ETV Bharat / bharat

କେରଳର ନିଆରା ପର୍ବ, ଦିନକ ପାଇଁ ପୁରୁଷ ପାଲଟନ୍ତି ସ୍ତ୍ରୀ

author img

By

Published : Mar 25, 2023, 10:36 PM IST

ଏହି ପର୍ବରେ ଗୋଟିଏ ଦିନ ଲାଗି ସ୍ତ୍ରୀ ରୂପ ଧାରଣ କରନ୍ତି ପୁରୁଷ । ମହିଳାଙ୍କ ପରି ଶାଢୀ ପିନ୍ଧିବା ସହିତ ସଜେଇ ମଧ୍ୟ ହୁଅନ୍ତି । କେରଳର ଏହି ସ୍ଥାନରେ ଏଭଳି ନିଆରା ପର୍ବ ପାଳନ କରାଯାଏ । ଅଧିକ ପଢନ୍ତୁ

Men Dress Up As Women
Men Dress Up As Women
କେରଳର ନିଆରା ପର୍ବ, ଗୋଟିଏ ଦିନ ପାଇଁ ପୁରୁଷ ପାଲଟନ୍ତି ସ୍ତ୍ରୀ

ଥିରୁଅନନ୍ତପୁରମ: ଭାରତ ଭଳି ଭିନ୍ନ ଭାଷାଭାଷୀ, ଧର୍ମାବଲମ୍ବୀ ବାସ କରୁଥିବା ଦେଶର ପର୍ବପର୍ବାଣି ମଧ୍ୟ ନିଆରା । ଭିନ୍ନ ଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପ୍ରକାରେ ନିଜ ପର୍ବକୁ ପାଳନ କରିଥାନ୍ତି ଲୋକେ । କେରଳର କୋଲାମ ଜିଲ୍ଲାରେ ଏମିତି ଏକ ପର୍ବ ପାଳନ କରାଯାଏ, ଯେଉଁଠି ଗୋଟିଏ ଦିନ ପୁରୁଷ-ମହିଳାଙ୍କୁ ଚିହ୍ନିବା କଷ୍ଟକର ହୋଇପଡ଼େ । ଅର୍ଥାତ ଛାମାୟାଭିଲ୍ଲାକୁ ପର୍ବ ଲାଗି ପୁରୁଷମାନେ ମହିଳାଙ୍କ ପରି ବେଶଭୂଷା ଧାରଣ କରନ୍ତି । ଶାଢୀ ପିନ୍ଧିବାଠାରୁ ଆରମ୍ଭ କରି ମହିଳାଙ୍କ ପରି ସଜେଇ ହୋଇଥାନ୍ତି ମଧ୍ୟ । ମା' ଭଗବତୀଙ୍କୁ ଏହି ପର୍ବରେ ପୂଜାର୍ଚ୍ଚନା କରନ୍ତି ଶ୍ରଦ୍ଧାଳୁ ।

ପୁରୁଷଙ୍କ ସମେତ ତୃତୀୟ ଲିଙ୍ଗୀ ମଧ୍ୟ ଏହି ପର୍ବକୁ ପାଳନ କରିଥାନ୍ତି । ପ୍ରଥମେ କିଛି ଗାଈ ଜଗାଳୀ ଏହି ପର୍ବକୁ ପାଳନ କରିଥିଲେ । ଏହାପରେ ପ୍ରତିବର୍ଷ ପୁରୁଷ ଶ୍ରଦ୍ଧାଳୁମାନେ ୨ଦିନ ଧରି ଏହି ଦିବସକୁ ପାଳନ କରିଥାନ୍ତି । ସେମାନେ ମନ୍ଦିରରେ ଦୀପ ଜାଳିବା ସହିତ ମା'ଙ୍କୁ ଆରାଧନା କରିଥାନ୍ତି । ମଧ୍ୟରାତ୍ରୀ ପର୍ଯ୍ୟନ୍ତ ଏହି ପର୍ବକୁ ପାଳନ କରାଯାଏ । ମାଲାୟାଲାମ ମାସ 'ମିନାମ'ର ୧୦ମ ଓ ଏକାଦଶ ୨ଦିନ ଧରି ପୁରୁଷମାନେ ପାରମ୍ପରିକ ଢଙ୍ଗରେ ଏହି ଦିବସକୁ ପାଳନ କରିଥାନ୍ତି । ପୁରୁଷମାନେ ସ୍ତ୍ରୀ ବେଶ ଧାରଣ କରିବା ଲାଗି ମନ୍ଦିରରେ ଏକ ସ୍ବତନ୍ତ୍ର କୋଠରୀର ମଧ୍ୟ ବ୍ୟବସ୍ଥା କରାଯାଏ ।

ଏହା ବି ପଢନ୍ତୁ- Earth Hour: ଭାରତ ପାଳିଲା ଆର୍ଥ ଆୱାର ଦିବସ, ୧ ଘଣ୍ଟା ବନ୍ଦ ହେଲା ଲାଇଟ୍‌

ମନ୍ଦିରର କିମ୍ବଦନ୍ତୀ:- ସ୍ଥାନୀୟ ଅଞ୍ଚଳରେ ବିଶ୍ବାସ ରହିଛି ଯେ ଦିନେ କିଛି ପିଲାମାନେ ଗାଈ ଜଗିବାକୁ ଆସିଥିଲେ । ଏହି ସମୟରେ ସେମାନେ ଏକ ନଡ଼ିଆ ପାଇଥିଲେ ଏବଂ ଏହାକୁ ଭାଙ୍ଗିବାକୁ ଉଦ୍ୟମ କରିଥିଲେ । ନଡିଆ ନ ଭାଙ୍ଗିବା ପରେ ଏହାକୁ ଏକ ପଥରରେ ବାଡେଇ ଭାଙ୍ଗିବାକୁ ଉଦ୍ୟମ କରିଥିଲେ । ଏହାପରେ ଉକ୍ତ ପଥରରୁ ସଙ୍ଗେ ସଙ୍ଗେ ରକ୍ତର ଧାର ବୋହିବାକୁ ଲାଗିଥିଲା । ଯାହାକୁ ଦେଖି ପିଲାମାନେ ପ୍ରଥମେ ଆଶ୍ଚର୍ଯ୍ୟ ହୋଇପଡ଼ିବା ସହ ଭୟଭୀତ ହୋଇପଡିଥିଲେ । ଏହାପରେ ସେମାନେ ସେଠାରୁ ଦୌଡ଼ି ପଳାଇ ଆଖପାଖ ଲୋକ ଓ ପରିବାର ଲୋକଙ୍କୁ ଖବର ଦେଇଥିଲେ ।

ଏହାପରେ ସ୍ଥାନୀୟବାସୀ, ପିଲାମାନଙ୍କ ପରିବାର ଓ କିଛି ଜ୍ୟୋତିଷ ଉକ୍ତ ସ୍ଥାନରେ ପହଞ୍ଚିଥିଲେ । ଜ୍ୟୋତିଷ ଜଣକ ଉକ୍ତ ପଥରକୁ ଯାଞ୍ଚ କରିବା ପରେ ଏଥିରେ ଦିବ୍ୟଶକ୍ତି ଥିବା ଜାଣିବାକୁ ପାଇଥିଲେ । ପଥରରେ ବନଦୁର୍ଗାଙ୍କ ଦିବ୍ୟଶକ୍ତି ରହିଥିବା ଜାଣିବା ପରେ ସେ ଲୋକଙ୍କୁ ମଧ୍ୟ ଅବଗତ କରାଇଥିଲେ । ଏହାପରେ ଉକ୍ତ ପଥରକୁ ପୂଜା କରିବା ଲାଗି ମନ୍ଦିର ତୋଳିବାକୁ ପରାମର୍ଶ ଦେଇଥିଲେ । ଏହାପରେ ମନ୍ଦିର ନିର୍ମାଣ ପରେ ଏହାର ନାମ କୋଟଙ୍କୁଲାଙ୍ଗରା ମନ୍ଦିର ନାମରେ ନାମିତ କରାଗଲା । ଯାହାକି କେରଳର କୋଲାମ ଜିଲ୍ଲାରେ ରହିଛି । ଏଠାରେ ପ୍ରତିଦିନ ମା'ଙ୍କ ନିକଟରେ ନଡିଆ ଭଙ୍ଗାଯାଉଥିବା ବେଳେ ଏହାକୁ ଭୋଗ ଲଗାଯାଏ । ଏହା ମନ୍ଦିରର ସବୁଠୁ ମୁଖ୍ୟ ରୀତିନୀତି ମଧ୍ୟରୁ ଅନ୍ୟତମ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.