ETV Bharat / bharat

ନାବାଳିକାକୁ ଗଣ ଦୁଷ୍କର୍ମ, ନାବାଳକ ସାମିଲ ଥିବା ନେଇ ଅଭିଯୋଗ

author img

By

Published : Nov 9, 2022, 9:14 AM IST

ସୈତାନ ସାଜିଲା ସାଙ୍ଗ । ହାଇଦ୍ରାବାଦରେ ଜଣେ ୧୩ ବର୍ଷୀୟ ନାବାଳିକାକୁ ସାଙ୍ଗ ସହ ଜଣେ ନାବାଳକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଅଧିକ ପଢନ୍ତୁ

ଗଣ ଦୁଷ୍କର୍ମ
ଗଣ ଦୁଷ୍କର୍ମ

ହାଇଦ୍ରାବାଦ: ହାଇଦ୍ରାବାଦରେ ଲଜ୍ଜା । ଜଣେ ୧୩ ବର୍ଷୀୟ ନାବାଳିକାକୁ ଦୁଇଜଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି(Minor Girl Raped by Two Persons) । ନାବାଳିକା ଜଣକ ସହ ନିଜର ତାଙ୍କରି ସାଙ୍ଗ ଓ ଜଣେ ନାବଳକ ମିଶି ଦୁଷ୍କର୍ମ କରିଥିବା ପୋଲିସ ପକ୍ଷରୁ କୁହାଯାଇଛି । ଏନେଇ ହାଇଦ୍ରାବାଦର ମିରପେଟରେ ପୀଡ଼ିତା ପରିବାର ପକ୍ଷରୁ ଏତଲା ଦିଆଯାଇଛି ।

ଘଟଣା ଥିଲା ଏମିତି

ଗତ ଶନିବାର ରାତିର ଏହି ଘଟଣା ଘଟିଛି । ୧୩ ବର୍ଷୀୟ ନାବାଳିକା ଜଣକ ଶନିବାର ରାତିରେ ନିଜ ସାଙ୍ଗଙ୍କ ଘରକୁ ଯାଉଥିବା ବେଳେ ବାଟରେ ତାଙ୍କର ସମ୍ପର୍କୀୟ ପଡୋଶୀ ସାଙ୍ଗ ଜଣେ ଲିଫ୍ଟ ଦେଇଥିଲା । ସେହି ସମୟରେ ଅନ୍ୟଜଣେ ନାବାଳକ ମଧ୍ୟ ଗାଡିରେ ରହିଥିଲା । ସୂଚନାଅନୁସାରେ, ଶନିବାର ରାତିରେ ନାବାଳିକାକୁ ଦୁଇ ଭିନ୍ନ ସ୍ଥାନକୁ ନିଆଯାଇଥିଲା । ଏବଂ ସେଠାରେ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଏହି ଘଟଣା ପରେ ନାବାଳିକା ଜଣକ ଘରେ ଜଣାଇନଥିଲେ । ପରେ ପରିବାରଲୋକଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ । ନଭେମ୍ବର ୫ ତାରଖରେ ଏହି ଘଟଣା ଘଟିଥିବା ବେଳେ ପରିବାରଲୋକଙ୍କ ପକ୍ଷରୁ ୭ ତାରିଖରେ ଥାନାରେ ଏତଲା ଦିଆଯାଇଛି । ପୋକ୍ସୋ ଆକ୍ଟ ଅନୁଯାଇ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ଏହା ମଧ୍ୟ ପଢନ୍ତୁ: ନାବାଳିକାକୁ ଦୁଷ୍କର୍ମ, ନାବାଳକ ଅଟକ

କହିରଖୁଛୁ ଯେ, ଗତ କିଛିଦିନ ପୂର୍ବରୁ ଛଡିଶଗଡରୁ ମଧ୍ୟ ଏଭଳି ଏକ ଖବର ସାମ୍ନାକୁ ଆସିଥିଲା । ଜଣେ 8 ବର୍ଷୀୟ ବାଳିକାକୁ ଦୁଷ୍କର୍ମ ଅଭିଯୋଗର ଜଣେ 15 ବର୍ଷୀୟ ନାବାଳକ ଗିରଫ ହୋଇଥିଲା । ନାବାଳିକାର ବାପାମାଆ କାମ କରିବାକୁ ଜମିକୁ ଚାଲିଯାଇଥିଲେ । ଏହାପରେ ପ୍ରତିଦିନ ପରି ଝିଅଟି ଛେଳି ଚରାଇବାକୁ ଜଙ୍ଗଲକୁ ଯାଇଥିଲା । ସେହି ସମୟରେ ଗାଁର ନାବାଳକ ଜଣକ ନାବାଳିକାଙ୍କୁ ଅସଦାଚରଣ କରିଥିଲା । ଘରକୁ ଫେରିବା ପରେ ଝିଅଟି ଭୟଭୀତ ଥିଲା । ଆହତ ମଧ୍ୟ ଥିଲେ । ଘଟଣା ସଂପର୍କରେ ବାପାମାଆଙ୍କୁ ଜଣାଇଥିଲା । ଝିଅଠୁ ସବୁ ଶୁଣିବା ପରେ ପରିବାର ଲୋକ ନାବାଳିକ ଝିଅକୁ ଚିକିତ୍ସା ନିମନ୍ତେ କୋରବା ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରିବା ସହ ଏନେଇ ବାଂଗୋ ଥାନାରେ ଅଭିଯୋଗ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.