ETV Bharat / bharat

ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା, ଆଖୁ କିଆରୀରୁ ମିଳିଲା ମୃତଦେହ

author img

By

Published : Dec 26, 2021, 1:05 PM IST

ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା । ଆଖୁ କିଆରୀରୁ ମୃତଦେହ ଉଦ୍ଧାର କଲା ପୋଲିସ । ଜାଣନ୍ତୁ କେଉଁଠି ଘଟିଛି ଏହି ଲୋମହର୍ଷଣକାରୀ ଘଟଣା ।

ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା, ଆଖୁ କିଆରୀରୁ ମିଳିଲା ମୃତଦେହ
ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା, ଆଖୁ କିଆରୀରୁ ମିଳିଲା ମୃତଦେହ

ଲକ୍ଷ୍ନୌ: ଥମୁନି ପାଶବିକତା । ଦୁଷ୍କର୍ମର ରାଜଧାନୀ ପାଲଟିଛି ଉତ୍ତରପ୍ରଦେଶ । ୟୁପିକୁ କଳଙ୍କିତ କରିଚାଲିଛି ଯୌନଶୋଷଣ, ଦୁଷ୍କର୍ମ ଓ ହତ୍ୟା ଭଳି ଲୋମହର୍ଷଣକାରୀ ଘଟଣା । ବିଗତ ଦିନରେ ପାଶବିକତାର ଅନେକ ଘଟଣା ସାମ୍ନାକୁ ଆସିଥିବାବେଳେ ଏବେ ପୁଣି ଏଠାରେ ଦୁଷ୍କର୍ମ ଏବଂ ହତ୍ୟା ଭଳି ହୃଦୟ ବିଦାରକ ଘଟଣା ଘଟିଛି । ଜଣେ 7 ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ କରିବା ପରେ ହତ୍ୟା କରାଯାଇଥିବା ପୋଲିସ ସୂଚନା ଦେଇଛି ।

ଉତ୍ତରପ୍ରଦେଶ ମୋରଦାବାଦ ଅଞ୍ଚଳରୁ ଏହି ଘଟଣା ସମ୍ନାକୁ ଆସିଛି । ଜଣେ କୃଷକ ଆଖୁ କିଆରୀରେ ଏକ ନାବାଳିକାର ମୃତଦେହ ପଡିଥିବାର ଦେଖିବାକୁ ପାଇଥିଲେ । ଏନେଇ ସେ ପୋଲିସକୁ ଖବର ଦେଇଥିଲେ । ପୋଲିସ ବିଲ ମଧ୍ୟରୁ ନାବାଳିକାର ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଥିଲା । ବ୍ୟବଚ୍ଛେଦ ରିପୋର୍ଟରେ ଝିଅଟି ସହ ଦୁଷ୍କର୍ମ କରାଯାଇଥିବା ସ୍ପଷ୍ଟ ହୋଇଛି । ଗତ ବୁଧବାର ଠାରୁ ନାବାଳିକା ଜଣକ ନିଖୋଜ ଥିଲେ । ନିଖୋଜ ସମ୍ପର୍କରେ ତାଙ୍କ ବାପାମାଆ ମଧ୍ୟ ଥାନାରେ ଅଭିଯୋଗ କରିଥିଲେ ।

ସେପଟେ ପୋଲିସ ଆଇପିସି ଏବଂ ପୋସ୍କୋ ଆକ୍ଟ ଅଧିନରେ ଦୁଷ୍କର୍ମ ଏବଂ ହତ୍ୟା ମାମଲା ରୁଜୁ କରିଛି । ଘଟଣାରେ ଛାନଭିନ୍ ଆରମ୍ଭ ହୋଇଛି । ଖୁବଶୀଘ୍ର ଦୁଷ୍କର୍ମକାରୀଙ୍କୁ ଗିରଫ କରାଯିବ ବୋଲି ପୋଲିସ କହିଛି ।

@PTI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.