ETV Bharat / bharat

ସିସୋଦିଆଙ୍କ ପାଇଁ ବଢିଲା ଅଡୁଆ, ଗୁଇନ୍ଦାଗିରି ମାମଲାରେ ଯାଞ୍ଚ କରିବ CBI

author img

By

Published : Feb 22, 2023, 12:32 PM IST

Updated : Feb 22, 2023, 12:45 PM IST

ଦିଲ୍ଲୀ ଗୁଇନ୍ଦାଗିରି ମାମଲାରେ ସିସୋଦିଆଙ୍କ ବିରୁଦ୍ଧରେ ତଦନ୍ତ କରିବ ସିବିଆଇ । ଗୃହ ମନ୍ତ୍ରଣାଳୟ ପକ୍ଷରୁ ମିଳିଲା ଅନୁମତି । ଅଧିକ ପଢନ୍ତୁ

CBI to prosecute Manish Sisodia in snooping case

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଛନ୍ଦି ହୋଇଥିବା ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ପାଇଁ ପୁଣି ବଢିଲା ଅଡୁଆ । ଗୋଟିଏ ମାମଲା ପିଛା ନଛାଡୁଣୁ ଆଉ ଏକ ମାମଲାରେ ଫସିଛନ୍ତି ଆପ୍ ନେତା । ଦିଲ୍ଲୀ ଗୁଇନ୍ଦାଗିରି ମାମଲାରେ ସିସୋଦିଆଙ୍କ ବିରୁଦ୍ଧରେ ତଦନ୍ତ କରିବ ସିବିଆଇ । ଦିଲ୍ଲୀ ସରକାରଙ୍କ ପକ୍ଷରୁ ଗଠିତ ଫିଡବ୍ୟାକ ୟୁନିଟ ଜରିଆରେ ରାଜନୈତିକ ଗୁଇନ୍ଦାଗିରି କରିବା ଘଟଣାରେ ସିସୋଦିଆ ଏବଂ ଅନ୍ୟ କିଛି ଅଧିକାରୀଙ୍କ ବିରୁଦ୍ଧରେ ସିବିଆଇ ତଦନ୍ତ ପାଇଁ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଅନୁମତି ମିଳିଛି ।

ପୂର୍ବରୁ ଗତ ମାସରେ ଏହି ଘଟଣାରେ ଏଫଆଇଆର ରୁଜୁ କରି ସିବିଆଇ ତଦନ୍ତ ପାଇଁ ଦିଲ୍ଲୀ ଉପରାଜ୍ୟପାଳ ଭିକେ ସକ୍ସେନା ମଞ୍ଜୁରୀ ଦେଇଥିଲେ ଏବଂ ଏହାକୁ ସ୍ବୀକୃତି ଦେବାକୁ ଫାଇଲ ଗୃହ ମନ୍ତ୍ରଣାଳୟକୁ ପଠାଇଥିଲେ । ଏବେ ମନ୍ତ୍ରଣାଳୟ ପକ୍ଷରୁ ମଧ୍ୟ ସିସୋଦିଆଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବା ପାଇଁ ସିବିଆଇକୁ ମଞ୍ଜୁରୀ ମିଳିଛି ।

ଯାହା ସୂଚନା ମିଳିଛି, ୨୦୧୬ ଫେବୃୟାରୀରେ ଦିଲ୍ଲୀ ସରକାର ଫିଡବ୍ୟାକ ନାମକ ଏକ ୟୁନିଟ ଗଠନ କରିଥିଲେ । ଏଥିରେ ୨୦ ଜଣ ଅଧିକାରୀ କାର୍ଯ୍ୟ କରୁଥିଲେ । ଏହି ୟୁନିଟ ୨୦୧୬ ଫେବୃୟାରୀରୁ ସେପ୍ଟେମ୍ବର ଯାଏଁ ବିରୋଧି ନେତା, ବିଭିନ୍ନ ସଂସ୍ଥା ଓ ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ ଗୁଇନ୍ଦାଗିରି କରିଥିଲା । ତେବେ କେବଳ ବିଜେପି ନେତା ନୁହଁନ୍ତି, ଏହି ୟୁନିଟ ଆପ୍ ନେତାଙ୍କ ଉପରେ ମଧ୍ୟ ନଜର ରଖିଥିଲା । ଏହି ୟୁନିଟ ଆରମ୍ଭ ପାଇଁ ଉପରାଜ୍ୟପାଳଙ୍କ ଠାରୁ କୌଣସି ଅନୁମତି ନିଆଯାଇନଥିଲା । ଏହାମଧ୍ୟ ଅଭିଯୋଗ ହୋଇଛି ଯେ, ଫିଡବ୍ୟାକ ୟୁନିଟ ସରକାରଙ୍କ ବିଭିନ୍ନ ଯୋଜନା ସହ ଜଡିତ କାର୍ଯ୍ୟ ବ୍ୟତୀତ ଅନେକ ରାଜନୈତିକ ଗୁପ୍ତ ସୂଚନା ସଂଗ୍ରହ କରିଥିଲା । ସିକ୍ରେଟ ସର୍ଭିସ ଫଣ୍ଡ ଜରିଆରେ ଏହି ୟୁନିଟରେ ଅନେକ ବେଆଇନ ଟଙ୍କା କାରବାର ହୋଇଥିଲା । ଏନେଇ ସିବିଆଇକୁ ପ୍ରମାଣ ମିଳିଥିବା କୁହାଯାଇଛି ।

ଯେହେତୁ ଭିଜିଲାନ୍ସ ବିଭାଗ ମନୀଷ ସିସୋଦିଆଙ୍କ ପାଖରେ ଅଛି, ତେଣୁ ସେ ସିବିଆଇ ସ୍କାନରରେ ରହିଛନ୍ତି । ଚଳିତ ବର୍ଷ ଜାନୁୟାରୀ ୧୨ରେ ସିବିଆଇ ଗୁଇନ୍ଦା ବିଭାଗ ନିକଟରେ ଏହି ଘଟଣା ସମ୍ପର୍କିତ ଏକ ରିପୋର୍ଟ ଦାଖଲ କରିଥିଲା । ଏହାସହିତ ଏହି ଗୁଇନ୍ଦାଗିରି ମାମଲାରେ ମନୀଷ ସିସୋଦିଆ ଏବଂ ଅନ୍ୟ କିଛି ଅଧିକାରୀଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବା ପାଇଁ ଉପରାଜ୍ୟପାଳ ଭିକେ ସକ୍ସେନାଙ୍କୁ ନିବେଦନ କରିଥିଲା । ଉପରାଜ୍ୟପାଳ ଏହାକୁ ପୂର୍ବରୁ ମଞ୍ଜୁରୀ ଦେଇଥିବା ବେଳେ ଏବେ ଗୃହ ମନ୍ତ୍ରଣାଳୟ ମଧ୍ୟ ସିବିଆଇକୁ ଏଫଆଇଆର ରୁଜୁ କରି ତଦନ୍ତ କରିବାକୁ ଅନୁମତି ଦେଇଛି । ପୂର୍ବରୁ ମଦ ଦୁର୍ନୀତି ମାମଲାରେ ସିବିଆଇ ସିସୋଦିଆଙ୍କ ବିରୁଦ୍ଧରେ ଯାଞ୍ଚ ଜାରି ରଖିଛି ।

Last Updated : Feb 22, 2023, 12:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.