ETV Bharat / bharat

RAPE CASE: ନାବାଳିକା ଶାଳୀ ଉପରେ ଭିଣୋଇର ନଜର, ଦୁଷ୍କର୍ମ ଅଭିଯୋଗ

author img

By

Published : Jan 22, 2023, 10:13 PM IST

ନାବାଳିକା ଶାଳୀକୁ ଦୁଷ୍କର୍ମ କରି ୩ଥର ଗର୍ଭବତୀ କରାଇଲା ଭିଣୋଇ । ଏଭଳି ନିନ୍ଦନୀୟ ଘଟଣା ଗୁଜୁରାଟ ରାଜକୋଟ ଅଞ୍ଚଳରେ ଘଟିଛି । ଅଧିକ ପଢନ୍ତୁ

RAPE
RAPE

ଗାନ୍ଧୀନଗର: ନାବାଳିକା ଶାଳୀ ଉପରେ ଭିଣୋଇର କୁତ୍ସିତ ନଜର । ଗୁଜୁରାଟ ରାଜକୋଟରେ ଭିଣୋଇ ଶାଳୀକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପୀଡ଼ିତା ନିଜ ଭଉଣୀ ସହିତ ରହୁଥିବା ବେଳେ ଏହାର ଫାଇଦା ଉଠାଇ ଭିଣୋଇ ଶାରୀରିକ ସମ୍ପର୍କ ରଖି ଶାଳୀକୁ ୩ଥର ଗର୍ଭବତୀ କରାଇଥିବା ଅଭିଯୋଗ ହୋଇଛି । ୩ୟ ଥର ପୀଡ଼ିତା ଜଣେ ମୃତ ଶିଶୁକୁ ଜନ୍ମ ଦେବା ପରେ ଅଭିଯୁକ୍ତ ଭିଣୋଇ ବିରୋଧରେ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ ପୀଡ଼ିତା ନିଜ ଭଉଣୀ ସହିତ ରହୁଥିଲେ । ଏହି ସମୟରେ ଭିଣୋଇ ଇକବାଲ ଅହମ୍ମଦ ଶାଳୀକୁ ପ୍ରେମ ଜାଲରେ ଫସାଇ ଉଭୟ ନିଜ ଇଚ୍ଛା ଅନୁସାରେ ଶାରୀରିକ ସମ୍ପର୍କ ରଖିଥିଲେ । ଏହାରି ମଧ୍ୟରେ ପୀଡ଼ିତା ୩ଥର ଗର୍ଭବତୀ ହୋଇଥିବା ବେଳେ ତାଙ୍କର ଗର୍ଭପାତ ମଧ୍ୟ କରିଛନ୍ତି । ଏହି ଘଟଣା ପରେ ପୀଡ଼ିତାଙ୍କ ଏକ ଯୁବକ ସହିତ ନିର୍ବନ୍ଧ ହୋଇଥିଲା । ଏହାପରେ ସେ ନିଜ ଭାବି ସ୍ବାମୀଙ୍କ ସହ ରହୁଥିଲେ । ଏହାରି ମଧ୍ୟରେ ଭାବି ସ୍ବାମୀ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ । ଏହାପରେ ସେ ଗତ ୨୦୨୦ ମସିହାରେ ଗର୍ଭବତୀ ହୋଇଥିଲେ ।

ଏହା ବି ପଢନ୍ତୁ- ସୀମା ଲଙ୍ଘୁଛି ପାଶବିକତା ! ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ କଲେ 3 ନାବାଳକ

ଯେତେବେଳେ ତାଙ୍କର ପ୍ରସବ ଯନ୍ତ୍ରଣା ହୋଇଥିଲା, ସେତେବେଳେ ପୀଡ଼ିତାଙ୍କ ଭାବି ସ୍ବାମୀ ତାଙ୍କ ବୟସ ୧୯ ବର୍ଷ କହି ମେଡ଼ିକାଲରେ ଭର୍ତ୍ତି କରାଇଥିଲେ । ସେଠାରେ ସେ ମୃତ ଶିଶୁକୁ ଜନ୍ମ ଦେଇଥିବା ଜଣାପଡ଼ିଛି । ଏହାପରେ ପୀଡ଼ିତାଙ୍କ ପରିବାର ଓ ଭାବି ସ୍ବାମୀ ମିଶି ଉକ୍ତ ମୃତ ଶିଶୁକୁ ପୋତି ଦେଇଥିଲେ । ଯେତେବେଳେ କୋର୍ଟରେ ଭିଣୋଇଙ୍କ ଦୁଷ୍କର୍ମ ଖବର ବିଚାରଧୀନ ରହିଥିଲା, ସେତେବେଳେ ମୃତ ଶିଶୁ ଓ ଭାବି ସ୍ବାମୀଙ୍କ ସମ୍ପର୍କରେ ଜଣାପଡ଼ିଛି । ପୋଲିସ ଏବେ ଭାବିସ୍ବାମୀ ଇମ୍ରାନଙ୍କ ବିରୋଧରେ ଆଇପିସି ଧାରା ୩୭୬, ୩୬୩, ୩୬୬ ଓ ପୋକ୍ସୋ ଧାରା ୬ ଅନୁଯାୟୀ ମାମଲା ରୁଜୁ କରିଛି । ଏହାସହିତ ଅଭିଯୁକ୍ତ ଇମ୍ରାନଙ୍କୁ ଗିରଫ କରିବା ଲାଗି ପ୍ରୟାସ ଜାରି ରଖିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.