ETV Bharat / bharat

ପଶ୍ଚିମବଙ୍ଗରୁ ଅପହରଣ, ଓଡିଶାରୁ ଉଦ୍ଧାର ହେଲେ ମିଆଁମାର ଛାତ୍ର

ବିଶ୍ବ ଭାରତୀ ବିଶ୍ବବିଦ୍ୟାଳୟରୁ ବିଦେଶୀ ଛାତ୍ରଙ୍କୁ ଅପହରଣ । ଓଡ଼ିଶାରୁ ଉଦ୍ଧାର ହେଲେ ନିଖୋଜ ଛାତ୍ର । ଅଧିକ ପଢ଼ନ୍ତୁ

Etv Bharat
Etv Bharat
author img

By ETV Bharat Odisha Team

Published : Sep 24, 2023, 8:41 AM IST

କୋଲକାତା: ପଶ୍ଚିମବଙ୍ଗ ବୋଲପୁର ସ୍ଥିତ ବିଶ୍ବ ଭାରତୀ ବିଶ୍ବବିଦ୍ୟାଳୟରୁ ବିଦେଶୀ ଛାତ୍ରଙ୍କୁ ଅପହରଣ ଘଟଣା । ଓଡିଶାରୁ ଉଦ୍ଧାର ହେଲେ ନିଖୋଜ ବିଦେଶୀ ଛାତ୍ର। ଅପହରଣ ଅଭିଯୋଗରେ 12 ଜଣଙ୍କୁ ପୋଲିସ ଗିରଫ କରିଛି। ଗତ 21 ତାରିଖରେ ଛାତ୍ର ଜଣକୁ ତାଙ୍କ ଘରଦ୍ବାରରୁ କେହି ଦୁର୍ବୃତ୍ତ ଅପହରଣ କରିନେଇଥିବା ଅଭିଯୋଗ ହୋଇଥିଲା । ଅନ୍ତର୍ଜାତୀୟ ବେଆଇନ କାରବାରକୁ ନେଇ ମିଆଁମାର ଛାତ୍ରଙ୍କୁ ଅପହରଣ କରାଯାଇଥିବା ପୋଲିସ ପ୍ରାଥମିକ ତଦନ୍ତ ଜାଣିବାକୁ ପାଇଛି । ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ ବୀରଭୂମ ଜିଲ୍ଲା ପୋଲିସ ଅଧୀକ୍ଷକ ରାଜନାରାୟଣ ମୁଖାର୍ଜୀ ଏହି ସୂଚନା ଦେଇଛନ୍ତି।

ଏହା ମଧ୍ୟ ପଢନ୍ତୁୃ-ବିଶ୍ବ ଭାରତୀ ବିଶ୍ବବିଦ୍ୟାଳୟରୁ ମିଆଁମାର ଛାତ୍ରଙ୍କୁ ଅପହରଣ ! ଥାନାରେ ମାମଲା

ଅପହରଣ ଘଟଣାରେ 12 ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ତିନି ଜଣ ହେଉଛନ୍ତି ବୀରଭୂମର ଦୁବରାଜପୁରର ବାସିନ୍ଦା। ତିନିଜଣଙ୍କୁ ବୋଲପୁର ସବ-ଡିଭିଜନାଲ କୋର୍ଟକୁ ନିଆଯାଇଥିଲା। ଏହି ତିନିଜଣଙ୍କୁ 14 ଦିନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ବିଚାରପତି । ଅନ୍ୟ 9ଜଣଙ୍କ ମଧ୍ୟରେ ଜଣେ ନାନୁର ବାସିନ୍ଦା ଏବଂ ଆଠ ଜଣ ପୂର୍ବ ମିଡନାପୁରର ବାସିନ୍ଦା ହୋଇଥିବା ପୋଲିସ କହିଛି । ଛାତ୍ର ଜଣଙ୍କୁ ଅପହରଣ ସମୟରେ ବ୍ୟବହୃତ ହୋଇଥିବା ଦୁଇଟି କାର ଏବଂ ଛାତ୍ରଙ୍କ ମୋବାଇଲ୍ ଫୋନ୍ ଜବତ କରିଛି ପୋଲିସ । ନିଖୋଜ ଛାତ୍ରଙ୍କୁ ଉଦ୍ଧାର କରାଯାଇଥିବା ବେଳେ ପଚରାଉଚରା କରାଯିବ ବୋଲି ପୋଲିସ ଅଧୀକ୍ଷକ କହିଛନ୍ତି ।

ପୋଲିସ ଅଧୀକ୍ଷକଙ୍କ କହିବା ଅନୁଯାୟୀ, ବେଆଇନ ବ୍ୟବସାୟକୁ ନେଇ ଛାତ୍ର ଜଣଙ୍କୁ ଅପହରଣ କରାଯାଇଥିଲା । ମିଆଁମାର ଛାତ୍ର ଅପହରଣରେ ଅନ୍ତର୍ଜାତୀୟ ଲିଙ୍କ୍‌ ଥାଇପାରେ ବୋଲି ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି । ଯାହା ବିଶେଷ ସୁତ୍ରରୁ ଜଣାପଡୁଛି, କେଶ ବ୍ୟବସାୟକୁ ନେଇ ଏକ ଅନ୍ତର୍ଜାତୀୟ ରାର୍କେଟ ଚାଲିଥିଲା । ଏଥିରେ କୋଟି କୋଟି ଟଙ୍କାର କାରବାର ହୋଇଛି । ଗିରଫ ଅଭିଯୁକ୍ତମାନେ ଏହି ରାକେର୍ଟରେ ସାମିଲ ଥିଲେ । ତେବେ ଏହି ରାକେଟ ସହ ଛାତ୍ର ଜଣଙ୍କ କଣ ସମ୍ପର୍କ ରହିଛି ସେନେଇ ଅଭିଯୁକ୍ତଙ୍କୁ ପଚରାଉକରା କରୁଛି ପୋଲିସ । ଅପହରଣ ଛାତ୍ର ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ ତାଙ୍କୁ ମଧ୍ୟ ପଚରାଉଚରା କରାଯିବ । ଅଭିଯୋଗରେ 30 ଘଣ୍ଟା ମଧ୍ୟରେ ପୋଲିସ ମିଆଁମାର ଛାତ୍ରଙ୍କୁ ଉଦ୍ଧାର କରିଥିଲା । ଗତ 21 ତାରିଖ ଦିନ ମିଆଁମାର ଛାତ୍ର ଜଣକୁ ତାଙ୍କ ଘର ସମ୍ମୁଖରୁ କେହି ଦୁର୍ବୃତ୍ତ ଦିନ ବେଳା ଅପହରଣ କରି ନେଇଥିଲେ । ଏ ନେଇ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ବୋଲପୁର ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.