ETV Bharat / bharat

ଫିଟ୍ ରହିବେ ପୋଲିସ ବାବୁ; ୧୦୦ଟି ଥାନାରେ ଖୋଲିବ ମିନି ଜିମ୍

ମଧ୍ୟପ୍ରଦେଶରେ ଥାନା ଭିତରେ ମିଳିବ ଜିମ୍ ସୁବିଧା । ଥାନାରେ ୱାର୍କଆଉଟ କରିବେ ପୋଲିସ କର୍ମଚାରୀ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Oct 1, 2023, 2:23 PM IST

ଥାନା ଭିତରେ ମିଳିବ ଜିମ୍ ସୁବିଧା
ଥାନା ଭିତରେ ମିଳିବ ଜିମ୍ ସୁବିଧା

ଭୋପାଳ: ଏଣିକି ଫିଟ୍ ରହିବେ ପୋଲିସ ବାବୁ । ଥାନା ଭିତରେ ମିଳିବ ଜିମ୍ ସୁବିଧା । ପୋଲିସ କର୍ମଚାରୀଙ୍କୁ ସୁସ୍ଥ ରଖିବା ସହ ସେମାନଙ୍କର ମାନସିକ ଶାନ୍ତି ପାଇଁ ମଧ୍ୟପ୍ରଦେଶରେ ପୋଲିସ ଷ୍ଟେସନଗୁଡିକ ଭିତରେ ମିନି ଜିମ୍ ଏବଂ ସ୍ଲିପିଂ ରୁମ୍(ଶୋଇବା ଘର) ଖୋଲା ଯିବ । ସେଠାରେ ପୋଲିସ କର୍ମଚାରୀମାନେ ନିତିଦିନ ୱାର୍କଆଉଟ୍‌ କରିବେ ଏବଂ ସ୍ଲିପିଂ ରୁମ୍‌ରେ ବିଶ୍ରାମ ନେବେ । ଥାନାର ସବୁଠୁ ଫିଟ୍ କର୍ମଚାରୀଙ୍କୁ ଜିମ୍ କୋଚ୍‌ କରାଯିବ । ମଧ୍ୟପ୍ରଦେଶର ପ୍ରାୟ ୧୦୦ଟି ଥାନାରେ ଖୁବଶୀଘ୍ର ଏହି ସୁବିଧା ଉପଲବ୍ଧ ହେବାକୁ ଯାଉଛି ।

ରାଜ୍ୟରେ ୧୦୦ଟି ଥାନାରେ ମିନି ଜିମ୍ ଖୋଲାଯିବ । ଏଥିସହ ଏକ ସ୍ଲିପିଂ ରୁମ୍ ରହିବ, ଯେଉଁଠି ଦୀର୍ଘ ସମୟ ଡ୍ୟୁଟି କରି କ୍ଲାନ୍ତ ଥିବା ପୋଲିସ କର୍ମଚାରୀମାନେ ବିଶ୍ରାମ ନେଇପାରିବେ । ଏଥିପାଇଁ ରାଜ୍ୟ ଗୃହ ବିଭାଗ ପ୍ରସ୍ତାବ ପ୍ରସ୍ତୁତ କରୁଛି ଏବଂ ଖୁବଶୀଘ୍ର ଏହି ପ୍ରସ୍ତାବ ଆସିବ । ଥାନାରେ ପୋଲିସ କର୍ମଚାରୀଙ୍କ ମଧ୍ୟରେ ଚାପ ବଢ଼ୁଥିବା ନେଇ ରାଜ୍ୟ ପୋଲିସ ବିଭାଗ ଚିନ୍ତାରେ ପଡ଼ିଛି । ତେଣୁ ପୋଲିସ କର୍ମଚାରୀଙ୍କୁ କେମିତି ଫିଟ୍ ଏବଂ ଚାପମୁକ୍ତ ରଖାଯିବ ସେନେଇ ବିଚାର ବିମର୍ଶ କରାଯାଉଛି । ଏହି ପରିପ୍ରେକ୍ଷୀରେ ରାଜ୍ୟରେ ଥିବା ସମସ୍ତ ଥାନାଗୁଡ଼ିକର ତଥ୍ୟ ଏକଜୁଟ କରାଯାଇଥିଲା । ଯେଉଁଥିରୁ ଅଧିକାଂଶ ପୋଲିସ କର୍ମୀ ଅନେକ ପ୍ରକାର ରୋଗରେ ପୀଡିତ ଏବଂ ଅନ୍‌ଫିଟ୍ ଥିବା ଜଣାପଡ଼ିଥିଲା ।

ଏହାମଧ୍ୟ ପଢନ୍ତୁ: ଦିଲ୍ଲୀ ମେଟ୍ରୋରେ ଜବାନ ଫିଲ୍ମ ଲୁକରେ ଯୁବତୀଙ୍କ ଡାନ୍ସ, ଭିଡ଼ିଓ ଭାଇରାଲ

ଏହି ସମସ୍ୟାକୁ ଦୃଷ୍ଟିରେ ରଖି ଥାନାଗୁଡିକରେ ଗୋଟିଏ ମିନି ଜିମ୍ ଖୋଲିବାକୁ ନିଷ୍ପତ୍ତି ହୋଇଥିଲା । ପୋଲିସ କର୍ମୀମାନେ ଜିମରେ ବ୍ୟାୟାମ କରି ଫିଟ୍ ରହିପାରିବେ । ଏଥିସହ ଗୋଟିଏ ସ୍ଲିପିଂ ରୁମ୍‌ ଖୋଲାଗଲେ ସେମାନେ ଘଣ୍ଟାଘଣ୍ଟା ଧରି ଡ୍ୟୁଟି କରିବା ପରେ ଟିକିଏ ବିଶ୍ରାମ ନେଇପାରିବେ । ସହରଠାରୁ ଅନତି ଦୂରରେ ଥିବା ଥାନାଗୁଡ଼ିକରେ ପ୍ରଥମେ ଏହି ସୁବିଧା ଆରମ୍ଭ ହେବ । ଏଥିପାଇଁ ଥାନା ଗୁଡିକର ସୌନ୍ଦର୍ଯ୍ୟକରଣ କରାଯିବ । ପ୍ରାଥମିକ ପର୍ଯ୍ୟାୟରେ ୧୦୦ ଥାନାରେ ମିନି ଜିମ୍ ଓ ସ୍ଲିପିଂ ରୁମ ପ୍ରତିଷ୍ଠା କରାଯିବ । ଏହାର ପରିମାଣକୁ ଦେଖିବା ପରେ ଅନ୍ୟ ଥାନା ଗୁଡିକରେ ଏହାକୁ ଖୋଲାଯିବ । ଏନେଇ ରାଜ୍ୟ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର କହିଛନ୍ତି,"ସହରୀ ଅଞ୍ଚଳରେ ଥିବା ଥାନାରେ ଜିମ୍ ଅଛି । ଏବେ ଗ୍ରାମାଞ୍ଚଳ ଥାନାଗୁଡିକରେ ଏହି ସୁବିଧା ଆରମ୍ଭ କରାଯିବାର ଆବଶ୍ୟକତା ରହିଛି ।"

ମଧ୍ୟପ୍ରଦେଶରେ ବିଜେପି ସରକାର ପ୍ରାୟ ୯ ବର୍ଷ ପୂର୍ବେ ରାଜ୍ୟର ପ୍ରତି ୧୦ଟି ଥାନା ମଧ୍ୟରେ ଗୋଟିଏ ଜିମ୍ ଖୋଲିବାକୁ ନିଷ୍ପତ୍ତି ନେଇଥିଲେ । ଏଥିସହ ଥାନାରେ ଶୁଦ୍ଧ ଭୋଜନର ବ୍ୟବସ୍ଥା କରିବା ପାଇଁ ନିଷ୍ପତ୍ତି ହୋଇଥିଲା । ତତ୍କାଳୀନ ଗୃହମନ୍ତ୍ରୀ ବାବୁଲାଲ ଗୌର ଏହି ଯୋଜନା ପ୍ରସ୍ତୁତ କରିଥିଲେ । ତାଙ୍କର କହିବା କଥା ଥିଲା, ରାଜ୍ୟର ଅଧିକାଂଶ ପୋଲିସ କର୍ମୀ ନାନା ରୋଗବ୍ୟାଧିରେ ପୀଡିତ । ଏହାକୁ ଦୃଷ୍ଟିରେ ରଖି ଜିମ୍ ଖୋଲିବାକୁ ଯୋଜନା କରାଯାଇଛି । ଏହି ଯୋଜନା ଉପରେ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଥିଲା ଏବଂ ସହରରେ ଥିବା କିଛି ଥାନାରେ ଜିମ୍ ଖୋଲା ଯାଇଥିଲା । କିନ୍ତୁ ଯୋଜନା ବିଶେଷ ଆଗକୁ ବଢି ପାରିନଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.