ETV Bharat / bharat

ବାଇକ ଇଞ୍ଜିନରୁ ମିନି ଜିପ: ପ୍ରସ୍ତୁତ କରିଛନ୍ତି ଗ୍ରୀଲ ମେକାନିକ, ମିଳୁଛି 30 କିମି ମାଇଲେଜ - ମିନି ଜିପ ଉଦ୍ଭାବନ କଲେ ଯୁବକ

ବିହାରର ଜଣେ ଗ୍ରୀଲ ମକାନିକଙ୍କ ଅଦ୍ଭୁତପୂର୍ବ କାର୍ଯ୍ୟ । ବାଇକ ଇଞ୍ଜିନରେ ନିର୍ମାଣ କଲେ ମିନି ଜିପ । ଏକ ଲିଟରରେ ମିଳୁଛି 30 କିମି ମାଇଲେଜ । ଲୋକଙ୍କ ମଧ୍ୟରେ ଉତ୍ସାହ । ଅଧିକ ପଢନ୍ତୁ

ବାଇକ ଇଞ୍ଜିନରୁ ମିନି ଜିପ: ପ୍ରସ୍ତୁତ କରିଛନ୍ତି ଗ୍ରୀଲ ମେକାନିକ, ମିଳୁଛି 30 କିମି ମାଇଲେଜ

author img

By

Published : Apr 14, 2022, 10:58 PM IST

Updated : Apr 15, 2022, 6:38 AM IST

ପାଟନା: ବାଇକ ଇଞ୍ଜିନିରୁ ନିର୍ମାଣ କରାଯାଇଛି 4 ଚକିଆ ଜିପ ।ଏପରି କିଛି ନୂଆ ଉଦ୍ଧାବନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ବିହାରର ପଶ୍ଚିମ ଚମ୍ପାରନ୍ ଜିଲ୍ଲାର ଚାନପାଟିଆ ବ୍ଲକର ଚୁହ୍ରିରେ ଏକ ଗ୍ରିଲ୍ ଗେଟ୍ ନିର୍ମାତା । ଏହି ଜିପରେ 4 ଜଣ ବସି ଯାତ୍ରା କରିପାରିବେ । ଏହି 4 ଟି ସିଟ୍ ମିନି କ୍ଲାସିକ୍ ଜିପ୍ ର ଲୁକ୍ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେବା ସହ ଦେଖିବା ପାଇଁ ମଧ୍ୟ ଉତ୍ସୁକତା ବଢିବାରେ ଲାଗିଛି । ଏଥିରେ ବାଇକ ଇଞ୍ଜିନ ଲାଗି ଥିବାରୁ ଏହା ଚାରି ଚକିଆ ଯାନ ଠାରୁ ଅଧିକ ମାଇଲେଜ ପ୍ରଦାନ କରୁଛି । ମାତ୍ର 1 ଲିଟର ପେଟ୍ରୋଲରେ 30 କି.ମି ପର୍ଯ୍ୟନ୍ତ ମାଇଲେଜ ମିଳୁଥିବା କହିଛନ୍ତି ଏହାର ନିର୍ମଣାକାରୀ ।

ବାଇକ ଇଞ୍ଜିନରୁ ମିନି ଜିପ: ପ୍ରସ୍ତୁତ କରିଛନ୍ତି ଗ୍ରୀଲ ମେକାନିକ, ମିଳୁଛି 30 କିମି ମାଇଲେଜ

4 ସିଟର ମିନି କ୍ଲାସିକ୍ ଜିପ୍:-

ବିହାରର ବେଟିଆ ଜିଲ୍ଲାର ଚୁହଡି ନିବାସୀ ଲୋହା ସିଂ କୋରୋନା ଲକଡାଉନ ସମୟରେ ଜିବୀକା ହରାଇବା ସହ ଘରେ ବସିବାକୁ ପଡିଲା । ଦିନେ ସେ ୟ୍ୟୁଟୁବରୁ କ୍ଲାସିକ୍ ଜିପ ନିର୍ମାଣ ସମ୍ପର୍କରେ ତଥ୍ୟ ସଂଗ୍ରହ କଲେ । ଏକ ନୂତନ ଚିନ୍ତାଧାରା ମଧ୍ୟ ତାଙ୍କୁ ବେସ ଅନୁପ୍ରାଣିତ କରିଥିଲା । ସଂକୀର୍ଣ୍ଣ ରାସ୍ତାରେ ଯାତାୟାତ କରୁପାରୁଥିବା କ୍ଲାସିକ ମଡେଲର ଜିପ ନିର୍ମଣା କରିବା ପାଇଁ ସେ ଆଗ୍ରହ ପ୍ରକାଶ କଲେ । ୟୁଟ୍ୟୁବର ସାହାଯ୍ୟ ନେଇ 40 ରୁ 50 ଦିନ କଠିନ ପରିଶ୍ରମ ପରେ ଦୁଇ ଚକିଆ ବାଇକ ଇଞ୍ଜିନରୁ 4ଟି ସିଟ୍ ମିନି କ୍ଲାସିକ୍ ଜିପ୍ ତିଆରି କଲା ।

ଏକ ଲିଟରରେ 30 କିଲୋମିଟର ମାଇଲେଜ୍:

ମିନି କ୍ଲାସିକ୍ ଜିପରେ ଡ୍ରାଇଭର ସମେତ ଚାରି ଜଣ ବ୍ୟକ୍ତି ଏକକାଳୀନ ଯାତ୍ରା କରିପାରିବେ । ସର୍ବାଧିକ ପ୍ରାୟ 5 କ୍ୱିଣ୍ଟାଲ ଓଜନର ପର୍ଯ୍ୟନ୍ତ ଏହି ଯାନ ବହନ କରିବା ପାଇଁ ସକ୍ଷମ ମଧ୍ୟ । କୌଣସି ପ୍ରକାର ରାସ୍ତାରେ ଏହା ପ୍ରଚଳ କ୍ଷମ ମଧ୍ୟ ହୋଇପାରିବା ପରି ନିର୍ମାଣ ହୋଇଛି । ପ୍ରସ୍ତୁତକାରୀ ଲୋହା ସିଂ କହିଛନ୍ତି , CBZ ବାଇକର 150 ସିସି ଇଞ୍ଜିନ ଏହି ଜିପରେ ବ୍ୟବହାର କରାଯାଇଛି । ସେହିପରି ଟେମ୍ପୋର ଗିୟର ବକ୍ସ ମଧ୍ୟ ବ୍ୟବହାର କରାଯାଇଛି । ଏହାର ଷ୍ଟାର୍ଟ ପ୍ରଣାଳୀ ଅତି ସହଜ ହୋଇଥିବା ବେଳେ ଏହା ଗୋଟିଏ ଲିଟର ପେଟ୍ରୋଲରେ ପ୍ରାୟ 30 କିମି ମାଇଲେଜ ପ୍ରଦାନ କରିପାରୁଛି ।

କଣ ରହିଛି ଜିପର ସ୍ବତନ୍ତ୍ରତା:-

ଏଥିରେ ପାୱାର-ଟିଲର୍ ଚକ ବ୍ୟବହାର ହେତୁ ଅଫରୋଡରେ ମଧ୍ୟ ଏହି ଜିପ ୟାତାୟତ କରିବାରେ ସମ୍ପୂର୍ଣ୍ଣ ସକ୍ଷମ । ଏଥିରେ ବ୍ୟାକ ଗିୟର ସମେତ ମୋଟ 6ଟି ଗିୟର ରହିଛି। ଘଣ୍ଟା ପ୍ରତି 60 ରୁ 70 କିଲୋମିଟର ବେଗରେ ଚାଲିପାରିବ । ଏକାକାଳୀନ 150 ରୁ 200 କିଲୋମିଟର ଯାତ୍ରା ସହଜରେ କରାଯାଇ ପାରିବ । ଏହି ଜିପ୍ ତିଆରିରେ ପ୍ରାୟ 40 ରୁ 50 ଦିନ ସମୟ ଏବଂ ପ୍ରାୟ 1.5 ଲକ୍ଷ ଖର୍ଚ୍ଚ ହୋଇଥିବା ନିର୍ମଣାକାରୀ କହିଛନ୍ତି ।

ସରକାରୀ ସହାୟତା ଆବଶ୍ୟକ କରନ୍ତି ଲୋହା ସିଂ:-

ଅନେକ ଗ୍ରାହକ ଜିପ୍ କିଣିବାକୁ ଆସିଥିଲେ । କିନ୍ତୁ ପ୍ରଥମ ଜିପ୍ ହୋଇଥିବା ହେତୁ ଲୋହା ସିଂ ଏହାକୁ ବିକ୍ରି କରିନଥିଲେ । ଏବେ ବଜାରରେ ଲୋହା ସିଂଙ୍କ ଜିପର ଚାହିଦା ଆରମ୍ଭ ହୋଇଥିବାରୁ ସେ ଏହାକୁ ବିକ୍ରି କରିବାର ନିଷ୍ପତ୍ତି ନେଇଛନ୍ତି । ଏପରି ଏକାଧିକ ନିର୍ମାଣ କରି ବଜାରରେ ବିକ୍ରି କରିବାକୁ ଚାହୁଁଥିବା ଲୋହା ସିଂ ସରକାରୀ ସାହାଯ୍ୟ ପାଇଁ ମଧ୍ୟ ଆଗ୍ରହ ପ୍ରକାଶ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 15, 2022, 6:38 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.