ETV Bharat / bharat

ଜଣେ ବ୍ୟକ୍ତିକୁ ଲାଗିପାରିବ କି ଭିନ୍ନଭିନ୍ନ କୋଭିଡ ଭ୍ୟାକ୍ସିନ ଡୋଜ ? ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ରଖିଲା ଉତ୍ତର

ଆଗାମୀ ଅପଡେଟ ପର୍ଯ୍ୟନ୍ତ କୋରୋନା ଭ୍ୟାକ୍ସିନର ମିକ୍ସିଙ୍ଗ୍‌ କରାଯାଇପାରିବ ନାହିଁ ବୋଲି କହିଛି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । ଅଧିକ ପଢନ୍ତୁ...

author img

By

Published : Jun 1, 2021, 8:42 PM IST

ଜଣେ ବ୍ୟକ୍ତିକୁ ଲାଗିପାରିବ କି ଭିନ୍ନଭିନ୍ନ କୋଭିଡ ଭ୍ୟାକ୍ସିନ ଡୋଜ ?

ନୂଆଦିଲ୍ଲୀ: ଦୁଇଟି ଭିନ୍ନ ଭିନ୍ନ ଭ୍ୟାକ୍ସିନର ଡୋଜକୁ ନେଇ ଉଠୁଥିବା ପ୍ରଶ୍ନର ଉତ୍ତର ରଖିଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । ଏହି ପ୍ରଶ୍ନର ଉତ୍ତରରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ଆଗାମୀ ଅପଡେଟ ପର୍ଯ୍ୟନ୍ତ କୋରୋନା ଭ୍ୟାକ୍ସିନର ମିକ୍ସିଙ୍ଗ୍‌ କରାଯାଇପାରିବ ନାହିଁ । ଦୁଇ ଡୋଜ ବିଶିଷ୍ଟ ଟିକା କୋଭିସିଲ୍ଡ ଓ କୋଭାକ୍ସିନ କାର୍ଯ୍ୟକ୍ରମରେ କୋଣସି ପରିବର୍ତ୍ତନ କରାଯାଇନାହିଁ ।

ଗତ କିଛି ଦିନ ପୂର୍ବରୁ ୟୁପି ସିର୍ଦ୍ଧାଥନଗର ଜିଲ୍ଲାରେ ଥିବା ଏକ ସ୍ବାସ୍ଥ୍ୟକେନ୍ଦ୍ରରେ ଟୀକାକରଣ ସମୟରେ 20 ଜଣଙ୍କୁ ପ୍ରଥମ ଡୋଜରେ କୋଭିସିଲ୍ଡ ଓ ଦ୍ବିତୀୟ ଡୋଜରେ କୋଭାକ୍ସିନର କୋକଟେଲ ଲଗାଯାଇଥିଲା । ଏହି ଅବହେଳା ମାମଲାରେ ଯାଞ୍ଚ ଆଦେଶ ଦେଇଥିଲେ ସରକାର । ଏହାସହ ମୁଖ୍ୟ ଚିକିତ୍ସାଧିକାରୀ ଏଏନଏମ, ଇମ୍ୟୁନାଇଜେସନ ଅଧିକାରୀଙ୍କ ବିରୋଧରେ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ।

ଏହି ଘଟଣା ପରେ ପ୍ରଶ୍ନ ଉଠୁଥିଲା କି କଣ ଗୋଟିଏ ବ୍ୟକ୍ତିକୁ ଅଲଗା ଅଲଗା କମ୍ପାନୀର ଭ୍ୟାକ୍ସିନ ଦିଆଯାଇପାରିବ କି ? ସ୍ବାସ୍ଥ୍ୟମନ୍ତ୍ରଣାଳୟ କହିଛି, ଆଗାମୀ ଅପଡେଟ ପର୍ଯ୍ୟନ୍ତ କୋଭିଡ ଟିକା ମିଶ୍ରଣ ପ୍ରୋଟୋକଲ ନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.