ETV Bharat / bharat

ମେହବୁବା ମୁଫତି ପୁଣି ଗୃହବନ୍ଦୀ ! - ପିପୁଲ୍ସ ଡେମୋକ୍ରାଟିକ ପାର୍ଟି ସଭାପତି ମେହବୁବା ମୁଫତି

ଜମ୍ମୁ କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କୁ (Mehbooba Mufti) କରାଯାଇଛି ଗୃହବନ୍ଦୀ ! ଯାହାକୁ ନେଇ ପୁଣି ଥରେ ସେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଅଧିକ ପଢନ୍ତୁ

କାଶ୍ମୀର ପଣ୍ଡିତଙ୍କୁ ଆକ୍ରମଣ ଘଟଣା : ମେହବୁବା ମୁଫତିଙ୍କୁ କରାଯାଇଛି ନଜର ବନ୍ଧୀ !

author img

By

Published : Apr 13, 2022, 10:05 AM IST

ଶ୍ରୀନଗର: ଜମ୍ମୁ କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିପୁଲ୍ସ ଡେମୋକ୍ରାଟିକ ପାର୍ଟି (PDP) ସଭାପତି ମେହବୁବା ମୁଫତିଙ୍କୁ(Mehbooba Mufti) କରାଯାଇଛି ଗୃହବନ୍ଦୀ । ଏକଥା ଆମେ କହୁନୁ ଏଭଳି କହିଛନ୍ତି ଖୋଦ ମେହବୁବା ମୁଫତି । ଯାହାକୁ ନେଇ ସେ ପୁଣି ଥରେ ସେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ମୁଫତି କହିଛନ୍ତି ଯେ ସେ ପ୍ରାୟ ତିନି ଦିନ ପୂର୍ବେ ସୋପିଆନରେ ଆକ୍ରମଣର ଶିକାର ହୋଇଥିବା କାଶ୍ମୀର ପଣ୍ଡିତଙ୍କ ପରିବାରକୁ ଦେଖା କରିବାକୁ ଚାହୁଁଥିଲେ ।

  • Placed under house arrest today because I wanted to visit the family of the Kashmiri pandit attacked in Shopian. GOI wilfully spreads fake propaganda about Kashmiri mainstream & muslims responsible for pandit exodus & doesn’t want this fake divisive narrative to be exposed. pic.twitter.com/wRPet5cX98

    — Mehbooba Mufti (@MehboobaMufti) April 12, 2022 " class="align-text-top noRightClick twitterSection" data=" ">

ହେଲେ କେନ୍ଦ୍ର ସରକାର କାଶ୍ମୀର ପଣ୍ତିତଙ୍କ ଉପରକୁ ଗୁଳି ଚାଳନା ଓ ନିର୍ଯାତନା ପାଇଁ ମୁସଲମାନମାନଙ୍କୁ ଦାୟୀ କରିବା ସହ ମିଛ ଅପପ୍ରଚାର କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ଏହି ଅପପ୍ରଚାର କରି ସେ ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ବିଭାଜନ କରିବାକୁ ଚାହୁଁଛନ୍ତି ବୋଲି ସେ ଟ୍ବିଟ କରିଛନ୍ତି । ଯାହାକୁ ନେଇ ସେ ବିଜେପି ସରକାର ଉପରେ ବର୍ଷିଛନ୍ତି ।

ସୂଚନା ଅନୁସାରେ, ଏପ୍ରିଲ 9ରେ ଆତଙ୍କବାଦୀ ଆକ୍ରମଣରେ ଦକ୍ଷିଣ କାଶ୍ମୀରର ସୋପିଆନ ଜିଲ୍ଲାର ଛୋଟିଗାମ ଅଞ୍ଚଳରେ ଥିବା କାଶ୍ମୀର ପଣ୍ଡିତ ଦୋକାନୀଙ୍କୁ ଗୁଳି କରାଯାଇଥିଲା । ତେବେ ପଣ୍ତିତ ଜଣକ ହେଉଛନ୍ତି ୩୯ ବର୍ଷିୟ ବାଲ କ୍ରିସନ ବୋଲି ସୂଚନା ମିଳିଛି । ପୋଲିସ କହିଛି ଯେ ଆତଙ୍କବାଦୀମାନେ ସୋପିଆନର ଛୋଟିଗାମରେ ଥିବା ତାଙ୍କ ଘର ନିକଟରେ ବାଲ କୃଷ୍ଣ ନାମକ ଜଣେ କାଶ୍ମୀରୀ ପଣ୍ଡିତଙ୍କ ଉପରକୁ ଗୁଳି ଚଳାଇଥିଲେ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.