ନୂଆଦିଲ୍ଲୀ: ୧୦୮ ଯୁଦ୍ଧାସ୍ତ୍ର ଆମଦାନୀ ଉପରେ ରୋକ ଲଗାଇଲା ଭାରତ । ଆତ୍ମନିର୍ଭର ଭାରତ ଅଭିଯାନକୁ ଦେଶ ଏବେ ପ୍ରାଧାନ୍ୟ ଦେଉଥିବା ବେଳେ ଏହାକୁ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ହେବା ପାଇଁ ଆଉ ୧୦୮ଟି ଯୁଦ୍ଧାସ୍ତ୍ର ଆମଦାନୀକୁ ଭାରତ ବ୍ୟାନ୍ କରିଛି । ତେବେ ଏହି ସବୁ ଯୁଦ୍ଧସାମଗ୍ରୀ ଗୁଡ଼ିକ ଆଉ ଆମଦାନୀ ନ କରାଯାଇ ଭାରତରେ ହିଁ ଉତ୍ପାଦନ କରାଯିବ । ଏନେଇ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯିବା ସହିତ ବ୍ୟାନ୍ ଯୁଦ୍ଧାସ୍ତ୍ର ଲିଷ୍ଟ ଜାରି କରାଯାଇଛି ।
ତେବେ ୨୦୨୧ ଡିସେମ୍ବର ଠାରୁ ୨୦୨୫ ଡିସେମ୍ବର ମଧ୍ୟରେ ଧୀରେ ଧୀରେ ଏହି ବ୍ୟାନ୍ ନିର୍ଦ୍ଦେଶ ଲାଗୁ ହେବ । ଏହି ୧୦୮ ଯୁଦ୍ଧ ସାମଗ୍ରୀ ମଧ୍ୟରୁ ଚଳିତ ବର୍ଷ ଡିସେମ୍ବର ମାସ ଠାରୁ ୪୯ଟି ଯୁଦ୍ଧାସ୍ତ୍ର ଉପରେ ବ୍ୟାନ୍ ନିର୍ଦ୍ଦେଶ ଲାଗୁ ହେବ ବୋଲି ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି । ଏହା ଆତ୍ମନିର୍ଭରଶୀଳତା ହାସଲ କରିବା ଏବଂ ପ୍ରତିରକ୍ଷା ରପ୍ତାନିକୁ ପ୍ରୋତ୍ସାହିତ କରିବାର ଯୁଗ୍ମ ଉଦ୍ଦେଶ୍ୟ ପୂରଣ କରିବା ପାଇଁ ସରକାରୀ ଏବଂ ବେସରକାରୀ କ୍ଷେତ୍ରର ସକ୍ରିୟ ଅଂଶଗ୍ରହଣ ସହିତ ସ୍ବଦେଶୀକରଣକୁ ଆହୁରି ବୃଦ୍ଧି କରିବ ।
ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ, ପ୍ରତିରକ୍ଷା ଅଧିଗ୍ରହଣ ପ୍ରକ୍ରିୟା (DAP) 2020 ରେ ଦିଆଯାଇଥିବା ବ୍ୟବସ୍ଥା ଅନୁଯାୟୀ ସମସ୍ତ 108 ଟି ଆଇଟମ୍ ବର୍ତ୍ତମାନ ସ୍ବଦେଶୀ ଉତ୍ସରୁ କ୍ରୟ କରାଯିବ । ବ୍ୟାନ୍ ଲଗାଯାଇଥିବା ୧୦୮ଟି ନୂଆ ଯୁଦ୍ଧ ସାମଗ୍ରୀକୁ ମିଶାଇଲେ ବିଦେଶରୁ ଆମଦାନୀ ହେଉଥିବା ମୋଟ ୨୦୯ ଯୁଦ୍ଧାସ୍ତ୍ର ଉପରେ ରୋକ ଲଗା ଗଲାଣି । ଏହା ପୂର୍ବରୁ ୧୦୨ଟି ଯୁଦ୍ଧ ସାମଗ୍ରୀ ଉପରେ ବ୍ୟାନ୍ ଲଗାଯାଇଥିଲା ।