ETV Bharat / bharat

ଜାନୁଆରୀ 31 ଯାଏଁ କୋରୋନା କଟକଣା ବଳବତ୍ତର - ministry of home affairs

2021 ଜାନୁଆରୀ 31 ତାରିଖ ଯାଏଁ ବଳବତ୍ତର ରହିବ କୋରୋନା କଟକଣା। ଏନେଇ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ବିଦ୍ଧିବଦ୍ଧ ଭାବରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଅଧିକ ପଢ଼ନ୍ତୁ...

ministry of home affairs extends corona guidelines upto january 31
ଜାନୁଆରୀ 31 ଯାଏଁ କୋରୋନା କଟକଣା ବଳବତ୍ତର
author img

By

Published : Dec 28, 2020, 9:19 PM IST

ନୂଆଦିଲ୍ଲୀ: 2021 ଜାନୁଆରୀ 31 ତାରିଖ ଯାଏଁ ବଳବତ୍ତର ରହିବ କୋରୋନା କଟକଣା। ଏନେଇ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ବିଦ୍ଧିବଦ୍ଧ ଭାବରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଦେଶରେ ନୂଆ କୋରୋନା ସଂକ୍ରମିତ ଚିହ୍ନଟ ହେବାରେ ଲାଗିଛନ୍ତି। ଏହାସହ ବର୍ତ୍ତମାନ ମଧ୍ୟ ସକ୍ରିୟ କୋରୋନା ସଂକ୍ରମିତ ରହିଛନ୍ତି। ଏହାକୁ ଦୃ୍ଷ୍ଟିରେ ରଖି କୋରୋନା ଗାଇଡଲାଇନ୍ସକୁ ବଳବତ୍ତର ରଖାଯାଇଛି ।

କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ, ଦେଶରେ ନୂଆ ସଂକ୍ରମିତ ଚିହ୍ନଟ ହେବା ସହ ସକ୍ରିୟ କୋରୋନା ଆକ୍ରାନ୍ତ ରହିଛନ୍ତି। ଏବେବି ବିଭିନ୍ନ ଦେଶରେ କୋରୋନା ସଂକ୍ରମଣ ଯୋଗୁଁ ଲକଡାଉନ ହୋଇଛି। ଏହାଛଡ଼ା ବ୍ରିଟେନରୁ ଚିହ୍ନଟ ହୋଇଥିବା କୋରୋନାର ନୂଆ ଷ୍ଟ୍ରେନକୁ ନେଇ ସତର୍କ ରହିବା ଆବଶ୍ୟକ। ଏହାକୁ ଦୃଷ୍ଟିରେ ରଖି କୋରୋନା ଗାଇଡଲାଇନକୁ ବଳବତ୍ତର ରଖିବାକୁ ନିଷ୍ପତ୍ତି ନିଆଯାଇଛି ।

କୋରୋନା ଗାଇଡଲାଇନ ଅନୁଯାୟୀ କଣ୍ଟେନମେଣ୍ଟ ଜୋନରେ କାହାରିକୁ ପ୍ରବେଶ ଅନୁମତି ମିଳିବ ନାହିଁ। କଣ୍ଟେନମେଣ୍ଟ ଜୋନରେ କଡ଼ାକଡ଼ି ଭାବରେ ସମସ୍ତ କଟକଣା ପାଳନ କରାଯିବ। ଗୃହମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ଏସଓପି ଅନୁଯାୟୀ ସମସ୍ତ ରାଜ୍ୟ ଓ ଅଞ୍ଚଳରେ କୋଭିଡ ପରିଚାଳନା ହେବ। ଏଥିରେ ଖିଲାପ କଲେ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

ଗତ 24 ଘଣ୍ଟା ମଧ୍ୟରେ ଦେଶରେ 20 ହଜାରରୁ ଅଧିକ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 1 କୋଟି 2 ଲକ୍ଷ ଟପିଛି। ସେହିଭଳି ବର୍ତ୍ତମାନ 2 ଲକ୍ଷ 77 ହଜାର 301 ସକ୍ରିୟ ଆକ୍ରାନ୍ତ ରହିଥିବାବେଳେ 1 ଲକ୍ଷ 47 ହଜାର 901 ଜଣଙ୍କ ମୃତ୍ୟୁ ହୋଇଛି। ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର ମନ୍ତ୍ରାଳୟ ସୂଚନା ଦେଇଛି। କୋରୋନାକୁ ନେଇ ସଚେତନ ରହିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବାରମ୍ବାର ପରାମର୍ଶ ଦିଆଯାଉଛି।

@ani

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.