ETV Bharat / bharat

ସୋପୋରେ ସୁରକ୍ଷାବାହିନୀ ଉପରେ ଆତଙ୍କୀ ଆକ୍ରମଣ

ଦକ୍ଷିଣ ଜମ୍ମୁ କାଶ୍ମୀର ବାରମୁଲା ସୋପୋରେ ଅଞ୍ଚଳର ମୁଖ୍ୟ ଛକରେ ସୁରକ୍ଷାବାହିନୀ ଉପରେ ଗୁଳି ଚଳାଇଛନ୍ତି ଆତଙ୍କବାଦୀ । ଅଧିକ ପଢନ୍ତୁ...

ସୋପୋରେ ସୁରକ୍ଷାବାହିନୀ ଉପରେ ଆତଙ୍କୀଙ୍କ ଆକ୍ରମଣ

author img

By

Published : Aug 5, 2021, 12:33 PM IST

ଶ୍ରୀନଗର: ମାତିଛନ୍ତି ଆତଙ୍କବାଦୀ । ଦକ୍ଷିଣ ଜମ୍ମୁ କାଶ୍ମୀର ବାରମ୍ମୁଲା ଅଞ୍ଚଳର ମୁଖ୍ୟ ଛକରେ ସୁରକ୍ଷାବାହିନୀ ଉପରେ ଗୁଳି ଚଳାଇଛନ୍ତି ଆତଙ୍କବାଦୀ । ଏନେଇ ସୋପୋରେ ସିଆରପିଏଫ ଏବଂ ପୋଲିସ ଅଧିକାରୀଙ୍କ ନିକଟରୁ ସୂଚନା ମିଳିଛି ।

ଆତଙ୍କୀଙ୍କ ଏହି ଆକ୍ରମଣରେ କାହାର କିଛି କ୍ଷତି ହୋଇନାହିଁ । ଆକ୍ରମଣକାରୀଙ୍କୁ ଧରିବା ପାଇଁ ଉକ୍ତ ଅଞ୍ଚଳରେ ଜୋରଦାର ଅପରେସନ ଜାରି ରହିଛି । ଲଗାତର କିଛି ଦିନ ହେବ ସୀମାରେ ଆତଙ୍କବାଦୀଙ୍କ ଉତପାତ ବଢିବାରେ ଲାଗିଛି । ସେମାନଙ୍କ କାର୍ଯ୍ୟକଳାପକୁ ଦମନ କରିବାକୁ ସୁରକ୍ଷାବାହିନୀ ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଇଛି ।

ପ୍ରକାଶ ଥାଉକି, ଜୁଲାଇ ୩୧ରେ ପୁଲୱାମାରେ ସୁରକ୍ଷାବାହିନୀ ଓ ଆତଙ୍କବାଦଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ଦୁଇ ଆତଙ୍କୀ ନିପାତ ହୋଇଥିଲେ । ଏହା ସହିତ କୁଲଗାମ, ସୋପୋରେ ହଣ୍ଡୱାରା ସୋପିଆନରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ଲଗାତାର ଭାବେ ସଫଳତା ହାସଲ କରିଥିଲେ ।

ଜୁଲାଇ ୨ ରେ ପୁଲୱାମାରେ ହୋଇଥିବା ଏନକାଉଣ୍ଟରରେ ସେନା ଗୁଳିରେ ଏକାବେଳେ ଟଳିଥିଲେ ପାଞ୍ଚ ଆତଙ୍କୀ । ଚଳିତ ବର୍ଷ ପାଖାପାଖି ୮୦ରୁ ଅଧିକ ଆତଙ୍କୀଙ୍କୁ ନିପାତ କରିବାରେ ସଫଳ ହୋଇଛି ଭାରତୀୟ ସେନା, ଯାହା ଏକ ବଡ ସଫଳତା ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.