ETV Bharat / bharat

ଉପରାଷ୍ଟ୍ରପତିଙ୍କୁ ମିମିକ୍ରି ପରେ ରାଜନୀତି ଜୋର: ‘ଇଣ୍ଡିଆ’ ମେଣ୍ଟକୁ ଆଦିବାସୀ, ଓବିସି, ଜାଟ ବିରୋଧୀ କହିଲେ ସଂସଦୀୟ ମନ୍ତ୍ରୀ

author img

By ETV Bharat Odisha Team

Published : Dec 19, 2023, 6:19 PM IST

Updated : Dec 19, 2023, 6:32 PM IST

Mimicry of Jagdeep Dhankhar : ଜୋର ଧରିଲା ମିମିକ୍ରି ରାଜନୀତି । ବିଜେପି କହିଲା କଂଗ୍ରେସ ଓ ଇଣ୍ଡିଆ ମେଣ୍ଟ ଆଦିବାସୀ, ଓବିସି, ଜାଟ ବିରୋଧୀ । ତୁରନ୍ତ କ୍ଷମା ମାଗନ୍ତୁ । ଅଧିକ ପଢନ୍ତୁ

ଉପରାଷ୍ଟ୍ରପତିଙ୍କୁ ମିମିକ୍ରି ପରେ ରାଜନୀତି ଜୋର : ‘ଇଣ୍ଡିଆ ମେଣ୍ଟ ଆଦିବାସୀ, ଓବିସି, ଜାଟ ବିରୋଧୀ କହିଲେ ସଂସଦୀୟ ମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ସଂସଦରୁ ଆଉ 49 ସାଂସଦଙ୍କୁ ନିଲମ୍ବିତ କରାଯିବା ପରେ ନିଲମ୍ବିତ ବିରୋଧୀ ସାଂସଦଙ୍କ ଦ୍ବାରା ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦ୍ବୀପ ଧନଖଡଙ୍କ ପ୍ରତି କରାଯାଇଥିବା ମିମିକ୍ରିକୁ ନେଇ ରାଜନୈତିକ ଉଷ୍ମତା ବଢିବାରେ ଲାଗିଛି । ଏହି ପ୍ରସଙ୍ଗ ଆଜି ରାଜ୍ୟସଭାରେ ଉଠିଛି । ଉପରାଷ୍ଟ୍ରପତି ଧନକଡ ନିଜେ ଘଟଣାକୁ ଦୁର୍ଭାଗ୍ୟଜନକ ଓ ହୀନ ମାନସିକତା କହିସାରିଥିବା ବେଳେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଗୃହରେ ଏହାକୁ ନିନ୍ଦା କରିଛନ୍ତି । ଏହାକୁ ଅତି ନିନ୍ଦନୀୟ ଆଚରଣ କହିବା କଂଗ୍ରେସ ଓ ଇଣ୍ଡିଆ ମେଣ୍ଟ ଉପରେ ବର୍ଷିଛନ୍ତି ସଂସଦୀୟ ମନ୍ତ୍ରୀ ।

ବିରୋଧୀଙ୍କ ଏପରି କାମକୁ ଆଜି ସାରା ଦେଶ ନିିନ୍ଦା କରୁଛି । ସଂସଦ ଭବନ ପରିସରରେ ଦେଶର ଦ୍ବିତୀୟ ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ଥିବା ବ୍ୟକ୍ତିଙ୍କ ପ୍ରତି ଏପରି ଅଶାଳୀନ ବ୍ୟବହାର ଗ୍ରହଣୀୟ ନୁହେଁ । ଏହା କେବଳ ଗୋଟିଏ ଘଟଣା ନୁହେଁ ବରଂ ବିରୋଧୀଙ୍କ ହୀନ ମାନସିକତାର ପରିଚୟ କହିବା ସହ ସେମାନେ ଗୃହରେ ଚେୟାରକୁ କ୍ଷମା ପ୍ରାର୍ଥନା କରିବା ଉଚିତ ବୋଲି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି ।

ଅପରାହ୍ନରେ ଗୃହକାର୍ଯ୍ୟ ଆରମ୍ଭ ହେବା ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଲ ଯୋଶୀ ଏହି ପ୍ରସଙ୍ଗରେ ବିବୃତ୍ତି ରଖିଥିଲେ । ମିମିକ୍ରି କରିଥିବା ନିଲମ୍ବିତ ଟିିଏମସି ସାଂସଦ କଲ୍ୟାଣ ବାନାର୍ଜୀ ଓ ଭିଡିଓ ରେକର୍ଡ କରିଥିବା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ସେ ଟାର୍ଗେଟ କରିଛନ୍ତି । ନାଁ ନନେଇ ରାହୁଲ ସେମାନଙ୍କୁ ଉତ୍ସାହିତ କରୁଥିବା ସେ କହିଛନ୍ତି । ଯୋଶୀ କହିଛନ୍ତି, ବିରୋଧୀଙ୍କ ଏହି ହୀନ ମାନସିକତା ବେଶ ପୁରୁଣା । ବିଗତ ଦିନରେ ସେମାନେ ଆଦିବାସୀ ସମ୍ପ୍ରଦାୟରୁ ଆସୁଥିବାରୁ ସେମାନେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ କଟାକ୍ଷ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ନିଜେ ଓବିସି ସମ୍ପ୍ରଦାୟର ହୋଇଥିବା କାରଣରୁ ସେ ପ୍ରଧାନମନ୍ତ୍ରୀଙ୍କ ପ୍ରତି ମଧ୍ୟ ଏପରି ଆଚରଣ କରିଛନ୍ତି । ଏବେ ଦେଶର ଦ୍ବିତୀୟ ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ଥିବା ଉପରାଷ୍ଟ୍ରପତିଙ୍କୁ ମଧ୍ୟ ସେ କଟାକ୍ଷ କରିଛନ୍ତି । ଏହା କଂଗ୍ରେସ ଓ ‘ଇଣ୍ଡିଆ’ ମେଣ୍ଟର ଆଦିବାସୀ, ଓବିସି ଓ ଜାଟ ବିରୋଧୀ ମାନସିକତା । ସେମାନେ ଏହା ପାଇଁ କ୍ଷମା ପ୍ରାର୍ଥନା କରିବା ଉଚିତ । ସେହି ଦଳର ଅବଶିଷ୍ଟ ସାଂସଦ ଗୃହରେ ସେମାନଙ୍କ ପକ୍ଷରୁ ଚେୟାରଙ୍କୁ କ୍ଷମା ମାଗନ୍ତୁ ବୋଲି ପ୍ରହ୍ଲାଦ କହିଥିଲେ ।

ଅନ୍ୟପଟେ ଏହି ଘଟଣାକୁ ନେଇ ସାମ୍ପ୍ରଦାୟିକ ରାଜନୀତି ମଧ୍ୟ ଆରମ୍ଭ ହୋଇଯାଇଛି । ରାଜସ୍ଥାନର ଜାଟ ସମ୍ପ୍ରଦାୟକୁ ପ୍ରତିନିଧିତ୍ବ କରୁଥିବା ଉପରାଷ୍ଟ୍ରପତି ଜଗଦ୍ବୀପ ଧନକଡଙ୍କ ପ୍ରତି ଏପରି କଟାକ୍ଷକୁ ନେଇ ଜାଟ ସମ୍ପ୍ରଦାୟ ମଧ୍ୟ ପ୍ରତିକ୍ରିୟା ଶୀଳ ହୋଇଛି । କଂଗ୍ରେସୀ ମନୋଭାବ ରଖୁଥିବା ଦଳର ସାଂସଦମାନଙ୍କ ଏପରି କଟାକ୍ଷ ସମଗ୍ର ଜାଟ ସମ୍ପ୍ରଦାୟର ଅପମାନ ବୋଲି ଜାଟ ସଂଘ ଏକ ପ୍ରେସରିଲିଜ ଜାରି କରିଛି । ଏହାର ଜବାବ ଆଗାମୀ ଲୋକସଭା ନିର୍ବାଚନରେ ନିଶ୍ଚିୟ ମିଳିବ ବୋଲି ଜାଟ ସଂଘ ଚେତାବନୀ ମଧ୍ୟ ଦେଇଛି ।

ତେବେ ଆଜି ସଂସଦରୁ ଆଉ 49 ସାଂସଦକୁ ନିଲମ୍ବିତ କରାଯିବା ପରେ ସେମାନଙ୍କ ମଧ୍ୟରୁ କିଛି ସାଂସଦ ସଂସଦ ପରିସରରେ ଏକାଠି ହୋଇଥିଲେ । କୃଣମୂଳ କଂଗ୍ରେସର ନିଲମ୍ବିତ ସାଂସଦ କଲ୍ୟାଣ ବାନାର୍ଜୀ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦ୍ବୀପ ଧନକଡଙ୍କ ମିମିକ୍ରି କରି କରିଥିଲେ । ଅନ୍ୟ ସାଂସଦମାନେ ତାଙ୍କୁ ଉତ୍ସାହିତ କରୁଥିବା ମଧ୍ୟ ଦେଖାଯାଇଥିଲା । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ହାତରେ ମୋବାଇଲ ଧରି ଏହି ଘଟଣାକୁ ରେକର୍ଡ କରୁଥିବା ଦେଖିବାକୁ ମିଳିଥିଲା ।

ଏହା ମଧ୍ୟ ପଢନ୍ତୁ :- ଟିଏମସି ସାଂସଦଙ୍କ ମିମିକ୍ରି, ଭିଡିଓ ସୁ୍ଟ୍ କଲେ ରାହୁଲ ଗାନ୍ଧି: ଧନକଡ଼ କହିଲେ ଦୁର୍ଭାଗ୍ୟଜନକ

ଚଳିତ ଶୀତ ଅଧିବେଶନ ପ୍ରଥମରୁ ହିଁ ସ୍ବାଭାବିକ ଗୃହକାର୍ଯ୍ୟ ପରିବର୍ତ୍ତେ ଚର୍ଚ୍ଚାରେ ରହିଆସିଛି । ପ୍ରଥମେ କ୍ବାସ ଫର କ୍ବାରୀ ମାମଲାରେ ଟିଏମସି ନେତ୍ରୀ ମହୁଆ ମୋଇତ୍ରାଙ୍କ ସଭ୍ୟପଦ ରଦ୍ଦ ଓ ଏହାକୁ ନେଇ ହଟ୍ଟଗୋଳ, ପରେ କେନ୍ଦ୍ର ଗୃହମନ୍ତ୍ରୀ ଶାହଙ୍କ ନେହେରୁ ମନ୍ତବ୍ୟ, ତା’ ପରେ ଲୋକସଭାରେ ସୁରକ୍ଷା ବିଭ୍ରାଟ, ଏହାର ପରବର୍ତ୍ତୀ ସମୟରେ ଏହି ପ୍ରସଙ୍ଗକୁ ନେଇ ହଟ୍ଟଗୋଳ ଓ ସାଂସଦଙ୍କ ଗଣନିଲମ୍ବନ ଚଳିତ ଶୀତ ଅଧିବେଶନରେ ଚର୍ଚ୍ଚାରେ ରହିଥିଲା । ଏବେ ଏହି କ୍ରମରେ ଉପରାଷ୍ଟ୍ରପତିଙ୍କ ମିମିକ୍ରି ପ୍ରସଙ୍ଗ ମଧ୍ୟ ଯୋଡି ହୋଇଛି । 22 ତାରିଖରେ ଏହି ଅଧିବେଶନ ଶେଷ ହେବାକୁ ଯାଉଥିବା ବେଳେ ଏବେ ସୁଦ୍ଧା ଉଭୟ ଗୃହର 141 ସାଂସଦ ଅଧିବେଶନରୁ ନିଲମ୍ବିତ ହୋଇଛି । ଏବେ ଗୃହରେ ବିରୋଧୀଙ୍କ ଉପସ୍ଥିତି ବିରୋଧୀ ଶୂନ୍ୟ ସ୍ଥିତି ସହ ପ୍ରାୟ ସମାନ କହିଲେ ଚଳେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 19, 2023, 6:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.