ଶ୍ରୀନଗର: ଜମ୍ମୁ କାଶ୍ମୀର ଶ୍ରୀନଗର ଜିଲ୍ଲାର ନୌଗାମ ଅଞ୍ଚଳରେ ସେନା ଉପରେ ଆତଙ୍କବାଦୀ ଆକ୍ରମଣ । ଏଥିରେ ଜଣେ ସିଆରପିଏଫ ଯବାନ ଆହତ ହୋଇଥିବା ଜଣାପଡିଛି ।
ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସିଆରପିଏଫର 29 ବାଟାଲିୟନ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଚଳାଇଥିବା ବେଳେ ଆତଙ୍କବାଦୀ ସେମାନଙ୍କ ଉପରେ ଗୁଳି ଚଳାଇଥିଲେ । ଏହି ଘଟଣାରେ ଜଣେ ସିଆରପିଏଫ ଯବାନଙ୍କ ଗୋଡରେ ଗୁଳି ବାଜିଥିବା ସୂଚନା ରହିଛି । ଆହତ ଯବାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସେପଟେ ଆତଙ୍କୀଙ୍କୁ ଧରିବା ପାଇଁ ପୁରା ଅଞ୍ଚଳରେ ହାଇଆଲର୍ଟ ଜାରି କରାଯାଇଛି । ଆକ୍ରମଣ ହୋଇଥିବା ସ୍ଥାନରେ କର୍ଡନ କରାଯାଇଛି ଆତଙ୍କୀଙ୍କୁ ଠାବ କରିବା ପାଇଁ ସେନା ପକ୍ଷରୁ ଅପରେସନ ଆରମ୍ଭ ହୋଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ