ETV Bharat / bharat

ନକଲି ଜାତିଗତ ପ୍ରମାଣପତ୍ରରେ ମିଳିଛି ସରକାରୀ ଚାକିରି ! ଆଶାୟୀଙ୍କ ଉଲଗ୍ନ ପ୍ରତିବାଦ - ଚାକିରି ବିରୋଧରେ ଉଲଗ୍ନ ପ୍ରତିବାଦ

ସରକାରୀ ଚାକିରି ପାଇଁ ନକଲି ଜାତିଗତ ପ୍ରମାଣପତ୍ର ବ୍ୟବହାର ହୋଇଥିବା ଅଭିଯୋଗ । ଆଶାୟୀଙ୍କ ଉଲଗ୍ନ ପ୍ରତିବାଦ । ଅଶ୍ଳୀଳତା ପ୍ରଦର୍ଶନ କାରଣରୁ 29 ଜଣଙ୍କୁ ଉଠାଇ ନେଲା ପୋଲିସ । ଅଧିକ ପଢନ୍ତୁ

ସରକାରୀ ଚାକିରି ପାଇଁ ନକଲି ଜାତିଗତ ପ୍ରମାଣପତ୍ର ! ଆଶାୟୀଙ୍କ ଉଲଗ୍ନ ପ୍ରତିବାଦ

author img

By

Published : Jul 19, 2023, 7:45 AM IST

ରାୟପୁର: ସରକାରୀ ଚାକିରି ପାଇବା ପାଇଁ ବ୍ୟବହାର ହୋଇଛି ନକଲି ଜାତିଗତ ପ୍ରମାଣପତ୍ର । ଏପରି ଏକ ଅଭିଯୋଗ କରି ଅନ୍ୟ ଆଶାୟୀ ପ୍ରାର୍ଥୀମାନେ ଉଲଗ୍ନ ପ୍ରତିବାଦ କରିଛନ୍ତି । ଆଶାୟୀଙ୍କ ଏକ ଗୋଷ୍ଠୀ ଉଲଗ୍ନ ହୋଇ ହାତରେ ପ୍ଲାକାର୍ଡ ଧରି ରାଜଧାନୀ ରାୟପୁରରେ ବିଧାନସଭା ଘେରାଉ କରିବା ପାଇଁ ଉଦ୍ୟମ କରିଛନ୍ତି । ଏହି ସମୟରେ ପୋଲିସ ସେମାନଙ୍କୁ ବାଧା ଦେବା ସହ ଗିରଫ କରି ଥାନାକୁ ନେଇଥିବା ସୂଚନା ମିଳିଛି । ପ୍ରାୟ 29 ଜଣ ବିକ୍ଷୋଭକାରୀଙ୍କୁ ପୋଲିସ ବିଧାନସଭା ନିକଟରୁ ଉଠାଇ ନେଇଛି ।

ସୂଚନା ଅନୁସାରେ, ବିକ୍ଷୋଭକାରୀଙ୍କ ମଧ୍ୟରୁ ଅଧିକାଂଶ ଯୁବକ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ସମ୍ପ୍ରଦାୟର ଥିଲେ । ଚାକିରି ପାଇବା ପାଇଁ ନକଲି ଜାତିଗତ ପ୍ରମାଣପତ୍ର ବ୍ୟବହାର କରିଥିବା ସରକାରୀ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ସେମାନେ ହାତରେ ପ୍ଲାକାର୍ଡ ଧରି ସମ୍ପୂର୍ଣ୍ଣ ଉଲଗ୍ନ ହୋଇ ବିଧାନସଭା ଘେରାଉ କରିବାକୁ ବାହାରିଥିଲେ । ଗତକାଲି(ମଙ୍ଗଳବାର) ଠାରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଏହି ପ୍ରତିବାଦକାରୀଙ୍କ ଗୋଷ୍ଠୀ ବିଧାନସଭା ଆଡକୁ ଅଗ୍ରସର ହେବା ସମୟରେ ପୋଲିସ ସେମାନଙ୍କୁ ବାଧା ଦେଇଥିଲା । 29 ଜଣ ଆନ୍ଦୋଳନକାରୀଙ୍କୁ ପୋଲିସ ଉଠାଇ ନେଇ ନିକଟସ୍ଥ ଥାନାରେ ରଖିଥିବା ସୂଚନା ମିଳିଛି ।

ରାୟପୁରର ବରିଷ୍ଠ ପୋଲିସ ଅଧୀକ୍ଷକ ପ୍ରଶାନ୍ତ ଅଗ୍ରୱାଲ କହିଛନ୍ତି, ‘ଅଶ୍ଳୀଳତା ପ୍ରଦର୍ଶନ ଅଭିଯୋଗରେ 29 ଜଣ ପ୍ରଦର୍ଶନକାରୀଙ୍କୁ ଅଟକ ରଖାଯାଇଛି । କୌଣସି ପ୍ରସଙ୍ଗରେ ଆପତ୍ତି ଅଭିଯୋଗ ଥିଲେ ସୁଦ୍ଧା ସର୍ବସାଧାରଣରେ ଏପରି ଅଶ୍ଳୀଳତା ପ୍ରଦର୍ଶନ କରିବା ଅଭିଯୋଗରେ ଭାରତୀୟ ଦଣ୍ଡ ସଂହିତା ଧାରା 146 (ଦଙ୍ଗା), 294 (ଅଶ୍ଳୀଳତା ପ୍ରଦର୍ଶନ ) ଏବଂ 353 (ସରକାରୀ କର୍ମଚାରୀଙ୍କୁ ତାଙ୍କ କର୍ତ୍ତବ୍ୟରେ ବାଧାଦେବା ବା ଆକ୍ରମଣ କରିବା ) ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମ ଅନୁଯାୟୀ ଗିରଫ କରାଯାଇଛି । ସମସ୍ତଙ୍କୁ କୋର୍ଟ ଚାଲାଣ କରାଯିବ ।’

ଏହା ମଧ୍ୟ ପଢନ୍ତୁ:- ଚାକିରି ବର୍ଷେ ପୂରିନି, ପ୍ରଥମ ପୋଷ୍ଟିଂରେ ଲାଞ୍ଚ ନେଇ ଧରାପଡ଼ିଲେ

ଏହାପୂର୍ବରୁ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା କରି କରି ଜଣେ ବିକ୍ଷୋଭକାରୀ କହିଛନ୍ତି, ‘ସରକାରଙ୍କ ଦ୍ୱାରା ଗଠିତ ଏକ ଅନୁସନ୍ଧାନ କମିଟିର ତଦନ୍ତରୁ ଏହା ଜଣାପଡିଛି ଯେ, 267 ସରକାରୀ କର୍ମଚାରୀ ଚାକିରି ପାଇବା ପାଇଁ ଜାଲ୍ ଏସସି /ଏସଟି ସାର୍ଟିଫିକେଟ୍ ବ୍ୟବହାର କରିଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନି । ଏପରିକି ଚାକିରିକୁ ବର୍ଷେ ପୂରିନି, ପ୍ରଥମ ପୋଷ୍ଟିଂରେ ଲାଞ୍ଚ ନେଇ ଧରା ପଡ଼ିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ସେମାନେ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିବାରୁ ଶେଷରେ ସେମାନେ ଏପରି ପ୍ରତିବାଦ କରିବାକୁ ବାଧ୍ୟ ହେଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.