ETV Bharat / bharat

Gmail Down: ସାରା ବିଶ୍ୱରେ ଅଚଳ Gmail, ପ୍ରଭାବିତ ୟୁଜର୍ସ

ବିଶ୍ବବ୍ୟାପୀ ଅଚଳ ହୋଇଛି ଜିମେଲ ସର୍ଭିସ (Gmail Service down worldwide) । କୋଟି କୋଟି ୟୁଜର୍ସ ପ୍ରଭାବିତ । ଅଧିକ ପଢନ୍ତୁ

author img

By

Published : Dec 10, 2022, 9:35 PM IST

Gmail Down: ସାରା ବିଶ୍ବରେ ଅଚଳ ଜିମେଲ, ପ୍ରଭାବିତ ୟୁଜର୍ସ

ନୂଆଦିଲ୍ଲୀ: ବିଶ୍ବବ୍ୟାପୀ ଅଚଳ ହୋଇଛି ଜିମେଲ ସର୍ଭିସ (Gmail Service down worldwide) । ସର୍ଚ୍ଚ ଇଞ୍ଜିନ ଗୁଗୁଲ ମାଲିକାନା ମେଲ୍‌ ସର୍ଭିସ ଆଜି (ଶନିବାର) ସନ୍ଧ୍ୟା ସମୟରେ ଅଚଳ ହୋଇଛି । ଫଳରେ ବହୁ ସମୟ ବିଳମ୍ବରେ ଏକ ମେଲ ଡେଲିଭର ହେଉଥିବା ବେଳେ ପ୍ରଭାବିତ ହୋଇଛନ୍ତି ଅନେକ ୟୁଜର୍ସ । ଏନେଇ ଅନେକ ଟ୍ବିଟର ୟୁଜର୍ସ ସୋସିଆଲ ମିଡ଼ିଆରେ ପୋଷ୍ଟ କରିବା ପରେ ସେବା ଅଚଳ ନେଇ ସ୍ପଷ୍ଟ ହୋଇଛି ।

ବିଭିନ୍ନ କାର୍ଯ୍ୟାଳୟରେ ଯୋଗାଯୋଗ ଲାଗି ଜିମେଲ୍‌ର ବ୍ୟବହାର କରୁଥିବାରୁ ଅଫିସ କାର୍ଯ୍ୟାଳୟରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି । ଫଳରେ ଅଫିସରେ କାର୍ଯ୍ୟରତ କର୍ମଚାରୀ ମାନେ ବିକଳ୍ପ ପନ୍ଥା ଆପଣେଇବା ଲାଗି ବାଧ୍ୟ ହୋଇଛନ୍ତି । ଜଣେ ୟୁଜର୍ସ ମେଲ୍‌ ପଠାଇବାର ବହୁ ସମୟ ପରେ ଅନ୍ୟ ରିସିଭର ୟୁଜର୍ସ ସନ୍ଦେଶଟିକୁ ପାଉଥିବା ଦେଖିବାକୁ ମିଳିଥିଲା । ଏନେଇ ବହୁ ଟ୍ବିଟର ୟୁଜର୍ସ ସୋସିଆଲ ମିଡ଼ିଆରେ ପୋଷ୍ଟ କରି ଜି ମେଲ୍‌ ସେବା ଅଚଳ ହୋଇଛି କି ନାହିଁ ପ୍ରଶ୍ନ କରିଥିଲେ । ଏହାପରେ ଜି ମେଲ୍‌ ସେବା ବିଶ୍ବବ୍ୟାପୀ ଅଚଳ ହେବା ନେଇ ସ୍ପଷ୍ଟ ହୋଇଛି ।

ଏହା ବି ପଢନ୍ତୁ- WhatsApp down: ସାରା ଦେଶରେ ହ୍ବାଟସ୍‌ଆପ୍‌ ଡାଉନ୍‌, ମେସେଜ୍ ଯାଉନି କି ଆସୁନି

ସୂଚନା ଥାଉ କି ଗତ ଅକ୍ଟୋବର ୨୫ ତାରିଖରେ ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ ହ୍ବାଟ୍ସଆପ୍‌ର ସର୍ଭର ଡାଉନ ହୋଇଥିଲା । କୌଣସି ମେସେଜ୍ କିମ୍ବା ଭିଡିଓ ସେୟାର୍ ହେଉ ନ ଥିବାବେଳେ, ଅଡିଓ କିମ୍ବା ଭିଡିଓ କଲ୍ ମଧ୍ୟ ବନ୍ଦ ହୋଇଯାଇଥିଲା । ଦିନ ପ୍ରାୟ ୧୨ଟା ୩୦ ମିନିଟ୍ ସମୟରୁ ହ୍ବାଟ୍ସଆପ୍ ମୋବାଇଲ୍ ଆପ୍ ଏବଂ ୱେବ୍ ଜରିଆରେ କୌଣସି ମେସେଜ୍, ଫଟୋ କିମ୍ବା ଭିଡିଓ ସେଣ୍ଡ୍ କି ରିସିଭ୍(ପ୍ରେରଣ ଏବଂ ଗ୍ରହଣ) ହେଉନଥିଲା ।

କିଛି ୟୁଜର୍ସଙ୍କ ପୋଷ୍ଟ ଉପରେ ନଜର ପକାନ୍ତୁ...

  • Is gmail down for everyone?

    — legen.eth 🟣 (@legen_eth) December 10, 2022 " class="align-text-top noRightClick twitterSection" data=" ">
  • Is gmail down?

    — Tooba Towfiq (@tooba_tweets) December 10, 2022 " class="align-text-top noRightClick twitterSection" data=" ">

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.