ହାଇଦ୍ରାବାଦ: ସାଧାରଣ ନିଜର ସୁରକ୍ଷା ପାଇଁ ସମସ୍ତେ ଘରେ କୁକୁର ରଖିବାକୁ ପସନ୍ଦ କରିଥାନ୍ତି । ଅନେକ ବିପଦ ସମୟରେ କୁକୁର ମଣିଷକୁ ସାହା ହୋଇଥିବା କଥା ମଧ୍ୟ ଆପଣ ଶୁଣିଥିବେ । କିନ୍ତୁ ଏହି ପଶୁ ଏବେ ଏଭଳି କାଣ୍ଡ ଘଟାଇଛି ଯାହା ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବ । ମନୁଷ୍ୟକୁ ସାହାଯ୍ୟ କରିବା ପରିବର୍ତ୍ତେ ଏବେ ଅସୁବିଧାରେ ପକାଇଛି ପୋଷା କୁକୁର । ମାଲିକର ୧ଲକ୍ଷ ୫୦ ହଜାର ଟଙ୍କା ଥିବା ଏକ ବ୍ୟାଗକୁ ଚୋରି କରି ପୋଷା କୁକୁର କେଉଁ ଆଡେ ହଜାଇ ଦେଇଥିବା ଅଭିଯୋଗ ହୋଇଛି ।
ତେଲେଙ୍ଗାନାର ୱାରଙ୍ଗାଲ ଜିଲ୍ଲାର ନାଚିନାପାଲ୍ଲି ଗାଁର କାସୁ ଚେରାଲୁ ନିଜ ପୋଷାକୁକୁର ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି । ତାଙ୍କ କହିବା ଅନୁଯାୟୀ ଏହି ଟଙ୍କା ବ୍ୟାଗଟି ମୋ ଅଣ୍ଟାରେ ସବୁଦିନ ମୁଁ ବାନ୍ଧିକି ରଖିଥାଏ । ପ୍ରତିଦିନ ଗାଧୋଇବା ସମୟରେ ବ୍ୟାଗଟିକୁ ଅଣ୍ଟାରୁ ବାହାର କରିଥାଏ, ଗାଧୋଇ ସାରିବା ପରେ ପୁଣି ଅଣ୍ଟାରେ ବାନ୍ଧିଥାଏ ।
ତେବେ ୨ଦିନ ପୂର୍ବରୁ ସେ ପୂର୍ବ ପରି ଗାଧୋଇବା ସମୟରେ ମୁଁ ବ୍ୟାଗଟି ଅଣ୍ଟାରୁ ବାହାର କରି ରଖିଥିଲି । କିନ୍ତୁ ଯେତେବେଳେ ଗାଧୋଇକି ଫେରିଲି ପୋଷା କୁକୁର ଓ ଟଙ୍କା ବ୍ୟାଗଟି ଘରେ ନଥିଲା । ଏହାପରେ ସେ ଆଖପାଖରେ ଖୋଜିଥିଲେ, କିଛି ସମୟ ପରେ କୁକୁରଟି ଫେରିଆସିଲା କିନ୍ତୁ ଟଙ୍କା ବ୍ୟାଗଟିକୁ ନପାଇବାରୁ ତାଙ୍କ କୁକୁର ଟଙ୍କା ଚୋରି କରି କେଉଁ ଆଡେ ହଜାଇ ଦେଇଥିବା ଅଭିଯୋଗ କରିଥିଲେ । ତେବେ ବ୍ୟାଟିକୁ ଯଦି କେହି ପାଆନ୍ତି ତେବେ ଫେରାଇବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ସେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ