ।

ଏହା ମଧ୍ୟ ପଢନ୍ତୁ:-Delhi Ordinance Bill: ଲୋକସଭାରେ ଆଗତ, BJDର ସମର୍ଥନ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.