ETV Bharat / bharat

ବିମାନରେ ରକ୍ତ ବାନ୍ତି କଲେ ଯାତ୍ରୀ, ନାଗପୁରରେ ଇଣ୍ଡିଗୋ ବିମାନର ଜରୁରୀ ଅବତରଣ

ଯାତ୍ରୀଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିବାରୁ ନାଗପୁର ବିମାନବନ୍ଦରରେ ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ ।

author img

By

Published : Aug 22, 2023, 7:48 AM IST

ନାଗପୁର ବିମାନବନ୍ଦର
IndiGo flight makes emergency landing in Nagpur

ମୁମ୍ବାଇ: ବିମାନରେ ଗୁରୁତର ହେଲେ ଜଣେ ଯାତ୍ରୀ । ସ୍ବାସ୍ଥ୍ୟବସ୍ଥା ବିଗିଡିବାରୁ ରାଞ୍ଚି ପରିବର୍ତ୍ତେ ନାଗପୁର ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ଇଣ୍ଡିଗୋ ବିମାନ । ଚିକିତ୍ସା ସମୟରେ ହସ୍ପିଟାଲରେ ଯାତ୍ରୀ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକ ଜଣଙ୍କ ହେଉଛନ୍ତି 62 ବର୍ଷୀୟ ଦେବାନନ୍ଦ ତିୱାରୀ ଯାତ୍ରା ।

ଗତକାଲି(ସୋମବାର) ରାତି 8ଟା ସମୟରେ ଇଣ୍ଡଗୋ ବିମାନ ନମ୍ବର 6E 5093 ମୁମ୍ବାଇରୁ ରାଞ୍ଚି ଅଭିମୁଖେ ଉଡାଣ ଆରମ୍ଭ କରିଥିଲା । ବିମାନଟି ଆକାଶରେ ଉଡୁଥିବା ବେଳେ ହଠାତ ଯାତ୍ରୀ ଦେବାନନ୍ଦ ତିୱାରୀ ଅସୁସ୍ଥ ହୋଇ ପଡିଥିଲେ । ବିମାନରେ ରକ୍ତ ବାନ୍ତି କରିବାରୁ ପାଇଲଟ ବିମାନକୁ ରାଞ୍ଚି ପରିବର୍ତ୍ତେ ନାଗପୁରରେ ଜରୁରୀକାଳୀନ ଅବତରଣ କରାଇବାକୁ ଅନୁମତି ମାଗିଥିଲେ । ନାଗପୁରରେ ବିମାନ ଅବତରଣ ପରେ ଯାତ୍ରୀ ଜଣଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା । ଦେବାନନ୍ଦ ତିୱାରୀଙ୍କ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ଏକ ସରକାରୀ ଡାକ୍ତରଖାନାକୁ ପଠାଯାଇଛି । କେଉଁ କାରଣରୁ ଯାତ୍ରୀଙ୍କର ମୃତ୍ୟୁ ହେଲା ତାହା ଅସ୍ପଷ୍ଟ ରହିଛି ।

ଏହା ମଧ୍ୟ ପଢନ୍ତୁ-ନାଗପୁରରେ ଜରୁରୀ ଅବତରଣ କଲା ସାଲମ ଏୟାର ବିମାନ

ଗତ 17 ତାରିଖରେ ନାଗପୁର ବିମାନବନ୍ଦରରେ ଜଣେ ପାଇଲଟଙ୍କ ମୃତ୍ୟୁ ହୋଇଥିଲା । ଇଣ୍ଡିଗୋ ଏୟାର ଲାଇନ୍ସର ଜଣେ ପାଇଲଟ ବିମାନ ଉଡ଼ାଇବା ପୂର୍ବରୁ ଟର୍ମିନାଲ ବୋର୍ଡିଂ ଗେଟ୍‌ ନିକଟରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ବୋର୍ଡିଂ ଗେଟ୍‌ ନିକଟରେ ହଠାତ ସେ ଅଚେତ ହୋଇପଡ଼ିଥିଲେ । ତାଙ୍କୁ ଉଦ୍ଧାର କରି ବିମାନ ବନ୍ଦର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ବିମାନ କମ୍ପାନୀ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା । ପାଇଲଟଙ୍କର କୌଣସି ସ୍ବାସ୍ଥ୍ୟଗତ ସମସ୍ୟା ଥିଲା କି ନାହିଁ ତାହା ମଧ୍ୟ ସ୍ପଷ୍ଟ ହୋଇନି ।

ଏହା ମଧ୍ୟ ପଢନ୍ତୁ-Nagpur: ବୋର୍ଡିଂ ଗେଟରେ ଉଡିଗଲା ପାଇଲଟଙ୍କ ପ୍ରାଣବାୟୁ

ଗତ ମାର୍ଚ୍ଚ 2 ତାରିଖରେ ଇଞ୍ଜିନରୁ ଧୂଆଁ ବାହାରିବାରୁ ନାଗପୁର ଏୟାରପୋର୍ଟରେ ଜରୁରୀକାଳୀନ ଅବତରଣ କରିଥିଲା ସାଲମ ଏୟାର ବିମାନ । ଏହି ବିମାନରେ 2 ଶହ ଜଣ ଯାତ୍ରୀ ଥିବା ବେଳେ ପାଇଲଟଙ୍କ ସମେତ 7ଜଣ କ୍ରୁ ମେମ୍ବର ରହିଥିଲେ । ଜରୁରୀକାଳୀନ ଅବତରଣ ପରେ ସମସ୍ତ ଯାତ୍ରୀ ସୁରକ୍ଷିତ ରହିଥିବା ସୂଚନା ମିଳିଥିଲା । ବାଂଲାଦେଶର ଚିଟ୍‌ଗାଓଁରୁ ମସ୍କଟକୁ ଉଡାଣ ଆରମ୍ଭ କରିଥିଲା ଏହି ବିମାନ । ଏୟାରପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆ ତରଫରୁ ଏନେଇ ସୂଚନା ଦିଆଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.