ETV Bharat / bharat

ତୈଳ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟର ଅନ୍ବେଷଣ ନିଲାମୀ ପ୍ରକ୍ରିୟା ଆରମ୍ଭ - ତୈଳ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ

ତୈଳ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ପକ୍ଷରୁ ସପ୍ତମସ୍ତରର ମୁକ୍ତ କ୍ଷେତ୍ରୀୟ ଅନ୍ବଷଣ ଲାଇସେନ୍ସ ବ୍ୟବସ୍ଥା ପାଇଁ ନିଲାମୀ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ଅନ୍ତର୍ଜାତୀୟ ସପ୍ତମ ସ୍ତରର ନିଲାମୀ ପ୍ରକିୟାକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବା ଏବଂ ପ୍ରତିଯୋଗିତାମୂଳକ କରିବା ପାଇଁ ବିଶ୍ବସ୍ତରୀୟ ବିଡିଂ ଆହ୍ବାନ କରାଯାଇଛି । ଅଧିକ ପଢନ୍ତୁ

Ministry of Petroleum
Ministry of Petroleum
author img

By

Published : Dec 21, 2021, 10:21 PM IST

ନୂଆଦିଲ୍ଲୀ: ତୈଳ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ପକ୍ଷରୁ ସପ୍ତମ ସ୍ତରର ମୁକ୍ତ କ୍ଷେତ୍ରୀୟ ଅନ୍ବଷଣ ଲାଇସେନ୍ସ ବ୍ୟବସ୍ଥା ପାଇଁ ନିଲାମୀ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ଅନ୍ତର୍ଜାତୀୟ ସପ୍ତମ ସ୍ତରର ନିଲାମୀ ପ୍ରକିୟାକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବା ଏବଂ ପ୍ରତିଯୋଗିତାମୂଳକ କରିବା ପାଇଁ ବିଶ୍ବସ୍ତରୀୟ ବିଡିଂ ଆହ୍ବାନ କରାଯାଇଛି । ଆସନ୍ତା ୨୦୨୨ ମସିହା ଫେବୃୟାରୀ ୧୫ ତାରିଖ ଦିନ ୧୨ ଟା ରେ ମନ୍ତ୍ରଣାଳୟର ଅନଲାଇନ ବିଡିଂ ପୋର୍ଟାଲରେ ଆବେଦନ ସମୟସୀମା ଶେଷ ହେଉଛି । ଏହାର ବିସ୍ତୃତ ତଥ୍ୟ https://online.dghindia.org/oalp. ରେ ଉପଲବ୍ଧ ଅଛି ।

ଏହି ନିଲାମୀ ପ୍ରକ୍ରିୟାରେ ୨୦୨୨ ମସିହା ମାର୍ଚ୍ଚ ମାସ ସୁଦ୍ଧା ତୈଳ କ୍ଷେତ୍ର ଗୁଡିକର ଆବଣ୍ଟନ ପ୍ରକ୍ରିୟା ସମ୍ପୂର୍ଣ୍ଣ କରାଯିବ । ସପ୍ତମ ସ୍ତରର ମୁକ୍ତ ନିଲାମୀ ପ୍ରକ୍ରିୟା ଶେଷ ହେବା ପରେ ଆଉ ଅତିରିକ୍ତ ୧୫ ହଜାର ୭୬୬ ବର୍ଗ କିଲୋମିଟର ଅଞ୍ଚଳରେ ତୈଳ ଅନୁସନ୍ଧାନ ହୋଇପାରିବ । ଏହି ପରିମାଣକୁ ମିଶାଇଲେ ତୈଳ ଅନୁସନ୍ଧାନ ହେଉଥିବା କ୍ଷେତ୍ରର ପରିମାଣ ୨ ଲକ୍ଷ ୭ ହଜାର ୬୯୨ ବର୍ଗ କିଲୋମିଟର ହେବ ।

ଗତ ମାର୍ଚ୍ଚ ୨୦୧୬ ରେ ହାଇଡ୍ରୋକାର୍ବନ ଅନୁସନ୍ଧାନ ଏବଂ ଲାଇସେନ୍ସିଂ ନୀତି (ହେଲ୍ପ) (Hydrocarbon Exploration and Licensing Policy) (HELP) ସରକାର ମଞ୍ଜୁର କରିଥିଲେ । ଏଥିସହିତ ତୈଳ ଏବଂ ଗ୍ୟାସ ଆମଦାନୀ କ୍ଷେତ୍ରରେ ନିର୍ଭରଶୀଳ ନ ହେବା ପାଇଁ ଏବଂ ତୈଳକ୍ଷେତ୍ର ଅନୁସନ୍ଧାନ ଦିଗରେ ଅନୁସନ୍ଧାନ ଏବଂ ଲାଇସେନ୍ସିଂ ନୀତି ବିଜ୍ଞାପନ ଆକାରରେ ୨୦୧୯ ମସିହାରେ ସରକାର ପ୍ରକାଶ କରିଥିଲେ । ଏଥିରେ ରାଜସ୍ବ ଅପେକ୍ଷା ସର୍ବାଧିକ ଉତ୍ପାଦନ ଉପରେ ଗୁରୁତ୍ବ ଦିଆଯାଇଥିଲା । ‘ହେଲ୍ପ’ କାର୍ଯ୍ୟକାରୀ ହେବା ଦିନଠାରୁ ଅନ୍ତଃର୍ଜାତୀୟ ମୁକ୍ତ ପ୍ରତିଯୋଗିତାମୂଳକ ତୈଳ କ୍ଷେତ୍ର ଅନୁସନ୍ଧାନ ନିମିତ୍ତ ଏପର୍ଯ୍ୟନ୍ତ ୫ ଥରରେ ୧୦୫ ଟି ବ୍ଲକ ନିମିତ୍ତ ନିଲାମୀ ପ୍ରକ୍ରିୟା ଶେଷ ହେଲାଣି । ଷଷ୍ଠଥର ବ୍ଲକ ଆବଣ୍ଟନ ପ୍ରକ୍ରିୟା କାର୍ଯ୍ୟ ସମାପ୍ତି ଜାରି ରହିଛି । ଏପର୍ଯ୍ୟନ୍ତ ୧୨୬ ଟି ବ୍ଲକ ରହିଛି । ଏହା ମୋଟ ୧୮ ଟି ଭୂସ୍ତରୀୟ ଉପତ୍ୟକାରେ ୧ ହଜାର ୯୧ ୯୨୬ ବର୍ଗ କିଲୋମିଟର ଅଞ୍ଚଳରେ ବ୍ୟାପ୍ତ ହୋଇଛି । ୬ ଟି ଭୂସ୍ତରୀୟ ଉପତ୍ୟକା ଅନ୍ତର୍ଗତ ୧୫ ହଜାର ୭୬୬ ବର୍ଗକିଲୋମିଟର ଅଞ୍ଚଳ ପାଇଁ ବର୍ତ୍ତମାନର ଏହି ନିଲାମୀ ପ୍ରକ୍ରିୟା ଜାରି ରହିଛି ।

ଭାରତୀୟ ଅନୁସନ୍ଧାନ ଏବଂ ଉତ୍ପାଦନ କ୍ଷେତ୍ରର ଏହି ନିଲାମୀ ପ୍ରକ୍ରିୟା ସରକାରଙ୍କ ଇଜଅଫ୍ ଡୁଇଙ୍ଗ ବିଜିନେସ (Ease of Doing Business) କ୍ଷେତ୍ରକୁ ସମୃଦ୍ଧ କରିବ । ଏହି ନିଲାମୀ ପ୍ରକ୍ରିୟାର ସ୍ବାତନ୍ତ୍ର୍ୟ ହେଲା ଏଥିରେ ତୈଳ ସେସ ରଖାଯାଇନାହିଁ । ରୟାଲଟି କମାଇ ଦିଆଯାଇଛି । ବଜାର ଏବଂ ଦର ନିର୍ଦ୍ଧାରଣ କ୍ଷେତ୍ରରେ ବିଡରମାନଙ୍କ ସ୍ବାଧୀନତା ଭଳି ଅନେକ ସୁବିଧା ରଖାଯାଇଛି । ବର୍ତ୍ତମାନ ପ୍ରକ୍ରିୟାର ୬ ଟି ଭୂସ୍ତରୀୟ ଉପତ୍ୟକା ରାଜସ୍ଥାନ, ତ୍ରିପୁରା, ମଧ୍ୟପ୍ରଦେଶ, ପଶ୍ଚିମ ଉପକୂଳ ରାଜ୍ୟ, ଆସାମ ଏବଂ କାବେରୀ ଉପତ୍ୟକାରେ ରହିଛି ।

@IANS

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.