ETV Bharat / bharat

ଦିଲ୍ଲୀରେ ଚାଞ୍ଚଲ୍ୟ: 13 ବର୍ଷ ନାବାଳକର ଅଦ୍ଭୁତ କାଣ୍ଡ, ୮ବର୍ଷର ନାବାଳକକୁ ଅପହରଣ ପରେ ହତ୍ୟା

author img

By

Published : Apr 5, 2022, 4:44 PM IST

ରାଜଧାନୀ ଦିଲ୍ଲୀରେ ଘଟିଛି ଏକ ବୀଭତ୍ସ କାଣ୍ଡ । ଜଣେ ଆଠ ବର୍ଷର ନାବାଳକକୁ ପ୍ରଥମେ ଅପହରଣ ପରେ ୧୩ ବର୍ଷର ନାବାଳକ ହତ୍ୟା କରିବାରେ ଜଙ୍ଗଲରେ ଫିଙ୍ଗି ଦେଇଥିବା ଜଣାପଡିଛି । ଅଧିକ ପଢନ୍ତୁ

ରାଜଧାନୀ ଦିଲ୍ଲୀରେ ଚାଞ୍ଚଲ୍ୟ, ୮ବର୍ଷର ନାବାଳକକୁ ଅପହରଣ ପରେ ହତ୍ୟା

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଘଟିଛି ଏକ ବୀଭତ୍ସ କାଣ୍ଡ । ଜଣେ ଆଠ ବର୍ଷର ନାବାଳକକୁ ପ୍ରଥମେ ଅପହରଣ ପରେ ୧୩ ବର୍ଷର ନାବାଳକ ହତ୍ୟା କରିବାରେ ଜଙ୍ଗଲରେ ଫିଙ୍ଗି ଦେଇଥିବା ଜଣାପଡିଛି । ତେବେ ଉତ୍ତର-ପଶ୍ଚିମ ଦିଲ୍ଲୀର ରୋହିଣୀ ଜିଲ୍ଲା ଅନ୍ତର୍ଗତ କଞ୍ଝାବାଲାରେ ଏହି ଘଟଣା ହୋଇଥିବାବେଳେ ପୋଲିସ ଅଭିଯୁକ୍ତ ନାବାଳକକୁ ଗିରଫ କରିଛି ।

ସୂଚନା ଅନୁସାରେ ଏପ୍ରିଲ ୨ ତାରିଖ ରାତି ୦୯.୧୩ରେ ଜଣେ ମହିଳାଙ୍କ ଫୋନ କଲ ଥାନାକୁ ଆସିଥିଲା । ମହିଳାଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ୮ ବର୍ଷର ପୁଅ ଦିନ ୩ଟା ବେଳରୁ ଘର ବାହାରକୁ ଯାଇଥିବାବେଳେ ଏପର୍ଯ୍ୟନ୍ତ ଘରକୁ ଫେରିନଥିବା ସେ କହିଥିଲେ । ତେବେ ପ୍ରାଥମିକ ସୂଚନା ଆଧାରରେ ପୋଲିସ ଏନେଇ ୩୬୩ ଆକ୍ଟରେ ଏକ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଥିଲା ।

ସେହିଭଳି ନିଖୋଜ ଥିବା ନାବାଳକ ଜଣେ ୧୩ ବର୍ଷର ନାବାଳକ ସହ ଯାଇଥିବା ତାଙ୍କ ମାଆ କହିଥିଲେ । ମାତ୍ର ଏହା ଶୁଣିବା ପରେ ପୋଲିସ ସେହି ୧୩ ବର୍ଷର ନାବାଳକକୁ ପଚରାଉଚୁରା କରିବା ପରେ ନାବାଳକ ଜଣକ ସତ ମାନିଥିଲେ । ତେବେ ସାମାନ୍ୟ ପାଟିତୁଣ୍ଡରୁ ଅଭିଯୁକ୍ତ ପଥରରେ ଛେଚି ହତ୍ୟା କରିବା ସହ ସେହି ନାବାଳକର ମୋବାଇଲ ନେଇଯାଇଥିଲା ।

ଅନ୍ୟପଟେ ଘଟଣାସ୍ଥଳରେ ସେହି ନାବାଳକର ମୃତ୍ୟୁ ହୋଇଯାଇଥିଲା ବୋଲି ପୋଲିସ କହିଛି । ଏହି ଘଟଣା ଜାଣିବା ପରେ ୩୦୨ରେ ହତ୍ୟା ମାମଲା ରୁଜୁ କରିବା ସହ ଅଭିଯୁକ୍ତ ନାବାଳକୁ ଗିରଫ କରିଛି । ଏଥିସହ ନାବାଳକର ମୃତଦେହ ହରିୟାଣାର ସୋହାତି ଗାଁ ଜଙ୍ଗଲରୁ ଉଦ୍ଧାର କରିବା ସହ ଭଙ୍ଗା ହୋଇଥିବା ମୋବାଇଲ ଫୋନ ମଧ୍ୟ ଜବତ କରିଛି ପୋଲିସ । ଏପଟେ ଅଭିଯୁକ୍ତ ନାବାଳକୁ ଏକ ସୁଧାର ଗୃହ ପଠାଯାଇଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.