ETV Bharat / bharat

Indian Railways: AC ଟ୍ରେନ ରିହାତି ଯୋଜନା, କମ ବ୍ୟସ୍ତ ରୁଟରେ 25% ପର୍ଯ୍ୟନ୍ତ ହ୍ରାସ ପାଇବ ଟିକେଟ୍ - 25 ପ୍ରତିଶତ ହ୍ରାସ ପାଇବ ଏସି ଚେୟାର କାର ଟିକେଟ

କମ ବ୍ୟସ୍ତ ରୁଟରେ 25 ପ୍ରତିଶତ ହ୍ରାସ ପାଇବ ଏସି ଚେୟାର କାର ଟିକେଟ । ରୁଟର ବ୍ୟସ୍ତତା ଦେଖି ନିଷ୍ପତ୍ତି ଗ୍ରହଣ କରିବେ ଜୋନାଲ ରେଳବାଇ କର୍ତ୍ତୃପକ୍ଷ । ବନ୍ଦେ ଭାରତ ଯାତ୍ରୀ ହେବେ ଉପକୃତ । ଅଧିକ ପଢନ୍ତୁ

କମ ବ୍ୟସ୍ତ ରୁଟରେ 25 ପ୍ରତିଶତ ହ୍ରାସ ପାଇବ ଏସି ଚେୟାର କାର ଟିକେଟ

author img

By

Published : Jul 8, 2023, 9:52 PM IST

ନୂଆଦିଲ୍ଲୀ: ଭାରତୀୟ ରେଳବାଇର କମ ବ୍ୟସ୍ତତାପୂର୍ଣ୍ଣ ରୁଟରେ ହ୍ରାସ ପାଇବ ଏସି ଚେୟାର କାର ଟିକେଟ । ଯେଉଁ ରୁଟରେ କମ ବ୍ୟସ୍ତତା ବା ଯାତ୍ରୀଙ୍କ ଗମନାଗମନ କମ ରହୁଛି, ସେହି ସବୁ ମାର୍ଗରେ ଏସି ଚେୟାର କାର ଟିକେଟ ମୂଲ୍ୟ 25 ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିବାକୁ ରେଳବାଇ ନିଷ୍ପତ୍ତି ଗ୍ରହଣ କରିଛି । ଏହି ନିଷ୍ପତ୍ତି କାର୍ଯ୍ୟକାରୀ କରିବା ପାଇଁ ଜୋନାଲ ରେଳବାଇ କର୍ତ୍ତୃପକ୍ଷଙ୍କୁ କ୍ଷମତା ପ୍ରଦାନ କରାଯାଇଛି । ରୁଟର ବ୍ୟସ୍ତତା ଓ ଯାତ୍ରାର ଚାହିଦା ଆଧାରରେ ଜୋନାଲ କର୍ତ୍ତୃପକ୍ଷ ଭଡା ହ୍ରାସର ପରିମାଣ ନିର୍ଦ୍ଧାରିତ କରିବ ।

ଏସି ଚେୟାର କାର ଓ ସମସ୍ତ ଟ୍ରେନର ଏକ୍ସିକ୍ୟୁଟିଭ କ୍ଲାସରେ ଏହି ରିହାତି ନିୟମ ଆବଶ୍ୟକ ସ୍ଥଳେ ଲାଗୁ ହେବ । ଯାତ୍ରୀଙ୍କୁ ବିଶେଷ ସୁବିଧା ପ୍ରଦାନ କରୁଥିବା ‘ଅନୁଭୂତି’ ଓ ‘ଭିସ୍ତାଡୋମ’ କୋଚରେ ମଧ୍ୟ ଏହି ନିର୍ଦ୍ଦେଶାବଳୀ ଲାଗୁ ହେବା ନେଇ ସୂଚନା ମିଳିଛି । ରୁଟରେ ବ୍ୟସ୍ତତା ଓ ଯାତ୍ରାର ଚାହିଦାକୁ ଦେଖି ଜୋନାଲ ରେଲଓ୍ବେ ଏହି ରିହାତି ଯୋଜନା କାର୍ଯ୍ୟକାରୀ କରିବା ପାଇଁ କ୍ଷମତା ପ୍ରାପ୍ତ ହେବେ ।

ରେଳବାଇ ଏହା ମଧ୍ୟ ସ୍ପଷ୍ଟ କରିଛି ଯେ, ଏହି ରିହାତି କେବଳ ଯାତ୍ରାର ବେସିକ ଫେୟାର ବା ମୂଳ ଭଡା ପରିମାଣ ଉପରେ କାର୍ଯ୍ୟକାରୀ କରାଯିବ । ଏହି ରାଶି ରୁଟ ବିଶେଷରେ ଭିନ୍ନ ଭିନ୍ନ ରହିବା ସହ ସର୍ବାଧିକ 25 ପ୍ରତିଶତ ରହିବ । ଅନ୍ୟାନ୍ୟ ଚାର୍ଜ ଯେପରିକି ରିଜର୍ଭସନ ଚାର୍ଜ, ସୁପରଫାଷ୍ଟ ସରଚାର୍ଜ, ଜିଏସଟି ଇତ୍ୟାଦି ପୃଥକ ଭାବରେ ଆଦାୟ କରାଯିବ । ତେବେ ଏହି ରାହିତି ନିଷ୍ପତ୍ତିରେ ନୂତନ ଭାବେ ଭାରତୀୟ ରେଳବାଇରେ ସାମିଲ ହୋଇଥିବା ସେମିସ୍ପିଡ ଟ୍ରେନ ବନ୍ଦେ ଭାରତରେ ଯାତ୍ରା କରୁଥିବା ଯାତ୍ରୀ ଲାଭ ପାଇପାରିବେ । କାରଣ ବନ୍ଦେ ଭାରତରେ ଏସି ଚେୟାର କାର ହିଁ ରହିଛି । ଏହି ସେମିସ୍ପିଟ ଟ୍ରେନ ଦେଶର ପ୍ରମୁଖ ସହର ମଧ୍ୟରେ ଚଳାଚଳ କରୁଥିବାରୁ ଭଡା ପରିମାଣ କେତେ ହ୍ରାସ ପାଇବ ତାହା ରୁଟର ବ୍ୟସ୍ତତା ଉପରେ ନିର୍ଭର କରୁଛି ।

ଏହା ମଧ୍ୟ ପଢନ୍ତୁ:-ହାଇଦ୍ରାବାଦ-ଦିଲ୍ଲୀ ମାର୍ଗରେ ହେବ ଓଡିଶା ପରି ଟ୍ରେନ ଦୁର୍ଘଟଣା, ମିଳିଲା ଧମକପୂର୍ଣ୍ଣ ଚିଠି

ଭାରତୀୟ ରେଳବାଇ ପର୍ଯ୍ୟଟନ ଋତୁରେ ମଧ୍ୟ ପର୍ଯ୍ୟଟନ ସ୍ବତନ୍ତ୍ର ଟ୍ରେନ ଚଳାଚଳ କରାଇଥାଏ । ଆଇଆରସିଟିସି ସହଯୋଗରେ ଏହି ପର୍ଯ୍ୟଟନ ସ୍ବତନ୍ତ୍ର ଟ୍ରେନ ଭାରତର ବିଭିନ୍ନ ଐତିହ୍ୟ ଓ ଆଧ୍ୟାତ୍ମିକ ସହରକୁ ଯାତ୍ରା କରିଥାଏ । ଏହି ଯାତ୍ରା ବିଶେଷ ପର୍ଯ୍ୟଟନ ସୁବିଧା ବିଶିଷ୍ଟ ପ୍ୟାକେଜ ସହ ଆସିଥାଏ । ଯାହା ଫଳରେ ଗୋଟିଏ ଯାତ୍ରାରେ ଦେଶର ବିଭିନ୍ନ ତୀର୍ଥସ୍ଥାନ ପରିଭ୍ରମଣର ସୁଯୋଗ ଯାତ୍ରୀମାନଙ୍କୁ ପ୍ରଦାନ କରିଥାଏ ରେଳବାଇ । ବିଭିନ୍ନ ଜୋନରୁ ଆରମ୍ଭ ହେଉଥିବା ଏହି ପର୍ଯ୍ୟଟନ ସ୍ବତନ୍ତ୍ର ଟ୍ରେନ ଏକାଧିକ ପ୍ରମୁଖ ପର୍ଯ୍ୟଟନ ସହରକୁ ସଂଯୋଗ କରି ଯାତ୍ରା କରିଥାନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.