ETV Bharat / bharat

Kulgam Encounter: ଯବାନଙ୍କ ଗୁଳିରେ ଟଳିଲା ଜଣେ ଆତଙ୍କୀ, 60 ସୁରକ୍ଷିତ ଉଦ୍ଧାର

author img

By

Published : Nov 20, 2021, 6:12 PM IST

ସୁରକ୍ଷା ବଳକୁ ପୁଣି ସଫଳତା । କୁଲଗାମ ଏନକାଉଣ୍ଟରରେ ଗୁଳିରେ ଟଳିଲା ଆଉ ଜଣେ ଆତଙ୍କୀ । ସର୍ଚ୍ଚ ଅପରେସନ ଜାରି । 60 ଜଣ ସୁରକ୍ଷିତ ଉଦ୍ଧାର । ଅଧିକ ପଢନ୍ତୁ

Encounter in Kulgam: ଟଳିଲା ଆଉ ଜଣେ ଆତଙ୍କୀ

ଶ୍ରୀନଗର: କାଶ୍ମୀରରେ ସୁରକ୍ଷା ବଳ ଜାରି ରଖିଥିବା ଆତଙ୍କୀ ବିରୋଧି ଅଭିଯାନରେ ଗୋଟିଏ ପରେ ଗୋଟିଏ ସଫଳତା ମିଳିବାରେ ଲାଗିଛି । ଗତ କିଛି ଦିନ ମଧ୍ୟରେ ସେନା ଗୁଳିରେ ଲଗାତାର ଭାବେ ନିପାତ ହେବାରେ ଲାଗିଛନ୍ତି ଆତଙ୍କୀ ।

ଆଜି (ଶନିବାର) ଜାମ୍ମୁ କାଶ୍ମୀରର କୁଲଗାମ (jammu kashmir kulgam) ଜିଲ୍ଲାରେ ସୁରକ୍ଷା ବାହିନୀ ସହ ହୋଇଥିବା ଏନକାଉଣ୍ଟର (Encounter)ରେ ଟଳିଲା ଆଉ ଜଣେ ଆତଙ୍କୀ (Militant) । ଏହାସହ ଏନକାଉଣ୍ଟର ସ୍ଥଳରୁ ସେନା 60 ଜଣ ସ୍କୁଲପିଲା ଏବଂ ଲୋକଙ୍କୁ ଉଦ୍ଧାର କରାଯାଇଛି ।

ଆତଙ୍କୀ ଗତିବିଧି (terror activities) ନେଇ ଗୁଇନ୍ଦା ସୂଚନା ମିିଳିବା ପରେ ଅପରେସନ ଆରମ୍ଭ କରିଥିଲା ସୁରକ୍ଷା ବଳ । ପୂର୍ବ ସୂଚନା ମୁତାବକ ଦକ୍ଷିଣ କାଶ୍ମୀରର ଆଶମୁଜୀ ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା ସୁରକ୍ଷା ବଳ । ଏଥିରେ ଲୁଚିଥିବା ଆତଙ୍କୀଙ୍କ ସହ ଗୁଳି ବିନିମୟ ହୋଇଥିଲା । ଯେଉଁଥିରେ ଜଣେ ଆତଙ୍କୀ ନିପାତ ହୋଇଛି ।

ନିହତ ଆତଙ୍କୀ କେଉଁ ଜିହାଦୀ ଗୋଷ୍ଠୀର ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନାହିଁ । ଏବେ ମଧ୍ୟ ସେଠାରେ ଅନ୍ୟ କେତେକ ଆତଙ୍କୀ ଲୁଚିଥିବା ସନ୍ଦେହରେ ସର୍ଚ୍ଚ ଅପରେସନ ଜାରି ରହିଥିବା ଜଣେ ପୋଲିସ ଅଧିକାରୀ କହିଛନ୍ତି । ସୁରକ୍ଷା ଦୃଷ୍ଟିରୁ ଘଟଣାସ୍ଥଳରୁ ସ୍କୁଲ ଛାତ୍ରଛାତ୍ରୀ ଓ ସାଧାରଣ ନାଗରିକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିଛନ୍ତି ସୁରକ୍ଷା ବଳ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.