ETV Bharat / bharat

ସମୀର ୱାଙ୍ଖଡେଙ୍କୁ ନେଇ ବଡ଼ ଖୁଲାସା, ୬ଥର ଫରେନ୍ ଟ୍ରିପ୍ ଓ ୫ବର୍ଷରେ ମୁମ୍ବାଇରେ ୪ ଫ୍ଲାଟ୍ - ୱାଙ୍ଖଡେଙ୍କ ଜୀବନଶୈଳୀ

ସମୀର ୱାଙ୍ଖଡେଙ୍କୁ ନେଇ ସାଙ୍ଘାତିକ ତଥ୍ୟ ସାମନାକୁ ଆସିଛି । ୬ ଥର ବିଦେଶ ଗସ୍ତ ସହ ୫ବର୍ଷରେ ୪ଟି ଫ୍ଲାଟ୍ କିଣିଛନ୍ତି ପୂର୍ବତନ ଏନସିବି ମୁଖ୍ୟ । ଅଧିକ ପଢନ୍ତୁ

୬ ଥର ଫରେନ୍ ଟ୍ରିପ୍ ଓ ୫ବର୍ଷରେ ୪ଟି ଫ୍ଲାଟ୍ କିଣିଛନ୍ତି ୱାଙ୍ଖଡେ
Sameer Wankhede petition filed in Mumbai high court
author img

By

Published : May 19, 2023, 4:31 PM IST

ମୁମ୍ବାଇ: ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋର ଭିଜିଲାନ୍ସ ରିପୋର୍ଟରେ ସମୀର ୱାଙ୍ଖଡେଙ୍କୁ ନେଇ ହୋଇଛି ବଡ଼ ଖୁଲାସା । ବହୁ ଚର୍ଚ୍ଚିତ କ୍ରୁଜ ଡ୍ରଗ୍ସ ମାମଲା ପରେ ଅଡ଼ୁଆରେ ଛନ୍ଦି ହୋଇଥିବା ପୂର୍ବତନ ଏନସିବି ମୁଖ୍ୟ ଥିବା ସମୀର ୱାଙ୍ଖଡେଙ୍କ ବିଷୟରେ ଚକିତ କଲା ଭଳି ତଥ୍ୟ ସାମନାକୁ ଆସିଛି । ୱାଙ୍ଖଡେ ୫ ବର୍ଷ ଭିତରେ ମୁମ୍ବାଇରେ ୪ଟି ଫ୍ଲାଟ୍ କିଣିଥିବାବେଳେ 2017ରୁ 2012ମଧ୍ୟରେ ୬ ଥର ବିଦେଶ ଗସ୍ତ କରିଥିବା ଜଣାପଡ଼ିଛି । ବ୍ରିଟେନ, ଆୟରଲାଣ୍ଡ, ପର୍ତ୍ତୁଗାଲ, ଦକ୍ଷିଣ ଆଫ୍ରିକା ଓ ମାଳଦ୍ୱୀପ ଆଦି ଗସ୍ତ କରିବା ସହ ସେଠାରେ ୫୫ଦିନ ଧରି ରହିଥିଲେ ପୂର୍ବତନ ଏନସିବି ମୁଖ୍ୟ ।

ଏହାବ୍ୟତୀତ, ୨୨ଲକ୍ଷରୁ ଉର୍ଦ୍ଧ୍ବ ମୂଲ୍ୟର ଦାମି ଘଣ୍ଟା ବ୍ୟବହାର କରୁଥିବାବେଳେ ଲକ୍ସରିଅସ ଲାଇଫ ଷ୍ଟାଇଲ ବିତାଉଥିଲେ ୱାଙ୍ଖଡେ । ରିଆ ଚକ୍ରବର୍ତ୍ତୀ ଡ୍ରଗ୍ସ କେସ୍ ଭଳି ଅନେକ ହାଇପ୍ରୋଫାଇଲ କେସର ଦାୟିତ୍ବ ନେଇଆସିଛନ୍ତି ପୂର୍ବତନ ଏନସିବି ମୁଖ୍ୟ ସମୀର ୱାଙ୍ଖଡେ। ଅକ୍ଟୋବର ୨୦୨୧ରେ କ୍ରୁଜ ସିପରେ ରେଡ୍ ପରେ ସେ ଚର୍ଚ୍ଚାକୁ ଆସିଥିଲେ । ୱାଙ୍ଖଡେଙ୍କ ନାଁରେ ବଲିଉଡ ସୁପରଷ୍ଟାର ଶାହରୁଖ ଖାନ୍ଙ୍କ ପୁଅ ଆର୍ଯ୍ୟନ ଖାନ୍ଙ୍କ ଠାରୁ ମାମଲାର ରଫାଦଫା ପାଇଁ ୨୫କୋଟି ଲାଞ୍ଚ ମାଗିବା ଭଳି ଅଭିଯୋଗ ରହିଥିଲା । ଲାଞ୍ଚ ନ ଦେବାରରୁ ଆର୍ଯ୍ୟନଙ୍କୁ ଗିରଫ କରାଯାଇଥିଲା ହେଲେ ପ୍ରକୃତ ଅଭିଯୁକ୍ତଙ୍କ ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିଲା । ଏପରିକି ଆର୍ଯ୍ୟନ ଗିରଫ ହେବାର କିଛି ଘଣ୍ଟା ପରେ କେ ପି ଗୋସାଭି ନାମକ ଜଣେ ବ୍ୟକ୍ତିଙ୍କ ଜରିଆରେ ୫୦ଲକ୍ଷ ଟଙ୍କା ୱାଙ୍ଖଡେଙ୍କୁ ଦିଆଯାଇଛି ବୋଲି କହିଛନ୍ତି ଶାହରୁଖ ଖାନଙ୍କ ମ୍ୟାନେଜର ପୂଜା ଦଡଲାନି । ଯାହାକି ଏକ ମୁଖ୍ୟ ପ୍ରମାଣ ବୋଲି ପ୍ରକାଶ କରିଛନ୍ତି ପୂଜା । ଅପରପକ୍ଷେ ପୂର୍ବତନ ଏନସିବି ମୁଖ୍ୟ ସମୀର ୱାଙ୍ଖଡେ ଏବଂ ତାଙ୍କ ପତ୍ନୀଙ୍କ ବାର୍ଷିକ ଆୟ ୨୨ଲକ୍ଷ ୭୫ ହଜାର ହୋଇଥିବା ନେଇ ରିପୋର୍ଟରେ ଉଲ୍ଲେଖ କରିଛନ୍ତି ଏନସିବି ଡାଇରେକ୍ଟର ଜେନେରାଲ ଜ୍ଞାନେଶ୍ବର ସିଂ ।

ସେପଟେ ସିବିଆଇ ଦାଖଲ କରିଥିବା ତଥ୍ୟ ବିରୋଧରେ ମୁମ୍ବାଇ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇ ଏକ ରିଟ୍ ପିଟିସନ ଦାୟର କରିଛନ୍ତି ୱାଙ୍ଖଡେ । ଏହାସହ ତଦନ୍ତ କରୁଥିବା ଏନସିବି ଡାଇରେକ୍ଟର ଜେନେରାଲ ଜ୍ଞାନେଶ୍ବର ସିଂଙ୍କ ନାଁରେ ପାଲଟା ଅଭିଯୋଗ କରି ତାଙ୍କୁ କ୍ରସ ଏକ୍ସାମିନେସନ କରିବାକୁ କୋର୍ଟଙ୍କୁ ନିବେଦନ କରିଛନ୍ତି ସମୀର ୱାଙ୍ଖଡେ । ତେବେ ବଲିଉଡ ସେଲିବ୍ରିଟିମାନେ ଡ୍ରଗ୍ସର ବ୍ରାଣ୍ଡ ଅମ୍ବାସଡ଼ର ପାଲଟିଛନ୍ତି ବୋଲି ସେ କହିଛନ୍ତି । ତେବେ ଜଷ୍ଟିସ ଆରିଫ ଏସ ଡକ୍ଟରଙ୍କ ଅନୁପସ୍ଥିତି ଯୋଗୁ ପ୍ରାଥମିକତା ଭିତ୍ତିରେ ଖୁବଶୀଘ୍ର ମାମଲାର ଶୁଣାଣି କରିବେ ଜଷ୍ଟିସ ଶର୍ମିଲା ଦେଶମୁଖ୍ । ତେବେ ବରିଷ୍ଠ ଆଇନଜୀବୀ ରିଜ୍ବନ ମରଚ୍ୟାଣ୍ଟ ଓ ଆବାଦ ଫୋଣ୍ଡା ସମୀରଙ୍କ ତରଫରୁ ପକ୍ଷ ରଖିବେ ବୋଲି ଜଣାପଡ଼ିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.