ETV Bharat / bharat

ମେଟ୍ରୋ ମ୍ୟାନଙ୍କ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଉପରେ ସସପେନ୍ସ, ମନ୍ତ୍ରୀଙ୍କ ୟୁଟର୍ଣ୍ଣ

author img

By

Published : Mar 5, 2021, 6:14 AM IST

ମେଟ୍ରୋ ମ୍ୟାନ ନାଁରେ ଜଣାଶୁଣା ଇ. ଶ୍ରୀଧରନ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବା ନେଇ ଖବର ସାମ୍ନାକୁ ଆସିଥିଲା । ହେଲେ ଏହାର କିଛି ଘଣ୍ଟା ପରେ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଭ ମୁରଲୀଧରନ । ଅଧିକ ପଢନ୍ତୁ...

ମେଟ୍ରୋ ମ୍ୟାନଙ୍କ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଉପରେ ସସପେନ୍ସ, ମନ୍ତ୍ରୀଙ୍କ ୟୁଟର୍ଣ୍ଣ
ମେଟ୍ରୋ ମ୍ୟାନଙ୍କ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଉପରେ ସସପେନ୍ସ, ମନ୍ତ୍ରୀଙ୍କ ୟୁଟର୍ଣ୍ଣ

ଥିରୁଅନନ୍ତପୁରମ: ଆଗକୁ 4 ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଏହାରି ମଧ୍ୟରେ କେରଳରେ ବିଜେପି ପକ୍ଷରୁ ମେଟ୍ରୋ ମ୍ୟାନ ନାଁରେ ଜଣାଶୁଣା ଇ. ଶ୍ରୀଧରନ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବା ନେଇ ଖବର ସାମ୍ନାକୁ ଆସିଥିଲା । ହେଲେ ଏହାର କିଛି ଘଣ୍ଟା ପରେ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଭ ମୁରଲୀଧରନ ।

ଶ୍ରୀଧରନଙ୍କୁ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରାଯିବା ନେଇ ଖବର ସାମ୍ନାକୁ ଆସିବା ପରେ କେନ୍ଦ୍ରମନ୍ତ୍ରୀ ମୁରଲୀଧରନ ନିଜ ବୟାନରେ ସ୍ପଷ୍ଟ କରିଛନ୍ତି, ବିଜେପି ବର୍ତ୍ତମାନ ପର୍ଯ୍ୟନ୍ତ ଶ୍ରୀଧରନଙ୍କ ନାଁ କେରଳ ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ରୂପେ ନିଷ୍ପତ୍ତି ନେଇନାହିଁ । ମିଡିଆ ରିପୋର୍ଟ ଅନୁଯାୟୀ ଦଳ ଘୋଷଣା କରିଥିବା ଖବର ମିଳିଥିଲା ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ । ତେବେ ପରେ ଦଳର ମୁଖ୍ୟଙ୍କ ସହିତ ଆଲୋଚନା କରିବା ପରେ ଜଣା ପଡିଛି ଯେ ଏପରି କୌଣସି ଘୋଷଣା କରାଯାଇନାହିଁ ।

ମେଟ୍ରୋ ମ୍ୟାନ ଶ୍ରୀଧରନ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା ହୋଇଥିବା ଖବରକୁ ନେଇ ଚାରିଆଡେ ଚର୍ଚ୍ଚ ହୋଇଥିଲା । ଏହାର ଆନୁଷ୍ଠାନିକ ଘୋଷଣା କେରଳ ରାଜ୍ୟ ବିଜେପି ସଭାପତି କେ ସୁରେନ୍ଦରନ କରିଥିବା ମଧ୍ୟ କୁହାଯାଇଥିଲା । ହେଲେ ମନ୍ତ୍ରୀଙ୍କ ବୟାନ ଆସିବା ପରେ ଏହା ଉପରେ ସସପେନ୍ସ ଘନେଇବାରେ ଲାଗିଛି ।

21 ଫେବୃଆରୀରେ ବିଜେପିରେ ସାମିଲ ହୋଇଥିଲେ ମେଟ୍ରୋ ମ୍ୟାନ ଇ. ଶ୍ରୀଧରନ । ବିଜେପିକୁ କ୍ଷମତାକୁ ଆଣିବା ଲକ୍ଷରେ ରାଜନୈତିକ ମୈଦାନରେ ପ୍ରବେଶ କରୁଥିବା କହିଥିଲେ ଶ୍ରୀଧରନ । ତେବେ ରାଜ୍ୟର ହିତ ପାଇଁ କାମ କରେ ବୋଲି ମଧ୍ୟ ସେ ବୟାନ ଦେଇଥିଲେ ।

କେରଳରୁ ବିଧାନସଭା ନିର୍ବାଚନ ଲଢିବା ପାଇଁ ଶ୍ରୀଧରନଙ୍କୁ ଅନୁରୋଧ କରିଥିଲା ବିଜେପି । ପଦ୍ମଶ୍ରୀ ଓ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ ମେଟ୍ରୋ ମ୍ୟାନ ଶ୍ରୀଧରନ ଦେଶର ବିକାଶର ପ୍ରତୀକ ଭାବେ ଜଣାଶୁଣା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.