କୋଲକାତା: ପଶ୍ଚିମବଙ୍ଗ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ବାପା ଓ ଭାଇଙ୍କୁ Y+ ସିକ୍ୟୁରିଟି ଯୋଗାଇବ ଗୃହମନ୍ତ୍ରଣାଳୟ । ଏନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସୂଚନା ଦେଇଛି ।
ପଶ୍ଚିମବଙ୍ଗରେ ନିର୍ବାଚନ ଶେଷ ହେବା ପରେ ରାଜନୈତିକ ହିଂସା ଜାରି ରହିଛି । ଏହାକୁ ନଜରରେ ରଖି କେନ୍ଦ୍ର ସରକାର ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀଦଳ ନେତା ତଥା ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ପିତା ସାଂସଦ ଶିଶିର କୁମାର ଅଧିକାରୀ ଓ ଭାଇ ସାଂସଦ ଦିବ୍ୟେନ୍ଦୁ ଅଧିକାରୀଙ୍କୁ Y+ ସିକ୍ୟୁରିଟି ଯୋଗାଇବ ଗୃହମନ୍ତ୍ରଣାଳୟ । ଉଭୟ ଏବେ ତୃଣମୂଳ କଂଗ୍ରେସର ସାଂସଦ ପଦବୀରେ ରହିଛନ୍ତି । କେନ୍ଦ୍ର ସରକାରଙ୍କ ସିଆରପିଏଫ ସୁରକ୍ଷା ଯୋଗାଇବ । ଶିଶିର କୁମାର ଅଧିକାରୀ କାନ୍ଥିର ସାଂସଦ ଥିବାବେଳେ ତାମଲୁକର ସାଂସଦ ରହିଛନ୍ତି ଦିବ୍ୟୁନ୍ଦୁ ଅଧିକାରୀ ।
ସୂଚନାଥାଉକି ପଶ୍ଚିମବଙ୍ଗର ବିଧାନସଭା ନିର୍ବାଚନ ପୂର୍ବରୁ ଟିଏମସି ନେତା ଶୁଭେନ୍ଦୁ ଅଧିକାରୀ ବିଜେପିରେ ସାମିଲ ହୋଇଥିଲେ । ନନ୍ଦିଗ୍ରାମ ଆସନରେ ବିଜେପି ପ୍ରାର୍ଥୀ ହୋଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପରାଜିତ କରିଥିଲେ । ପଶ୍ଚିମବଙ୍ଗ ନିର୍ବାଚନରେ 294 ଆସନରୁ ଟିଏମସି 213 ଆସନରେ ବିଜୟ ହାସଲ କରି ଏକକ ସଂଖ୍ୟାଗରିଷ୍ଠତା ହାସଲ କରି ସରକାର ଗଠନ କରିଛି। ସେପଟେ ବିଜେପି ମଧ୍ୟ 3 ଆସନରୁ 77 ଆସନରେ ପହଞ୍ଚିଛି ।
@ANI