ETV Bharat / bharat

Kheri violence: ଜେଲରୁ ବାହାରିଲେ ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରା - ଅଜୟ ମିଶ୍ରାଙ୍କୁ ଜାମି ପ୍ରସଙ୍ଗ

ଜେଲରୁ ବାହାରିଲେ ଉତ୍ତର ପ୍ରଦେଶ ଲଖୀମପୁର କ୍ଷେରୀ ହିଂସା ଘଟଣାର ମୁଖ୍ୟ ଅଭିଯୁକ୍ତ, କେନ୍ଦ୍ରୀୟ ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା । ମୁଖ୍ୟ ଅଭିଯୁକ୍ତ ଭାବେ ଚାର୍ଜସିଟ ଜାଖଲ କରିଛି SIT । ଅଧିକ ପଢନ୍ତୁ

Kheri violence: ଜେଲରୁ ବାହାରିଲେ ମୁଖ୍ୟ ଅଭିଯୁକ୍ତ ଅଜୟ ମିଶ୍ରା

author img

By

Published : Feb 15, 2022, 7:37 PM IST

Updated : Feb 15, 2022, 10:12 PM IST

ଲକ୍ଷ୍ନୌ: ବହୁଚର୍ଚ୍ଚିତ ଉତ୍ତର ପ୍ରଦେଶ ଲଖୀମପୁର ଖେରୀ ହିଂସା ମାମଲାର ମୁଖ୍ୟ ଅଭିଯୁକ୍ତ କେନ୍ଦ୍ର ଗୃହମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ପୁଅ ଆଶିଷ ମିଶ୍ରା ଜେଲରୁ ବାହାରିଛନ୍ତି । ଗୁରୁବାର ଆହ୍ଲାବାଦ ହାଇକୋର୍ଟରୁ ସେ ଜାମିନ ପାଇସାରିଥିବା ବେଳେ ଆଜି (ମଙ୍ଗଳବାର) ଜେଲରୁ ବାହାରିଛନ୍ତି ।

ଗତବର୍ଷ ଅକ୍ଟୋବର 3 ତାରିଖରେ ଉତ୍ତର ପ୍ରଦେଶ ଲଖୀମପୁର ଖେରୀରେ କୃଷକ ଆନ୍ଦୋଳନ ଚାଲିଥିବା ବେଳେ କୃଷକଙ୍କ ଉପରେ ଅଜୟ ତାଙ୍କ ଏସୟୁଭି କାର ଚଢାଇଦେଇଥିବା ଅଭିଯୋଗ ହୋଇଥିଲା । ପରେ ଘଟଣାର ତଦନ୍ତରୁ ସେ ନିଜେ କାରରେ ଥିବା ଜଣାପଡିବା ପରେ ଅଜୟଙ୍କ ସମେତ ମୋଟ ୮ ଜଣଙ୍କୁ ଗିରଫ କରିଥିଲା ପୋଲିସ ।

ଘଟଣାର ତଦନ୍ତ କରୁଥିବା SIT ମଧ୍ୟ ନିକଟରେ ଏକ ଭୟଙ୍କର ତଥ୍ୟ ସାମ୍ନାକୁ ଆଣିଥିଲା । ଏହି ଅଘଟଣ ସଂଯୋଗବଶତଃ ନୁହେଁ ବରଂ ପୂର୍ବ ଯୋଜନାବଦ୍ଧ ଭାବେ କରାଯାଇଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଥିବା କହିଥିଲା ତଦନ୍ତକାରୀ ସଂସ୍ଥା SIT । ଏହି ଘଟଣାରେ ଆଶିଷ ମିଶ୍ରାଙ୍କୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଇ ଚାର୍ଜସିଟ ମଧ୍ୟ ଦାଖଲ କରାସରିଛି ।

ଏହି ବହୁଚର୍ଚ୍ଚିତ ଘଟଣାକୁ ନେଇ ଉତ୍ତର ଭାରତ ସମେତ ଦେଶର ବିଭିନ୍ନ ସ୍ଥାନରେ ପ୍ରତିକ୍ରିୟା ପ୍ରକାଶ ପାଇବା ସହ ମନ୍ତ୍ରୀ ଅଜୟ ମିଶ୍ରାଙ୍କ ଇସ୍ତଫା ଦାବି ମଧ୍ୟ ଜୋର ଧରିଥିଲା । ବିଜେପି ପକ୍ଷରୁ ଏହି ମାମଲା ବିଚାରଧୀନ ଥିବା ଦର୍ଶାଇ ମନ୍ତ୍ରୀଙ୍କୁ ପଦରୁ ବିରାମ ଦେବାର ଆବଶ୍ୟକତା ନଥିବା ଯୁକ୍ତି ବଢାଯାଇଥିଲା । ତେବେ ଆଜି ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ମନ୍ତ୍ରୀଙ୍କ ପୁଅ ଆଶିଷଙ୍କୁ ଜେଲରୁ ବାହାର ଆସିବାକୁ ଅନୁମତି ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 15, 2022, 10:12 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.