ETV Bharat / bharat

ମିଠା ଦେବା ବାହାନାରେ ଘରେ ପଶି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ - ମୁମ୍ବାଇସ୍ଥିତ ଦାଦର ସହରର କିର୍ତ୍ତୀ କଲେଜ

ବନ୍ଧୁକ ଦେଖାଇ ଲୁଟ୍ । ବୃଦ୍ଧ ମହିଳାଙ୍କ ସହ ଦୁର୍ବୃତ୍ତ କଲେ ଅଶାଳୀନ ବ୍ୟବହାର । ଥାନାରେ ମାମଲା ରୁଜୁ । ଜଣେ ଗିରଫ । ଅଧିକ ପଢ଼ନ୍ତୁ

Arrested the miscreant
ମିଠା ଦେବା ବାହାନାରେ ଲୁଟ୍
author img

By

Published : Feb 1, 2023, 4:08 PM IST

ମୁମ୍ବାଇ : ମିଠା ଦେବା ନାଁରେ ଘରେ ପଶି ଦୁର୍ବୃତ୍ତ କଲେ ଲୁଟ । 70 ବର୍ଷ ବୟସ୍କା ମହିଳାଙ୍କ ମୁଣ୍ଡରେ ବନ୍ଧୁକ ରଖି ଘରୁ ଲୁଟିନେଲେ ଦାମୀ ଜିନିଷ । ମୁମ୍ବାଇସ୍ଥିତ ଦାଦର ସହରର କିର୍ତ୍ତୀ କଲେଜ ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଏହି ଘଟଣା ସମ୍ପର୍କରେ ଦାଦର ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଛି । ପୋଲିସ ଅଭିଯୋଗକୁ ଭିତ୍ତିକରି ତଦନ୍ତ ଆରମ୍ଭ କରିଥିଲା । ଏହି ମାମଲାରେ ଦାଦର ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ତେବେ ବାକି ଅଭିଯୁ୍କ୍ତଙ୍କୁ ଧରିବା ପାଇଁ ଚେଷ୍ଟା କରୁଛି ପୋଲିସ ।

ସୋମବାର ସନ୍ଧ୍ୟାରେ ଦାଦର ସହରର କିର୍ତ୍ତୀ କଲେଜ ନିକଟରେ ଜଣେ ବୃଦ୍ଧା ମହିଳା ଘରେ ଥିଲେ । ଏହି ସମୟରେ ପାଖାପାଖି ପ୍ରାୟ 40 ବର୍ଷ ବୟସରେ ଜଣେ ଅଜଣା ବ୍ୟକ୍ତି ଅପରାହ୍ନରେ ଆସି ମହିଳାଙ୍କ ଘରର କବାଟ ବାଡେଇ ଥିଲା । ବୃଦ୍ଧା ମହିଳା କବାଟ ଖୋଲିବା ମାତ୍ରେ ଦୁର୍ବୃତ୍ତମାନେ ପ୍ରଥମେ ମିଠା ଖାଇବାକୁ ଡାକିଥିଲେ । ରାଇକରରୁ ମିଠା ଆଣିଛୁ । ହେଲେ ମହିଳା ଜଣକ ପଚାରିଥିଲେ ତମେମାନେ କିଏ ? ଏହାପରେ ଦୁର୍ବୃତ୍ତମାନେ ବନ୍ଧୁକ ଓ କିଛି ମାରଣାଶସ୍ତ୍ର ମହିଳାଙ୍କୁ ଦେଖାଇ ଭୟଭୀତ କରାଇଥିଲେ । ପରେ ମହିଳାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇଥିଲେ । ଏହାପରେ ଆଉ କିଛି ଦୁର୍ବୃତ୍ତ ଘର ଭିତରକୁ ଜୋର ଜବରଦସ୍ତି ପଶି ଘରୁ ସୁନା ଅଳଙ୍କାର ଏବଂ 12 ଲକ୍ଷ ଟଙ୍କା ମୂଲ୍ୟର ନଗଦ ଟଙ୍କା ଲୁଟି ନେଇଥିଲେ । ତେବେ ଏ ସବୁ ଘଟଣା ମହିଳାଙ୍କ ଆଖି ସାମ୍ନାରେ ଘଟୁଥିଲେ ହିଁ ସେ କିଛି ବି କରିପାରିନଥିଲେ ।

ମୁମ୍ବାଇରେ ବଢୁଛି ଅପରାଧର ସଂଖ୍ୟା : ତେବେ ମହାରାଷ୍ଟ୍ରରେ ଦୁର୍ବୃତ୍ତମାନେ ବୃଦ୍ଧାଙ୍କୁ ଟାର୍ଗେଟ କରୁଛନ୍ତି । ଭୟଭୀତ କରାଇବାକୁ ଯାଇ ହତ୍ୟା କରିବାକୁ ବି ପଛାଉ ନାହାନ୍ତି । କିର୍ତ୍ତୀ କଲେଜ ନିକଟରେ ମହିଳାଙ୍କ ଶୋଇବା ଘରେ ଥିବା ଆଲମିରାରୁ ସୁନା ଅଳଙ୍କାର ଚୋରି କରିଥିଲେ । ସୁନା ଅଳଙ୍କାର, ସୁନା ହାର ପ୍ରାୟ 10ରୁ 12 ଲକ୍ଷ ଟଙ୍କା ମୂଲ୍ୟର ଥିବା ମହିଳା ଜଣଙ୍କ କହିଛନ୍ତି । ସେହିପରି ୧୨ ଲକ୍ଷ ଟଙ୍କା ମଧ୍ୟ ଚୋରି କରି ନେଇଛନ୍ତି । ଏନେଇ ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ତତ୍ପର ହୋଇ ଉଠିଛି ।

ଚିହ୍ନଟ ହେଲା ଅଭିଯୁକ୍ତ: ସିସିଟିଭିରେ କଏଦ ହୋଇଥିବା ଫୁଟେଜରୁ ଜଣାପଡ଼ିଛି ଯେ ଅଭିଯୁକ୍ତ ଜଣକ 40ରୁ 45 ବର୍ଷ ହେବ । ଉଚ୍ଚତା ସାଢ଼େ 5 ପାଞ୍ଚ ଫୁଟ । ଶରୀରର ରଙ୍ଗ ଶ୍ୟାମଳ ବୋଲି ପୋଲିସ ସୂଚନା ଦେଇଛି । ଏଥିସହ ଅପରାଧ ସମୟରେ ଅଭିଯୁକ୍ତମାନେ ନୀଳ ରଙ୍ଗର କ୍ୟାପ, ନୀଳ ସାର୍ଟ ଏବଂ ନୀଳ ପ୍ୟାଣ୍ଟ ପିନ୍ଧିଥିଲେ । ଏହି ଘଟଣା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି । ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ତେବେ ପଳାତକ ଅଭିଯୁକ୍ତକୁ ପୋଲିସ ଖୋଜୁଛି ।

ଇଟିଭି ଭାରତ, ବ୍ୟୁରୋ ରିପୋର୍ଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.