ETV Bharat / bharat

ନବନୀତ ରାଣାଙ୍କୁ ପୋଲିସ ନିର୍ଯାତନା ଅଭିଯୋଗ, ମହାରାଷ୍ଟ୍ର ସରକାରଙ୍କୁ ଗୃହ ମନ୍ତ୍ରଣାଳୟର ରିପୋର୍ଟ ତଲବ

author img

By

Published : Apr 26, 2022, 5:12 PM IST

ସାଂସଦ ନବନୀତ ରାଣାଙ୍କ ପୋଲିସ ନିର୍ଯାତନା ଅଭିଯୋଗକୁ ଗମ୍ଭୀରତାର ସହ ନେଲା କେନ୍ଦ୍ର । ମହାରାଷ୍ଟ୍ର ସରକାରଙ୍କୁ ସବିଶେଷ ରିପୋର୍ଟ ମାଗିଲା କେନ୍ଦ୍ର ଗୃହ ମନ୍ତ୍ରଣାଳୟ । ଗତକାଲି ବାଚସ୍ପତି ଓମ ବିର୍ଲାଙ୍କୁ ଚିଠି ଲେଖି ଅମାନବୀୟ ବ୍ୟବହାର ନେଇ ଅଭିଯୋଗ କରିଥିଲେ ସାଂସଦ ନବନୀତ ରାଣା । ଅଧିକ ପଢନ୍ତୁ

ନବନୀତ ରାଣାଙ୍କ ପୋଲିସ ନିର୍ଯାତନା ଅଭିଯୋଗ, ମହାରାଷ୍ଟ୍ର ସରକାରଙ୍କୁ ରିପୋର୍ଟ ମାଗିଲା ଗୃହମନ୍ତ୍ରଣାଳୟ

ନୂଆଦିଲ୍ଲୀ: ହନୁମାନ ଚାଳିଶା ପଠନ ବିବାଦରେ ଗିରଫ ହୋଇ ଜେଲରେ ଥିବା ଅମରାବତୀ ସାଂସଦ ନବନୀତ ରାଣା ଗତକାଲି ପୋଲିସ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣି ଲୋକସଭା ବାଚସ୍ପତିଙ୍କୁ ଚିଠି ଲେଖିବା ପରେ ଘଟଣାକୁ ଗମ୍ଭୀରତାର ସହ ନେଇଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ । ଆଜି ଅଭିଯୋଗ ସମ୍ପର୍କରେ ସବିଶେଷ ରିପୋର୍ଟ ଦାଖଲ କରିବାକୁ ମହାରାଷ୍ଟ୍ରର ଉଦ୍ଧବ ଠାକରେ ସରକାରଙ୍କୁ କେନ୍ଦ୍ର ନିର୍ଦ୍ଦେଶ ଦେଇଛି । ଗିରଫଦାରୀ ପରେ ଥାନାରେ ରାଣା ଦମ୍ପତିଙ୍କ ସହ ପୋଲିସ ଅମାନବୀୟ ବ୍ୟବହାର କରିଥିବା ଅଭିଯୋଗ କରିଥିଲେ ସାଂସଦ ନବନୀତ ରାଣା ।

ଲୋକସଭା ବାଚସ୍ପତିଙ୍କୁ ଚିଠି ଲେଖିବା ପରେ ଲୋକସଭା ସ୍ବାଧୀକାର କମିଟି ଓ ନୀତି କମିଟି (Privilege and Ethics Committee) ପକ୍ଷରୁ ଘଟଣାରେ ହସ୍ତକ୍ଷେପ କରିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ନିବେଦନ କରାଯାଇଥିଲା । ନିବେଦନ ଆଧାରରେ ମହାରାଷ୍ଟ୍ର ସରକାରଙ୍କୁ ଘଟଣାର ସମ୍ପୂର୍ଣ୍ଣ ତଥ୍ୟ ଦାଖଲ କରିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶ ଜାରି କରିଛି । ତେବେ ନିର୍ଦ୍ଦେଶ ଅନୁସାରେ, 24 ଘଣ୍ଟା ମଧ୍ୟରେ ମହାରାଷ୍ଟ୍ର ସରକାର ସମ୍ପୂର୍ଣ୍ଣ ରିପୋର୍ଟ କେନ୍ଦ୍ର ନିକଟରେ ଦାଖଲ କରିବ ।

ଅନ୍ୟପଟେ ଏହି ଅଭିଯୋଗ ଘଟଣାରେ ଭିନ୍ନ ଏକ ଚିତ୍ର ମଧ୍ୟ ସାମ୍ନାକୁ ଆସିଛି । ରାଣାଙ୍କ ଅମାନବୀୟ ବ୍ୟବହାର ଅଭିଯୋଗକୁ ମୁମ୍ବାଇ ପୋଲିସ ଖଣ୍ଡନ କରିବା ସହ ଗିରଫଦାରୀ ଦିନର ଥାନା ପରିସରର ଏକ ଭିଡିଓ ମଧ୍ୟ ଟ୍ବିଟ କରିଛନ୍ତି ମୁମ୍ବାଇ ପୋଲିସ କମିଶନର ସଞ୍ଜୟ ପାଣ୍ଡେ । ଥାନା ପରିସରରେ ରାଣା ଦମ୍ପତି ଚା’ ପିଉଥିବାର ଦୃଶ୍ୟ ମଧ୍ୟ କ୍ୟାମେରାରେ କଏଦ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.