ETV Bharat / bharat

ସଂସଦ ସୁରକ୍ଷା ବିଭ୍ରାଟ: ତଦନ୍ତ ନିର୍ଦ୍ଦେଶ ଦେଲା ଗୃହ ମନ୍ତ୍ରଣାଳୟ - ଲୋକସଭା ବାଚସ୍ପତି ଓମ ବିର୍ଲା

MHA ordered Enquiry: SIT ଗଠନ ସହ ତଦନ୍ତ ନିର୍ଦ୍ଦେଶ ଦେଲା ଗୃହ ମନ୍ତ୍ରଣାଳୟ । ସିଆରପିଏଫ ଡିଜିଙ୍କ ଅଧ୍ୟକ୍ଷତା ଗଠନ ହେଲା ତଦନ୍ତକାରୀ କମିଟି । ଅଧିକ ପଢନ୍ତୁ

ସଂସଦ ସୁରକ୍ଷା ବିଭ୍ରାଟ: SIT ଗଠନ ସହ ତଦନ୍ତ ନିର୍ଦ୍ଦେଶ ଦେଲା ଗୃହ ମନ୍ତ୍ରଣାଳୟ

author img

By ETV Bharat Odisha Team

Published : Dec 13, 2023, 11:02 PM IST

ନୂଆଦିଲ୍ଲୀ: ସଂସଦରେ ସୁରକ୍ଷା ବିଭ୍ରାଟ ଘଟଣାରେ SIT ଗଠନ ସହ ତଦନ୍ତ ନିର୍ଦ୍ଦେଶ ଦେଲା କେନ୍ଦ୍ର ଗୃହ ମନ୍ତ୍ରଣାଳୟ । ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ଅନୁରୋଧ କ୍ରମେ ଏହି ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା ଗୃହ ମନ୍ତ୍ରଣାଳୟ ଟ୍ବିଟ କରି ସ୍ପଷ୍ଟ କରିଛି । ସିଆରପିଏଫ ମହାନିର୍ଦ୍ଦେଶକ ଅନିଶ ଦୟାଲ ସିଂଙ୍କ ନେତୃତ୍ବରେ ଗଠିତ ଏହି କମିଟିରେ ଦିଲ୍ଲୀ ପୋଲିସ ସମେତ ଏକାଧିକ ସୁରକ୍ଷା ଏଜେନ୍ସିର ଶୀର୍ଷ ଅଧିକାରୀ ସଦସ୍ୟ ରହିଛନ୍ତି । ଏହି କମିଟି ଘଟଣାର ତଦନ୍ତ ଶେଷ କରି ଗୃହ ମନ୍ତ୍ରଣାଳୟକୁ ରିପୋର୍ଟ ଦାଖଲ କରିବ ।

  • On request from Lok Sabha Secretariat, MHA has ordered an Enquiry of parliament security breach incident. An Enquiry Committee has been set up under Shri Anish Dayal Singh, DG, CRPF, with members from other security agencies and experts: Spokesperson, Ministry of Home Affairs pic.twitter.com/7lOhbqywQ7

    — ANI (@ANI) December 13, 2023 " class="align-text-top noRightClick twitterSection" data=" ">

ଆଜି ସଂସଦ ଆକ୍ରମଣର 22ତମ ବାର୍ଷିକୀରେ ପୁଣି ଥରେ ଦେଶର ସର୍ବୋଚ୍ଚ ପଞ୍ଚାୟତର ସୁରକ୍ଷାରେ ବିଭ୍ରାଟ ଦେଖିବାକୁ ମିଳିଛି । ଏବେ 5 ଅଭିଯୁକ୍ତ ଗିରଫ ସହ ଏଥିରେ 6 ଅଭିଯୁକ୍ତଙ୍କ ସମ୍ପୃକ୍ତି ଥିବା ଜଣାପଡିଛି । ଏବେ ସୁଦ୍ଧା ଏହି ଘଟଣାରେ 5 ଜଣ ଅଭିଯୁକ୍ତ ଗିରଫ ହୋଇସାରିଲେଣି । ଅନ୍ୟ ଜଣେ ଫେରାର ଅଭିଯୁକ୍ତକୁ ଗିରଫ ପାଇଁ ପୋଲିସ ପ୍ରୟାସ ଜାରି ରଖିଛି । ଗୃହ ମଧ୍ୟରେ ପ୍ରବେଶ କରିଥିବା ଦୁଇ ଅଭିଯୁକ୍ତ ଯୁବକ ଭିଜିଟର ପାସରେ ପ୍ରବେଶ କରିଥିଲେ । ଏହି ପାସ ସେମାନଙ୍କୁ ମହୀଶୂରର ବିଜେପି ସାଂସଦ ପ୍ରତାପ ସିହ୍ନାଙ୍କ କାର୍ଯ୍ୟାଳୟରୁ ମିଳିଥିବା ବିରୋଧୀ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଦୁଇ ଅନୁପ୍ରବେଶକାରୀଙ୍କ ମଧ୍ୟରେ ଜଣେ ମହୀଶୂରର ଯୁବକ ମଧ୍ୟ ରହିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ସଂସଦ ଆକ୍ରମଣ: 4 ଜଣଙ୍କ ମିଳିଲା ପରିଚୟ, ରାଜନୈତିକ ଲିଙ୍କ୍‌ ନା ବ୍ୟକ୍ତିଗତ ଆକ୍ରୋଶ, କଣ କହୁଛନ୍ତି ପରିବାର ସଦସ୍ୟ

ତେବେ ଏହି ଉପଦ୍ରବୀଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ରହିଛନ୍ତି । ଏହା ପରେ ସଂସଦରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି । ପରବର୍ତ୍ତୀ ନିଷ୍ପତ୍ତି ନଆସିବା ଯାଏ, କୌଣସି ସାଧାରଣ ଲୋକଙ୍କୁ ଭିଜିଟର ଗ୍ୟାଲେରୀ ପାସ ମିଳିବ ନାହିଁ । ନୂତନ ସଂସଦ ଭବନର ପ୍ରବେଶ ପ୍ରକ୍ରିୟା ଓ ସୁରକ୍ଷା ବ୍ୟବସ୍ଥା ପୁରୁଣା ସଂସଦ ଭବନ ଠାରୁ ମଧ୍ୟ ଅଧିକ ବ୍ୟବସ୍ଥିତ । ସାଂସଦମାନଙ୍କ କହିବା ଅନୁସାରେ, ଜଣେ କେହି ଭିଜିଟର ପାସରେ ଅଧିବେଶନ ଚାଲିଥିବା ବେଳେ ସଦନରେ ପ୍ରବେଶ କରିବା ପାଇଁ କୌଣସି ସଦସ୍ୟଙ୍କ ଦ୍ବାରା ପ୍ରଦାନ କରାଯାଇଥିବା ବୈଧ ପାସ ବାଧ୍ୟତାମୂଳକ ହୋଇଥାଏ । ସେହିପରି କେବଳ ପାସ ନୁହେଁ ବରଂ ପ୍ରାୟ 5 ସ୍ତରୀୟ ଯାଞ୍ଚ ପରେ ସେମାନେ ଗୃହରେ ପ୍ରବେଶ କରିଥାନ୍ତି । ତେବେ କଡା ସରୁକ୍ଷା ଓ ପାସ ନିୟମାବଳି ମଧ୍ୟରେ ଦୁଇ ଉପଦ୍ରବକାରୀ ଗୃହ ମଧ୍ୟରେ ପ୍ରବେଶ କରିବାକୁ ନେଇ ବିଭିନ୍ନ ପ୍ରଶ୍ନ ସୃଷ୍ଟି ହୋଇଛି ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.