ETV Bharat / bharat

ସପ୍ତମ ହସ୍ତତନ୍ତ ଦିବସ, ଦିଲ୍ଲୀରେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ

author img

By

Published : Aug 7, 2021, 8:20 AM IST

ଆଜି ସପ୍ତମ ହସ୍ତତନ୍ତ ଦିବସ । ହସ୍ତତନ୍ତ ସାମଗ୍ରୀ ଓ ଶିଳ୍ପୀଙ୍କ ଉନ୍ନତିକରଣ ଦିଗରେ ଦିଲ୍ଲୀରେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ । ଯୋଗଦେବେ ବିଭାଗୀୟ ମନ୍ତ୍ରୀ ପୀୟୁଷ ଗୋଏଲ । ଅଧିକ ପଢନ୍ତୁ...

ସପ୍ତମ ହସ୍ତତନ୍ତ ଦିବସ, ଦିଲ୍ଲୀରେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ
ସପ୍ତମ ହସ୍ତତନ୍ତ ଦିବସ, ଦିଲ୍ଲୀରେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ

ନୂଆଦିଲ୍ଲୀ:ବୟନ ଶିଳ୍ପ ବିଭାଗ ଆଜି(ଶନିବାର) ପାଳିବ ସପ୍ତମ ଜାତୀୟ ହସ୍ତତନ୍ତ ଦିବସ । ହସ୍ତତନ୍ତ କିପରି ଦେଶର ଅର୍ଥନୀତି ଉପରେ ପ୍ରଭାବ ପକାଉଛି ସେନେଇ ଆଲୋଚନା ହେବା ସହ ଏହି ଅବସରରେ ହସ୍ତତନ୍ତ ଶିଳ୍ପୀଙ୍କୁ ସମ୍ମାନିତ କରାଯିବାର କାର୍ଯ୍ୟକ୍ରମ ରହିଛି ।

ହସ୍ତତନ୍ତ ଶିଳ୍ପୀଙ୍କର ଥିବା ସମସ୍ୟା ଏବଂ ସେମାନଙ୍କୁ ସଶକ୍ତିକରଣ କରିବା ସହ ଆଗାମୀ ଦିନରେ କିପରି ସେମାନଙ୍କୁ ଅଧିକରୁ ଅଧିକ ସୁଯୋଗ ଯୋଗାଇ ଦିଆଯିବ ସେନେଇ ବୟନ ଶିଳ୍ପ ମନ୍ତ୍ରାଳୟ ପକ୍ଷରୁ ଆଲୋଚନା କରାଯିବ । ଚଳିତ ବର୍ଷ ଏହି ଅବସରରେ ଦିଲ୍ଲୀରେ ଏକ କାର୍ଯ୍ୟକ୍ରମର ଆୟୋଜନ କରିଛି ବିଭାଗ । କେନ୍ଦ୍ର ବୟନ ଶିଳ୍ପ, ବାଣିଜ୍ୟ, ଶିଳ୍ପ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ ପୀୟୁଷ ଗୋଏଲ କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିବେ । ଦିଲ୍ଲୀ ବୟନ ଶିଳ୍ପ ମନ୍ତ୍ରୀ ଦର୍ଶନ ଜରଦୋଶ ମଧ୍ୟ ଅତିଥି ଭାବେ କାର୍ଯ୍ୟକ୍ରମରେ ଯୋଗଦେବେ ।

୧୯୦୫, ଅଗଷ୍ଟ ୭ ତାରିଖରେ ହସ୍ତତନ୍ତର ବିକାଶ, ସ୍ବଦେଶୀ ସାମଗ୍ରୀର ବ୍ୟବହାରକୁ ପ୍ରୋତ୍ସାହନ କରିବା ଆଦି ଦାବିରେ ଆନ୍ଦୋଳନ ହୋଇଥିଲା । ଏହାପରେ ମୋଦି ସରକାର ଆସିବା ପରେ ୨୦୧୫ ମସିହାରୁ ୭ ଅଗଷ୍ଟକୁ ଜାତୀୟ ହସ୍ତତନ୍ତ ଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ପ୍ରଥମେ ଚେନ୍ନାଇରେ ପ୍ରଧାନମନ୍ତ୍ରୀ ମୋଦି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।

ତେବେ ୭୫ ବର୍ଷର ସ୍ବାଧୀନତା ମଧ୍ୟରେ ପ୍ରଥମ କରି ପ୍ରଧାନମନ୍ତ୍ରୀ ମୋଦି ସ୍ବଦେଶୀ ହସ୍ତଶିଳ୍ପର ବିକାଶ ଏବଂ ସେମାନଙ୍କୁ ପ୍ରୋତ୍ସାହନ କରିବା ଦିଗରେ #MyHandloomMypride କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.