ETV Bharat / bharat

ନାବାଳିକାକୁ ଗଣଦୁଷ୍କର୍ମ, 5 ଅଭିଯୁକ୍ତ ଗିରଫ - ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣା

ଉତ୍ତରପ୍ରଦେଶର ଲଖିମପୁର ଖେରୀ ଜିଲ୍ଲାରେ ଦଳିତ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣା।ଘଟଣା ସ୍ଥଳରେ ନାବାଳିକା ଜଣଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି । ଅଧିକ ପଢନ୍ତୁ

ନାବାଳିକାକୁ ଗଣଦୁଷ୍କର୍ମ, 5 ଅଭିଯୁକ୍ତ ଗିରଫ
ନାବାଳିକାକୁ ଗଣଦୁଷ୍କର୍ମ, 5 ଅଭିଯୁକ୍ତ ଗିରଫ
author img

By

Published : Sep 11, 2022, 5:55 PM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଲଜ୍ୟା। ଶୌଚ ପାଇଁ ଯାଇଥିବା ବେଳେ ନାବାଳିକାକୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ। ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ବନ୍ଧା ହେଲେ 5 ଅଭିଯୁକ୍ତ । ଏଭଳି ଲଜ୍ଜାନଜନକ ଘଟଣା ଘଟିଛି ଉତ୍ତରପ୍ରଦେଶର ଲଖିମପୁର ଖେରୀ ଜିଲ୍ଲାର ମୋହମ୍ମଦି କୋତବାଲିରେ।

ସୂଚନା ଅନୁସାରେ, ମୋହମ୍ମଦି କୋତବାଲିର ଏକ ଗାଁରେ ନାବାଳିକା ଜଣକ ରାତିରେ ଶୌଚ ପାଇଁ ଯାଇଥିଲେ। ନାବାଳିକାଙ୍କୁ ଏକୁଟିଆ ଦେଖି ସେହି ଗାଁର କିଛି ପୁଅ ମିଶି ଦୁଷ୍କର୍ମ କରିଥିବା ଜଣାପଡିଛି। ଏନେଇ ଯେତେବେଳେ ନାବାଳିକାର ଦେହ ଅସୁସ୍ଥ ହୋଇଥିଲା ତେବେ ନାବାଳିକାର ଘର ଲୋକ ପୋଲିସକୁ ଖବର ଦେଇଥିଲେ। ତେବେ ଏହି ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା। ଘଟଣା ସ୍ଥଳରେ ନାବାଳିକା ଜଣଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ଲକ୍ଷ୍ନୌ ମେଡିକାଲକୁ ସ୍ଥାନାନ୍ତରଣ କରିଥିବା ସୂଚନା ମିଳିଛି। ତେବେ ସେଠାରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଜଣାପଡିଛି।

ନାବାଳିକାକୁ ଗଣଦୁଷ୍କର୍ମ, 5 ଅଭିଯୁକ୍ତ ଗିରଫ

ତେବେ ଏନେଇ ପୋଲିସ ଅଧିକ୍ଷକ ଅରୁଣ କୁମାର ସିଂହ କହିଛନ୍ତି, " ଗଣଦୁଷ୍କର୍ମ କରିଥିବା ଚାରି ଜଣ ଯୁବକଙ୍କୁ ନାବାଳିକା ଜଣକ ଆଗରୁ ଜାଣିଥିବା ସୂଚନା ଦେଇଛନ୍ତି। କିନ୍ତୁ ଅନ୍ୟପଟେ ନାବାଳିକାଙ୍କ ଭାଇଙ୍କ କହିବା ଅନୁସାରେ 5ଜଣ ଯୁବକଙ୍କୁ ଗିରଫ କରାଯାଇଛି।" ଏଥିସହ ପୋଲିସ ଅଭିଯୁକ୍ତମାନଙ୍କୁ ଥାନାରେ ପଚରାଉଚରା ଜାରି ରଖିଛି।

ଏଥିସହ ପିଡୀତା ଜଣଙ୍କ କହିଛନ୍ତି ଯେ , 4ଜଣ ଯୁବକ ତାଙ୍କ ସହ ଦୁଷ୍କର୍ମ କରିଛନ୍ତି। ଯେଉଁମାନଙ୍କୁ ନାବାଳିକା ଜଣଙ୍କ ତାଙ୍କୁ ଆଗରୁ ଜାଣିଥିବା ସୂଚନା ଦେଇଛନ୍ତି। କିନ୍ତୁ ଅନ୍ୟପଟେ ପିଡୀତାଙ୍କ ଭାଇ 5ଜଣ ଯୁବକ ନବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି। ନିଖିଲ, ଜୟରାମ, ପୁଷ୍ପେନ୍ଦ୍ର, ବିମଲ ଓ ପବନଙ୍କ ବିରୋଦ୍ଧରେ ଥାନାରେ ଅଭିଯୋଗ କରିଛନ୍ତି।

ତେବେ ସୂଚନା ଥାଉ କି, ଲଖିମପୁର ଖେରୀ ହିଂସାକାଣ୍ଡ (Lakhimpur Kheri Violence) ମାମଲା । ହିଂସାକାଣ୍ଡ ସ୍ଥଳରେ ତିନି ବିଜେପି କର୍ମୀଙ୍କୁ ପିଟିପିଟି ହତ୍ୟା କରିବା ଅଭିଯୋଗରେ ଦୁଇ ଚାଷୀ ଗିରଫ କରାଯାଇଥିଲା । କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କ ଗାଡି ଚକା ତଳେ ଦାବି ହୋଇ ଆନ୍ଦୋଳନରତ ୪ ଜଣ ଚାଷୀଙ୍କ ସମେତ ୮ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିଲା । ଏଥିରେ ଜଣେ ସ୍ଥାନୀୟ ସାମ୍ବାଦିକଙ୍କ ପ୍ରାଣ ମଧ୍ୟ ଯାଇଥିଲା । ଏଥିସହ କୃଷକଙ୍କୁ ଗାଡି ମଡାଇବା ଘଟଣାରେ ଗିରଫ ବିଜେପି ନେତା ସୁମିତ୍ ଜୈସୱାଲ କିଛି ଅଜ୍ଞାତ ଚାଷୀଙ୍କ ବିରୁଦ୍ଧରେ କରିଥିବା ହିଂସାକାଣ୍ଡ ଅଭିଯୋଗ ଆଧାରରେ ସମ୍ପୃକ୍ତ ଚାଷୀଙ୍କ ବିରୁଦ୍ଧରେ ମଧ୍ୟ ହିଂସା ଏବଂ ହତ୍ୟା ଚାର୍ଜ ଲଗାଇଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.