ETV Bharat / bharat

ବାପା ନା ରାକ୍ଷସ: 45 ଦିନର ଶିଶୁକୁ ପୋଖରୀରେ ଫିଙ୍ଗି କଲା ହତ୍ୟା

ପିଶାଚ ସାଜିଲା ବାପା । ନବଜାତକକୁ ପୋଖରୀରେ ଫିଙ୍ଗି କଲା ହତ୍ୟା। ୟୁଟ୍ୟୁବ ଦେଖି ରଚିଥିଲା ମର୍ଡର ପ୍ଲାନ । ଅଧିକ ପଢନ୍ତୁ

ବାପା ନା ରାକ୍ଷସ:45 ଦିନର ଶିଶୁକୁ ପୋଖରୀରେ ଫିଙ୍ଗି କଲା ହତ୍ୟା

author img

By

Published : Jun 4, 2022, 3:02 PM IST

ରାୟପୁର : ପିଶାଚ ସାଜିଲା ବାପା । ନବଜାତକକୁ ପୋଖରୀରେ ଫିଙ୍ଗି କଲା ହତ୍ୟା। ୟୁଟ୍ୟୁବ ଦେଖି ରଚିଥିଲା ମର୍ଡର ପ୍ଲାନ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଦନ୍ତେଓ୍ବାଡା ଜିଲ୍ଲା ବାରସୁର ଥାନା ଅଞ୍ଚଳର ଉପେଟ ଗାଁରେ ।

ସୂଚନା ଅନୁସାରେ, ଦନ୍ତେଓ୍ବାଡା ଜିଲ୍ଲା ବାରସୁର ଥାନା ଅଞ୍ଚଳର ଉପେଟ ଗାଁରେ ଜଣେ ନାବାଳକ ଗତ କିଛି ଦିନ ତଳେ ଜଣେ ନାବାଳିକାଙ୍କୁ ବିବାହ କରିଥିଲେ । ତେବେ କିଛି ଦିନ ପରେ ତାଙ୍କ କୋଳକୁ ଆସିଥିଲା ଏକ ନବଜାତକ । କିନ୍ତୁ ଏଥିରେ ଖୁସି ନଥିଲେ ଦମ୍ପତି ।

ପରେ ନିଜ ଶିଶୁକୁ ହତ୍ୟା କରିବା ପାଇଁ କରିଥିଲେ ଯୋଜନା । ୟୁଟ୍ୟୁବର ସାହାର ନେଇ କରିଥିଲେ ପ୍ରି ପ୍ଲାନ । ଶିଶୁକୁ ପ୍ରଥମେ ଘରୁ ଅପହରଣ କରାଯାଇ ଏକ ଦୂର ସ୍ଥାନରେ ଲୁଚାଇ ରଖିଥିଲା ବାପା ।

ପରଦିନ ଶିଶୁର ପିନ୍ଧା ଡ୍ରେସ ଗୁଡିକୁ ଘର ନିକଟରେ ଫିଙ୍ଗି ଦେଇ ସେଥିରେ କୁକୁଡା ରକ୍ତ ଲଗାଇ ଦେଇଥିଲା । ସମସ୍ତଙ୍କୁ ଅନୁଭବ ହେବ ଯେ, ଶିଶୁକୁ କୌଣସି ବନ୍ୟଜନ୍ତୁ ଖାଇ ଦେଇଛି । କିନ୍ତୁ ଶିଶୁଟିକୁ ନିକଟସ୍ଥ ପୋଖରୀରେ ଫିଙ୍ଗି ଦେଇଥିଲା ।

ସେପଟେ, ଶିଶୁ ନିଖୋଜ ନେଇ ପରିବାର ପକ୍ଷରୁ ଥାନାରେ ଏତଲା ମଧ୍ୟ ଦିଆଯାଇଥିଲା । ପୋଲିସ ଘଟଣାର ତଦନ୍ତ କରିଥିଲା । ଶେଷରେ ଅଭିଯୁକ୍ତର ଟେର ପାଇଥିଲା ପୋଲିସ । ତେବେ, ଶିଶୁଟିକୁ ଜନ୍ମ ଦେଇଥିବାରୁ ଉଭୟ ନାବାଳକ ସ୍ବାମୀ ସ୍ତ୍ରୀ ଖୁସି ନଥିଲେ । ସେଥିପାଇଁ ସେମାନେ ଶିଶୁକୁ ହତ୍ୟା କରିଥିବା ପୋଲିସ କହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.