ETV Bharat / bharat

RAPE CASE: ଗୁରୁ-ଶିଷ୍ୟ ସମ୍ପର୍କରେ କଳଙ୍କ ! ନାବାଳିକା ଛାତ୍ରୀଙ୍କୁ ଶିକ୍ଷକଙ୍କ ଦୁଷ୍କର୍ମ ଅଭିଯୋଗ - ଦୁଷ୍କର୍ମକାରୀ ଶିକ୍ଷକ

ପୁଣି ଗୁରୁ-ଶିଷ୍ୟ ସମ୍ପର୍କରେ ଲାଗିଲା କଳଙ୍କ । ଦିଲ୍ଲୀରେ ୮ବର୍ଷର ଛାତ୍ରୀକୁ ଶିକ୍ଷକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

RAPE CASE
RAPE CASE
author img

By

Published : Feb 8, 2023, 9:28 PM IST

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଦିନକୁ ଦିନ ବଢୁଛି ଅପରାଧିକ ଘଟଣା । ପୁଣି ଏକ ଲଜ୍ଜାଜନକ ଖବର ସାମନାକୁ ଆସିଛି । ଗୁରୁ ଶିଷ୍ୟ ସମ୍ପର୍କରେ ଲାଗିଛି କଳଙ୍କ । ୮ବର୍ଷର ନାବାଳିକା ଛାତ୍ରୀକୁ ସ୍କୁଲର କ୍ରୀଡ଼ା ଶିକ୍ଷକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ଶିକ୍ଷକଙ୍କ ବିରୋଧରେ ପୋକ୍ସୋ ଆକ୍ଟ ମାଧ୍ୟମରେ ମାମଲା ରୁଜୁ କରାଯାଇଛି । ପୀଡ଼ିତାଙ୍କ ପରିବାର ପକ୍ଷରୁ ଅଭିଯୁକ୍ତ ଶିକ୍ଷକଙ୍କ ବିରୋଧରେ ଏହି ଅଭିଯୋଗ ଆସିଛି । ପୋଲିସ ମାମଲା ରୁଜୁ କରି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି ।

ପୂର୍ବାଞ୍ଚଳ ଦିଲ୍ଲୀ ଜିଲ୍ଲାର ଡିସିପି ଅମୃତା ଗୁଗୁଲୋଥ କହିଛନ୍ତି, "ବୁଧବାର ସକାଳେ ଏହି ଘଟଣା ସମ୍ପର୍କରେ ପୋଲିସକୁ ଖବର ମିଳିଥିଲା । ଅଶୋକ ନଗର ଥାନାର PCR କଲ୍‌ ଆସିଥିଲା । ସୂଚନା ପାଇବା ପରେ ସବ୍‌-ଇନ୍ସପେକ୍ଟର ଶଙ୍କର ଓ WSI ପ୍ରିୟା ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ପୀଡ଼ିତାଙ୍କ ବୟସ ୮ବର୍ଷ ବୋଲି ତାଙ୍କ ପିତାମାତା ସୂଚନା ଦେଇଥିଲେ । ପୀଡ଼ିତା ଜଣକ ନ୍ୟୁ ଅଶୋକ ନଗରରେ ଦିଲ୍ଲୀ ନଗର ନିଗମ ସ୍କୁଲରେ ତୃତୀୟ ଶ୍ରେଣୀରେ ପଢୁଛି । ଗତ ୪ରୁ ୫ ଦିନ ପୂର୍ବରୁ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଯୌନ ନିର୍ଯାତନା ଦେଇଥିଲେ ।"

ଏହା ବି ପଢନ୍ତୁ- Sexual assault on Granddaughter: ଅଭିଯୁକ୍ତ ଜେଜେବାପାକୁ ୨୦ବର୍ଷ ଜେଲ ଦଣ୍ଡାଦେଶ

ଡିସିପିଙ୍କ କହିବାନୁସାରେ ପୀଡ଼ିତାଙ୍କ କାଉନସେଲିଂ ସହ ଡାକ୍ତରୀ ମାଇନା କରାଯିବ । ଅଭିଯୋଗ ପରେ ଆଇପିସି ଓ ପକ୍ସୋ ଆକ୍ଟ ଅଧିନିୟମ ଅନୁସାରେ ଅଭିଯୁକ୍ତ ଶିକ୍ଷକଙ୍କ ବିରୋଧରେ ଅନେକ ମାମଲା ରୁଜୁ କରାଯାଇଛି । ଏଯାବତ ପୋଲିସ ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କରିନଥିବା ବେଳେ ଅଧିକ ଯାଞ୍ଚ ଜାରି ରଖିଛି । ସେପଟେ ଦୁଷ୍କର୍ମ ଘଟଣାକୁ ନେଇ ପୀଡ଼ିତାଙ୍କ ପରିବାର ବିଦ୍ୟାଳୟ ପରିସରରେ ହଙ୍ଗାମା କରିଛନ୍ତି । ବିଦ୍ୟାଳୟରେ ପଢୁଥିବା ପିଲାଙ୍କ ଅଭିଭାବକମାନେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ଏହାସହ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ବିରୋଧରେ ନାରାବାଜି କରିଛନ୍ତି । ପୀଡ଼ିତାଙ୍କ ପରିବାର ଅଭିଯୋଗ କରିଛି ଯେ ସ୍କୁଲରେ ସୁବିଧା ବୋଲି କିଛି ନାହିଁ । ଯଦି ବିଦ୍ୟାଳୟର ଶିକ୍ଷକ ଏପରି ନିନ୍ଦନୀୟ କାର୍ଯ୍ୟରେ ଜଡ଼ିତ, ତେବେ କୁନି କୁନି ପିଲାମାନେ କିପରି ସୁରକ୍ଷିତ ରହିବେ ? ଅନ୍ୟପଟେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ । ପରିବାର ଅଭିଯୁକ୍ତ ଶିକ୍ଷକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଦାବି କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.