କୋଲକାତା: ପଶ୍ଚିମବଙ୍ଗ ମତଦାନ ପରେ ହିଂସା । ରାଜ୍ୟରେ ବିଜେପି କର୍ମୀଙ୍କ ଉପରେ ଆକ୍ରମଣ ବୃଦ୍ଧି ପାଇଛି । କେଉଁଠି ବିଜେପି ଅଫିସକୁ ଜଳାଇ ଦିଆଯାଉଛି ତ କେଉଁଠି ବିଜେପି ନେତାଙ୍କ ଗାଡି ଉପରେ ଆକ୍ରମଣ ହେଲାଣି । ତେବେ ହିଂସା ସ୍ଥିତି ଆକଳନ କରିବାକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟର 4 ଜଣ ସଦସ୍ୟ ବିଶିଷ୍ଟ ଏକ ଦଳ ରାଜ୍ୟକୁ ଗସ୍ତ କରିଛନ୍ତି ।
ପୂର୍ବରୁ ଗୃହ ମନ୍ତ୍ରଣାଳୟ ରାଜ୍ୟ ସରକାରଙ୍କୁ ଚିଠି ଲେଖି ଏହି ହିଂସାକୁ ରୋକିବା ପାଇଁ କହିଥିଲେ କିନ୍ତୁ କୌଣସି ପଦକ୍ଷେପ ନିଆଯାଇନଥିବା ଅଭିଯୋଗ କରିଛି ବିଜେପି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ