ETV Bharat / bharat

ଓଡିଶାର ଦୁଇଟି NGOର FCRA ଲାଇସେନ୍ସ ରଦ୍ଦ କଲା ଗୃହ ମନ୍ତ୍ରଣାଳୟ

ଓଡିଶା ସ୍ଥିତ ଦୁଇଟି ଏନଜିଓର FCRA ଲାଇସେନ୍ସ ବାତିଲ କଲା ଗୃହ ମନ୍ତ୍ରଣାଳୟ । କୌଣସି ସଂଗଠନ ଓ ସଂସ୍ଥାଙ୍କ ପାଇଁ ବିଦେଶୀ ସହାୟତା ହାସଲ ନିମନ୍ତେ FCRA ପଞ୍ଜିକରଣ ଅନିବାର୍ଯ୍ୟ ହୋଇଥାଏ । ଅଧିକ ପଢନ୍ତୁ

ଓଡିଶାର ଏନଜିଓର FCRA ଲାଇସେନ୍ସ ରଦ୍ଧ କଲା ଗୃହ ମନ୍ତ୍ରଣାଳୟ

author img

By

Published : Apr 28, 2022, 7:35 AM IST

Updated : Apr 28, 2022, 9:53 AM IST

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରଣାଳୟ ବୁଧବାର ଓଡିଶାର ଦୁଇଟି ଅଣ-ସରକାରୀ ସଂଗଠନ(NGO)ର ବିଦେଶୀ ଯୋଗଦାନ ନିୟମାବଳୀ ଅଧିନିୟମ(FCRA) ପଞ୍ଜିକରଣ ରଦ୍ଦ କରିଛି । କେତେକ ନିୟମ ଉଲ୍ଲଙ୍ଘନ କରିବା ଅଭିଯୋଗରେ ମନ୍ତ୍ରଣାଳୟ ଏହି କାର୍ଯ୍ୟାନୁଷ୍ଠାନ ନେଇଛି । ଏହି ଦୁଇ ଏନଜିଓ ହେଉଛନ୍ତି, ହେଭେନଲି ଗ୍ରେସ ମିନିଷ୍ଟ୍ରିଜ(Heavenly Grace Ministries) ଏବଂ Peoples Organisation For Empowerment Of Tribals (POET) । FCRA ଲାଇସେନ୍ସ ବାତିଲ ହେବା ପରେ ବର୍ତ୍ତମାନ ଏହି ଏନଜିଓଗୁଡିକ ଆଉ ବିଦେଶୀ ପାଣ୍ଠି ଗ୍ରହଣ କରିପାରିବେ ନାହିଁ ।

ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି କି, POET ଏବଂ Heavenly Grace Ministries ବିଦେଶୀ ଯୋଗଦାନ ନିୟମାବଳୀ ଅଧିନିୟମ(FCRA) 2010 ଅର୍ନ୍ତଗତ କିଛି ପ୍ରାବଧାନ ଉଲ୍ଲଙ୍ଘନ କରିଛନ୍ତି । ତେଣୁ ତାଙ୍କ ଲାଇସେନ୍ସ ବାତିଲ କରାଯାଇଛି । ଯାହା ସୂଚନା ରହିଛି, Heavenly Grace Ministries ୨୦୦୧ ମସିହାରେ ପ୍ରତିଷ୍ଠା ହୋଇଥିଲା । ଏହି ସଂସ୍ଥା ମୁଖ୍ୟତଃ ରୋଜଗାର, ଆବାସ, ଶିକ୍ଷା, ଶିଶୁ ଏବଂ ଯୁବ ବିକାଶ ଇତ୍ୟାଦି କ୍ଷେତ୍ରରେ କାମ କରୁଛି । ଅନ୍ୟପଟେ POET ଶିଶୁ ଯତ୍ନ(Child Care), ଶିକ୍ଷା, ସାକ୍ଷରତା, ସ୍ବାସ୍ଥ୍ୟ, ବ୍ୟବସାୟିକ ପ୍ରଶିକ୍ଷଣ, ଗ୍ରାମୀଣ ବିକାଶ ଏବଂ ଦାରିଦ୍ରୀ ଦୂରୀକରଣ ଦିଗରେ କାର୍ଯ୍ୟ କରୁଛି ।

ଦୁଇ ଦିନ ପୂର୍ବରୁ ଗୃହ ମନ୍ତ୍ରଣାଳୟ ସିଏଚଆରଆଇ(Commonwealth Human Rights Initiative) ଏବଂ AAWW(Apne Aap Women Worldwide) ନାମକ ଦୁଇଟି ଏନଜିଓର FCRA ଲାଇସେନ୍ସ ବାତିଲ କରିଥିଲା । ୨୦୧୭ରୁ ୨୦୨୧ ମଧ୍ୟରେ ମନ୍ତ୍ରଣାଳୟ ପ୍ରାୟ 1,900 ଏଜିଓର ଏହି ଲାଇସେନ୍ସ ବାତିଲ କରିଛି । କହିରଖୁଛୁ କି, କୌଣସି ସଂଗଠନ ଓ ସଂସ୍ଥାଙ୍କ ପାଇଁ ବିଦେଶୀ ସହାୟତା ହାସଲ ନିମନ୍ତେ FCRA ପଞ୍ଜିକରଣ ଅନିବାର୍ଯ୍ୟ ହୋଇଥାଏ ।

Last Updated : Apr 28, 2022, 9:53 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.