ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଦିବ୍ୟାଙ୍ଗତା କ୍ଷେତ୍ରରେ ସହଯୋଗ ପାଇଁ ଭାରତ ଏବଂ ଚିଲି ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷର ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ଏହି ଦ୍ବିପାକ୍ଷିକ ବୁଝାମଣାପତ୍ର ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଭାରତ ସରକାର ଏବଂ ଚିଲି ସରକାରଙ୍କ ମଧ୍ୟରେ ଦିବ୍ୟାଙ୍ଗତା କ୍ଷେତ୍ରରେ ମିଳିତ ପଦକ୍ଷେପ ସହଯୋଗକୁ ପ୍ରତ୍ସାହନ କରିବ। । ଏହା ଭାରତ ଏବଂ ଚିଲି ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କକୁ ମଜବୁତ କରିବ ।
- ଏହି ବୁଝାମଣା ତଥା ଚୁକ୍ତି ହେବା ଫଳରେ ଏକାଧିକ କ୍ଷେତ୍ରରେ ଲାଭନ୍ବିତ ହେବେ ଦିବ୍ୟାଙ୍ଗ
- ଚୁକ୍ତି ଦ୍ବାରା ଉଭୟ ଦେଶ ମଧ୍ୟରେ ଦିବ୍ୟାଙ୍ଗଙ୍କ ପାଇଁ ହେବାକୁ ଥିବା ଯୋଜନା ଗୁଡିକ ହେଉଛି
- ଦିବ୍ୟାଙ୍ଗତା ସହିତ ଜଡିତ ନୀତି ଏବଂ ସେବା ପ୍ରଦାନ କରିବା ଉପରେ ସୂଚନା ବଣ୍ଟନ କରିବା
- ସୂଚନା ଏବଂ ଜ୍ଞାନ ଆଦାନପ୍ରଦାନ କରିବା
- ସହାୟକ ଉପକରଣ ସମ୍ବନ୍ଧିତ ପ୍ରଯୁକ୍ତିରେ ସହଯୋଗ
- ଦିବ୍ୟାଙ୍ଗତା କ୍ଷେତ୍ରରେ ପାରସ୍ପରିକ ହିତ ନିମନ୍ତେ ବିଭିନ୍ନ ପ୍ରକଳ୍ପର ବିକାଶ
- ଦିବ୍ୟାଙ୍ଗତାର ପ୍ରାଥମିକ ପର୍ଯ୍ୟାୟରେ ଚିହ୍ନଟ ଏବଂ ନିରାକରଣ
- ବିଶେଷଜ୍ଞ, ଶିକ୍ଷାବିତ ଏବଂ ଅନ୍ୟାନ୍ୟ ପ୍ରଶାସନିକ କର୍ମଚାରୀଙ୍କ ଆଦାନ ପ୍ରଦାନ
ଏହା ଅଧୀନରେ ଥିବା କାର୍ଯ୍ୟକଳାପ ପାଇଁ ଖର୍ଚ୍ଚ ବହନ କରିବା ପାଇଁ ଏମଓୟୁ ଅର୍ଥ ପ୍ରଦାନ ପାଇଁ ଯାନ୍ତ୍ରିକ କୌଶଳ ଯୋଗାଇ ଦିଆଯିବ । ପାଣ୍ଠି ଏବଂ ସମ୍ବଳର ଉପଲବ୍ଧତାକୁ ଦୃଷ୍ଟିରେ ରଖି ଏହିପରି କାର୍ଯ୍ୟକଳାପ ପାଇଁ ଖର୍ଚ୍ଚ ଉଭୟ ସରକାର ପରସ୍ପର ମଧ୍ୟରେ ସ୍ଥିର କରିବେ । ମିଳିତ କାର୍ଯ୍ୟକଳାପ ପାଇଁ ଆନ୍ତର୍ଜାତୀୟ ଭ୍ରମଣ / ରହଣି ପାଇଁ ଆୟୋଜକ ଦେଶ ହେବାକୁ ଥିବା ଖର୍ଚ୍ଚ ବହନ କରିବେ ।
ଏହାବାଦ ବିଭିନ୍ନ ପ୍ରସଙ୍ଗରେ ବ୍ୟାପକ ପ୍ରସଙ୍ଗ ବିଚାରରେ ସମାନତା ଉପରେ ଆଧାର କରି ଭାରତ ଚିଲିର ସମ୍ପର୍କ ଉତ୍ତମ ସମ୍ପର୍କ ରହିଛି । ଗତ 2019-20 ବର୍ଷ ଥିଲା ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କର 70 ତମ ବର୍ଷ । ଦୁଇ ଦେଶ ମଧ୍ୟରେ ବିଗତ କିଛି ବର୍ଷରେ ଦ୍ବିପାକ୍ଷିକ ସମ୍ପର୍କ ମଜବୁତ ହୋଇଛି ।
@ANI