ETV Bharat / bharat

ରାଜ୍ୟସଭାରେ ଓଡିଶାକୁ ପ୍ରଶଂସା କଲେ ମନ୍ତ୍ରୀ

author img

By

Published : Feb 12, 2021, 10:17 AM IST

Updated : Feb 12, 2021, 11:34 AM IST

କୋରୋନା କାଳରେ ଶ୍ରମିକଙ୍କୁ କାମ ଦେବାକୁ ଓଡିଶା ସରକାର ନରେଗା କାର୍ଯ୍ୟଦିବସକୁ 150 ଦିନକୁ ବୃଦ୍ଧି କରିଛନ୍ତି । ଯାହାକୁ ରାଜ୍ୟସଭାରେ ପ୍ରଶଂସା କରିଛନ୍ତି ମନ୍ତ୍ରୀ । ଅଧିକ ପଢନ୍ତୁ...

ରାଜ୍ୟସଭାରେ ଓଡିଶାକୁ ପ୍ରଶଂସା କଲେ ମନ୍ତ୍ରୀ
ରାଜ୍ୟସଭାରେ ଓଡିଶାକୁ ପ୍ରଶଂସା କଲେ ମନ୍ତ୍ରୀ

ନୂଆଦିଲ୍ଲୀ: ରାଜ୍ୟସଭାରେ ଓଡିଶାକୁ ପ୍ରଶଂସା କରିଛନ୍ତି ଗ୍ରାମୀଣ ବିକାଶ ରାଷ୍ଟ୍ରମନ୍ତ୍ରୀ ସାଧ୍ବୀ ନିରଞ୍ଜନ ଜ୍ୟୋତି । ନରେଗାରେ କାର୍ଯ୍ୟ ଦିବସ 100ରୁ 150 କରିଥିବାରୁ ସେ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛନ୍ତି । ସେହିପରି କେରଳ ଓ ହିମାଚଳ ପ୍ରଦେଶକୁ ମଧ୍ୟ କାର୍ଯ୍ୟ ଦିବସ ବଢାଇ ଥିବାରୁ ମନ୍ତ୍ରୀ ପ୍ରଶଂସା କରିଛନ୍ତି ।

ରାଜ୍ୟସଭାରେ ଓଡିଶାକୁ ପ୍ରଶଂସା କଲେ ମନ୍ତ୍ରୀ

ତେବେ କେନ୍ଦ୍ର ସରକାରଙ୍କର କାର୍ଯ୍ୟ ଦିବସ ବଢାଇବାରେ କୌଣସି ଯୋଜନା ନଥିବା ମଧ୍ୟ ସେ କହିଛନ୍ତି । ହେଲେ ରାଜ୍ୟ ସରକାର ଚାହିଁଲେ ସେମାନେ ବଢାଇ ପାରନ୍ତି ବୋଲି ମନ୍ତ୍ରୀ କହିଛନ୍ତି । ଆମ ଆଦମୀ ପାର୍ଟି ସାଂସଦ ସୁଶୀଲ କୁମାର ଗୁପ୍ତାଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ଏପରି କହିଛନ୍ତି ମନ୍ତ୍ରୀ ।

କୋରୋନା ସମୟରେ ଶ୍ରମିକ ମାନଙ୍କୁ ନରେଗାରେ କାମ ମିଳିଥିବାବେଳେ ସରକାର ଏହାର କାର୍ଯ୍ୟ ଦିବସକୁ ବଢାଇବାକୁ କିଛି ଯୋଜନା କରିଛନ୍ତି କି ବୋଲି ପ୍ରଶ୍ନରେ ଏପରି ଉତ୍ତର ରଖିଛନ୍ତି ଗ୍ରାମୀଣ ବିକାଶ ରାଷ୍ଟ୍ରମନ୍ତ୍ରୀ ସାଧ୍ବୀ ନିରଞ୍ଜନ ଜ୍ୟୋତି ।

Last Updated : Feb 12, 2021, 11:34 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.