ଭିୱାନୀ: ଆପଣ କେବେ ଭାରତର ଏଭଳି କୌଣସି ଗାଁ ଦେଖିଛନ୍ତି, ଯେଉଁଠିକାର ଛୁଆ, ଯୁବକ, ଅର୍ଦ୍ଧବୟସ୍କ ସମସ୍ତେ ଫୁଟବଲ ଦିୱାନା । ସୁଟ ସାଲୱାର, ଘାଘରାରେ ମହିଳା ମାରୁଛନ୍ତି ଜବରଦସ୍ତ କିକ୍ । ମୁଣ୍ଡରେ ଓଢଣୀ ଥିଲେ ବି କମିନି ଜୋଶ । ଏଇଥିପାଇଁ ହରିୟାଣା ଭିୱାନୀ ଜିଲ୍ଲାର ଛୋଟିଆ ଗାଁ ଅଲଖପୁରା ଗାଁ ମିନି ବ୍ରାଜିଲ ନାଁରେ ସୃଷ୍ଟି କରିଛି ଅନନ୍ୟ ପରିଚୟ । ଗାଁର ସକାଳ ଆରମ୍ଭ ହୁଏ କିକ୍ରୁ .. ଆଉ ରାତି ଶେଷ ହୁଏ କିକ୍ ରେ... । ଫୁଟବଲ ପ୍ରତି ଗ୍ରାମବାସୀଙ୍କ ଯୋଶ, ପାଗଳପଣ ଦେଖି ରାଜ୍ୟ ସରକାର ଏଠାରେ ସ୍ବତନ୍ତ୍ର ଭାବେ 2 ଫୁଟବଲ କୋଚଙ୍କୁ ନିଯୁକ୍ତି ଦେଇଛନ୍ତି ।
ତେବେ ଏହି ଗାଁ ରେ ଏଭଳି କଣ ଚମତ୍କାର ହେଲା କି ଆବାଳ-ବୃଦ୍ଧୃ-ବନିତା ସମସ୍ତେ ଫୁଟବଲ ପ୍ରେମରେ ବାୟା । କାହାଣୀ, 2009 ମସିହାର.. ଏହି ଗାଁରେ 11 ଝିଅ ଟିମ ଗଠନ କରି ଗାଁ ସ୍କୁଲରେ ଖେଳିବା ଆରମ୍ଭ କଲେ । ଆଉଏହା ତାଙ୍କ ପିଟିଆଇ ଶିକ୍ଷକ ଗୋବର୍ଦ୍ଧନ ଶର୍ମାଙ୍କ ନଜରରେ ପଡିଥିଲା । ଝିଅମାନଙ୍କ ଟ୍ୟାଲେଣ୍ଟ ଦେଖି ସେମାନଙ୍କୁ ସେ ଫୁଟବଲ ଶିଖାଇବାରେ ଲାଗିଗଲେ । ଜୋରଦାର ପ୍ରକ୍ଟିସ ପରେ ଗାଁର ଝିଅମାନେ ଜାତୀୟ ସ୍ତରରେ ହାତେଇଲେ ମେଡାଲ । ବାସ, ତାପରଠୁ ଏହି ମେଡାଲ ଅଲଖପୁର ଗାଁର ପିଲାମାନଙ୍କୁ ଏଭଳି ନିଶା ଲଗାଇଲା କି ଆଜି ଏହି ଗାଁରେ ପ୍ରାୟ 200 ଜାତୀୟ ଖେଳାଳୀଙ୍କ ଟିମ୍ ପ୍ରସ୍ତୁତ । ବଡ କଥା କି ଏଥିରେ ଅଧିକାଂଶ ଝିଅ ଅଛନ୍ତି ।
ଏହି ଛୋଟିଆ ଗାଁର ଦକ୍ଷ ଫୁଟବଲରଙ୍କ ପାଇଁ ପରିଚିତ । ସଞ୍ଜୁ ଯାଦବ , ରିତୁ , ସମୀକ୍ଷା ଜାଖଡ , ଦୀପିକା ସୌମତା , ମୁନେଶ ରାୱ, ମଞ୍ଜୁ କସ୍ୱା, ପୁନମ ଶର୍ମା ଭଳି 2 ଡଜନ ଅନ୍ତରାଷ୍ଟ୍ରୀୟ ଖେଳାଳୀ ଏଠାରୁ ପ୍ରସ୍ତୁତ ହୋଇଛନ୍ତି । ଖେଲୋ ଇଣ୍ଡିଆ ଅଣ୍ଡର-17 ଓ ଅଣ୍ଡର-12ରେ ଏହି ଗାଁର 12 ଝିଅଙ୍କ ଟିମ ସ୍ଥାନ ଅକ୍ତିଆର କରିଛି । ଆଜି ଏଠାକାର ପ୍ରାୟ 8 ଝିଅ ଭାରତୀୟ ଫୁଟବଲ ଟିମରେ ସିନିୟର ବର୍ଗ ଓ ଅଣ୍ଡର-17 ରେ ସିଲେକ୍ଟେଡ ଅଛନ୍ତି । କେବଳ ଏତିକି ନୁହେଁ , 2015-16 ଓ 2016-17ରେ ଏହି ଗାଁର ଟିମ ସୁବ୍ରତ କପ କୁ ମଧ୍ୟ ନିଜ ନାଁରେ କରିବାରେ ସକ୍ଷମ ହୋଇଛି ।
ସୋନିକା ବିଜାରାଣିୟା ଗତ 6 ବର୍ଷ ଧରି ଏହି ଗାଁରେ ମହିଳା ଫୁଟବଲ କୋଚ ଭାବେ କାର୍ଯ୍ୟରତ । ସୋନିକା କୁହନ୍ତି କି ଅଲଖପୁର ଖେଳ ପଡିଆକୁ ଗାଁର ପ୍ରତି ଘରୁ ଝିଅମାନେ ଫୁଟବଲ ଖେଳିବାକୁ ଆସନ୍ତି । ଗାଁର ଖେଳାଳୀଙ୍କ ପାଇଁ ଯେବେ ବି ଜୋତା, ଟ୍ରାକ, ସୁଟ କିମ୍ବା ଅନ୍ୟ ଖେଳ ସାମଗ୍ରୀର ଆବଶ୍ୟକ ପଡେ ତେବେ ଗ୍ରାମବାସୀ ଚାନ୍ଦା ପକାଇ ସେସବୁ କିଣି ଆଣନ୍ତି । ସେହିପରି ଯେବେ କୌଣସି ଖେଳାଳୀ ମେଡାଲ ଜିତି ଗାଁକୁ ଫେରେ ସେତେବେଳେ ଗ୍ରାମବାସୀ ଖୁସିରେ ଉତ୍ସବ ମନାନ୍ତି । କାରଣ ଏହି ମଡେଲ ହିଁ ସେମାନଙ୍କ ଦୁଃଖର ସମୟକୁ କରିଥାଏ ସୁଖରେ ପରିବର୍ତ୍ତନ ।
ଏହି ଗାଁର ଝିଅମାନେ କେବଳ ମେଡାଲ ନୁହେଁ , ଏହା ବଳରେ ସରକାରୀ ଚାକିରୀ ବି ପାଉଛନ୍ତି । ସରକାରଙ୍କ ‘ମେଡାଲ ଆଣ, ଚାକିରୀ ପାଓ’ ପଲିସି ଅଧିନରେ ଏଠାକାର ଅନେକ ଖେଳାଳୀ ସରକାରୀ ବିଭାଗରେ କାର୍ଯ୍ୟରତ ଅଛନ୍ତି । କରୁଣା ଏବଂ ଜ୍ୟୋତି ବର୍ତ୍ତମାନ ଏହି 200 ଖେଳାଳୀଙ୍କ ମଧ୍ୟ ଅନ୍ୟତମ , ଯିଏ ସିନିୟର୍ସ ଭାବେ ଜାତୀୟ ଫୁଟବଲ ଟିମରେ ଏଣ୍ଟ୍ରି ମାରିବାକୁ ଇଚ୍ଛୁକ । ଏଣୁ ଏମାନେ ନିଜ ସାଙ୍ଗଙ୍କ ସହ ସକାଳରୁ ସନ୍ଧ୍ୟା ଯାଏଁ ଗାଁ ଗ୍ରାଉଣ୍ଡରେ ସେମାନଙ୍କ ଝାଳ ବୁହାନ୍ତି ।
ଏହି ଗାଁର ଝିଅଙ୍କ ଫୁଟବଲ ପ୍ରତି ଜିଦ ଓ ନିଷ୍ଠା ଦେଖି , ମନେ ହୁଏ ଏବେ ହରିୟାଣା କେବଳ ବକ୍ସିଂ ଓ କୁସ୍ତି ପାଇଁ ନୁହେଁ ବରଂ ଫୁଟବଲ ମଇଦାନରେ ମଧ୍ୟ ସମଗ୍ର ବିଶ୍ବରେ ଉଡାଇବ ଭାରତର ତ୍ରିରଙ୍ଗା । ତେବେ ଯଦିଓ ଏହି ସ୍ବପ୍ନ ପୂରଣ କରିବା ସହଜ ନୁହେଁ , ହେଲେ ଆଶା ରହିଛି କି ଦିନେ, ଏହି ହରିୟାନୀ ଝିଅଙ୍କ କିକ୍ସରେ ଦିୱାନା ହେବ ସମଗ୍ର ଦୁନିଆ । ଏଠାକାର ପ୍ରତିଟି ଝିଅଙ୍କ ଦୁନିଆ ନେଟର ଗୋଲ ଆଉ ଏମାନଙ୍କ ଗୋଲ, ଇଣ୍ଟରନ୍ୟାସନାଲ ଫୁଟବଲ...
ବ୍ୟୁରୋ ରିପୋର୍ଟ , ଇଟିଭି ଭାରତ