ETV Bharat / bharat

ଦିଲ୍ଲୀରେ ଚାଞ୍ଚଲ୍ୟ, ସିରିଜ୍ ମର୍ଡର ପରେ ଆତ୍ମହତ୍ୟା

ପ୍ରଥମେ ପତ୍ନୀଙ୍କ ସମେତ ନିଜର ୨ ପିଲାଙ୍କୁ ହତ୍ୟା ଉଦ୍ୟମ ପରେ ଜୀବନ ହାରିଛି ଅଭିଯୁକ୍ତ । ଅଧିକ ପଢନ୍ତୁ

author img

By

Published : May 16, 2023, 8:00 PM IST

Metro supervisor stabbed wife and children

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଘଟିଛି ଛାତିଥରା ଘଟଣା । ପ୍ରଥମେ ପତ୍ନୀଙ୍କ ସମେତ ନିଜର ୨ ପିଲାଙ୍କୁ ହତ୍ୟା ଉଦ୍ୟମ ପରେ ଜୀବନ ହାରିଛି ଅଭିଯୁକ୍ତ । ଛୁରୀରେ ଆକ୍ରମଣ କାରଣରୁ ପତ୍ନୀ ଅନୁରାଧା ଏବଂ ୬ ବର୍ଷୀୟା ଝିଅ ଅଦିତିର ମୃତ୍ୟୁ ଘଟିଥିବାବେଳେ ଅଭିଯୁକ୍ତ ସୁଶିଲ କୁମାର ମଧ୍ୟ ଆତ୍ମହତ୍ୟା କରିଥିବା ଜଣାପଡିଛି । ପତ୍ନୀ ଓ ପିଲାଙ୍କୁ ପ୍ରଥମେ ଲହୁଲୁହାଣ କରିବା ପରେ ଜୀବନ ହାରିଛି ଅଭିଯୁକ୍ତ କରିଛି । ସେପଟେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛି ସୁଶିଲର ୧୩ବର୍ଷୀୟ ପୁଅ ୟୁଭରାଜ । ଏଭଳି ଲୋମହର୍ଷଣକାରୀ ଘଟଣା ଘଟିଛି ଦିଲ୍ଲୀର ଉତ୍ତର-ପୂର୍ବ ଅଞ୍ଚଳ ସ୍ଥିତ ଶାହଦରା ଜିଲ୍ଲାରେ ଥିବା ଜ୍ୟୋତି କଲୋନିରେ ।

ସୂଚନା ଅନୁସାରେ, ସୁଶିଲ ଦିଲ୍ଲୀ ମେଟ୍ରୋରେ ପୂର୍ବ ବିନୋଦ ନଗରରେ ସୁପରଭାଇଜର ଭାବେ କାର୍ଯ୍ୟରତ ଥିଲେ । ଶାହଦରା ଡିସିପି ରୋହିତ ମିନା ଗଣମାଧ୍ୟମକୁ ଦେଇଥିବା ସୂଚନା ମୁତାବକ ମଙ୍ଗଳବାର ପ୍ରାୟ ୧୨ଟା ସମୟରେ ଜଣେ ମେଟ୍ରୋ କର୍ମଚାରୀ ଫୋନ ଯୋଗେ ତାଙ୍କ ସହକର୍ମୀ ସୁଶିଲ ଆସିନଥିବା କଥା ଜଣାଇଥିଲେ । ଖବର ପାଇବା ପରେ ସୁଶିଲଙ୍କ ଅନୁପସ୍ଥିତି ପଛର କାରଣ ଜାଣିବା ପାଇଁ ତାଙ୍କୁ ଯୋଗାଯୋଗ କରିବାରୁ ସେ ଖୁବ କାନ୍ଦୁଥିବା ଜଣାପଡିଥିଲା । ପରିବାରର ସମସ୍ତ ସଦସ୍ୟଙ୍କ ହତ୍ୟା କରିଥିବା ନେଇ ଫୋନ୍ ଯୋଗେ କାନ୍ଦି କାନ୍ଦି ସ୍ବୀକାର କରିଥିଲା ଅଭିଯୁକ୍ତ ସୁଶିଲ । ଏଭଳି ଖବର ପାଇବା ପରେ ଶାହଦରା ଜିଲ୍ଲା ପୋଲିସ ଟିମ୍ ତୁରନ୍ତ ଘଟଣାସ୍ଥଳେ ପହଞ୍ଚି ତନାଘନା କରିଥିଲେ ।

ଘଟଣାସ୍ଥଳରେ ପହଞ୍ଚିବା ପରେ ଝୁଲନ୍ତା ଅବସ୍ଥାରେ ସୁଶିଲଙ୍କ ମୃତଦେହ ଦେଖିବାକୁ ପାଇଥିଲା ପୋଲିସ । ସମସ୍ତଙ୍କ ଜୀବନ ଚାଲିଯାଇଥିବାବେଳେ ରକ୍ତାକ୍ତ ଅବସ୍ଥାରେ ସୁଶିଲର ପୁଅ ୟୁଭରାଜକୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ୟୁଭରାଜର ଅବସ୍ଥା ଗୁରୁତର ଥିବାବେଳେ ଚିକିତ୍ସା ଜାରି ରହିଛି । ସେପଟେ ପୋଲିସ ଓ ସାଇଣ୍ଟିଫିକ୍ ଟିମ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରିଛନ୍ତି । ତେବେ ପ୍ରାଥମିକ ତଦନ୍ତରେ ଘଟଣା ସମ୍ପର୍କରେ କୌଣସି ସୁରାକ ମିଳିପାରିନାହିଁ । ସୁଶିଲ ନିଜ ପରିବାରର ସଦସ୍ୟଙ୍କୁ ଏଭଳି ବୀଭତ୍ସ ହତ୍ୟା କରିବା ପଛର କାରଣ କ'ଣ ଏବଂ ଶେଷରେ ନିଜର ଜୀବନ ହାରିଲା କାହିଁକି ତାହାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ପାରିବାରିକ କଳହ କିମ୍ବା ମାନସିକ ଭାରସାମ୍ୟ ହରାଇ ଏପରି କରିଛି ସୁଶିଲ ନା ଆଉ କିଛି କାରଣ ରହିଛି ତାହା ତଦନ୍ତ ପରେ ସ୍ପଷ୍ଟ ହେବ । ସେପଟେ ଘଟଣା ପରେ ସମଗ୍ର ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.