ETV Bharat / bharat

Journalist Irfan Mehraj arrest: କେନ୍ଦ୍ରକୁ ଟାର୍ଗେଟ କଲେ ମୁଫତି, କହିଲେ ସତ କହିଲେ ମିଳୁଛି ଦଣ୍ଡ - କାଶ୍ମୀର ଖବର

କାଶ୍ମୀରର ଯୁବ ସାମ୍ବାଦିକ ଗିରଫ ଘଟଣାରେ କେନ୍ଦ୍ରକୁ ଟାର୍ଗେଟ କଲେ ମୁଫତି । କହିଲେ ଗୁଜୁରାଟର କିରଣ ଭାଇ ପଟେଲଙ୍କୁ ମିଳୁଛି ସୁରକ୍ଷା, କିନ୍ତୁ ସାମ୍ବାଦିକ ସତ କହିଲେ ମିଳୁଛି ଦଣ୍ଡ । ଅଧିକ ପଢନ୍ତୁ

କେନ୍ଦ୍ରକୁ ଟାର୍ଗେଟ କଲେ ମୁଫତି, କହିଲେ ସତ କହିଲେ ମିଳୁଛି ଦଣ୍ଡ

author img

By

Published : Mar 22, 2023, 6:41 AM IST

ଶ୍ରୀନଗର: ଆତଙ୍କବାଦୀ ପାଣ୍ଠି ସଂଗ୍ରହରେ ସମ୍ପୃକ୍ତି ଅଭିଯୋଗରେ କାଶ୍ମୀରର ଯୁବ ସାମ୍ବାଦିକ ଇରଫାନ ମେହେରାଜଙ୍କୁ ଗିରଫ କରାଯିବା ଘଟଣାରେ କେନ୍ଦ୍ରର ବିଜେପି ସରକାର ଉପରେ ବର୍ଷିଛନ୍ତି ଜମ୍ମୁ କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫତି । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି (ପିଡିପି) ସୁପ୍ରିମୋ ମେହବୁବା ମୁଫତି ଗତକାଲି (ମଙ୍ଗଳବାର) ମୋଦି ସରକାରକୁ ସମାଲୋଚନା କରିଛନ୍ତି ।

ମୁଫତି କହିଛନ୍ତି, ଗୁଜୁରାଟର କିରଣ ଭାଇ ପଟେଲଙ୍କୁ କାଶ୍ମୀରରେ ପ୍ରଶାସନ ଦ୍ବାରା ଜେଡ ପ୍ଲସ୍ ସୁରକ୍ଷା ଏବଂ ସରକାରୀ ପ୍ରୋଟୋକଲ୍ ଯୋଗାଇ ଦିଆଯାଉଛି । ସେହି ସମୟରେ ଇରଫାନ୍ ମେହେରାଜଙ୍କ ପରି ସାମ୍ବାଦିକମାନେ ସତ୍ୟ କହିବା ଫଳରେ କାର୍ଯ୍ୟାନୁଷ୍ଠାନର ଶିକାର ହେଉଛନ୍ତି । ବେଆଇନ କାର୍ଯ୍ୟକଳାପ ନିରୋଧ ଅଧିନିୟମ (UAPA)କୁ ବାରମ୍ବାର ଦୂରୁପୋଯୋଗ କରାଯାଉଛି ।

ଗତକାଲି ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଏହି ଯୁବ ସାମ୍ବାଦିକଙ୍କୁ ଗିରଫ କରିଛି । ଗତକାଲି (ମଙ୍ଗଳବାର) ଇରଫାନଙ୍କୁ ତାଙ୍କ ଶ୍ରୀନଗର ସ୍ଥିତ ଘରୁ ତାଙ୍କୁ ଗିରଫ କରି ନୂଆଦିଲ୍ଲୀକୁ ସ୍ଥାନାନ୍ତର କରିଛି NIA । ରିପୋର୍ଟରେ କୁହାଯାଇଛି ଯେ NIA ରେ ପଞ୍ଜୀକୃତ FIR ନମ୍ବର RC-37/2020 ମାମଲାରେ ଇରଫାନଙ୍କୁ ବେଆଇନ କାର୍ଯ୍ୟକଳାପ ନିରୋଧ ଅଧିନିୟମ (UAPA) ଅଧୀନରେ ଗିରଫ କରାଯାଇଛି ।

ଇରଫାନ୍ ମେହେରାଜଙ୍କ ଗିରଫଦାରୀ ସମ୍ପର୍କରେ ଏନ୍ଆଇଏ ଏପର୍ଯ୍ୟନ୍ତ କୌଣସି ବିବୃତ୍ତି ଦେଇନାହିଁ । ଇରଫାନ୍ ଶ୍ରୀନଗରରର ବାସିନ୍ଦା ଏବଂ ବର୍ତ୍ତମାନ ଟୁ ସର୍କଲ୍ସ ଡଟ୍ ନେଟ (TwoCircles.net ) ନାମକ ଏକ ଓ୍ବେବସାଇଟ ସଞ୍ଚାଳିତ କରୁଛନ୍ତି । ସେ ଏହାର ଅନଲାଇନ୍ ଏଡିଟର୍ ଭାବରେ କାର୍ଯ୍ୟ କରୁଛନ୍ତି । ଏହାପୂର୍ବରୁ ସେ ଆଞ୍ଚଳିକ ଇଂରାଜୀ ଦୈନିକ ଖବର କାଗଜ "ରାଇଜିଂ କାଶ୍ମୀର"ରେ ମଧ୍ୟ ସହ-ସମ୍ପାଦକ ଭାବରେ କାର୍ଯ୍ୟ କରୁଥିଲେ ।

ଇରଫାନ୍ କିଛି ଅନ୍ତର୍ଜାତୀୟ ସମ୍ବାଦ ସଂଗଠନ ସହିତ ଫ୍ରିଲାନ୍ସିଂ ମୋଡରେ ମଧ୍ୟ କାମ କରିଥିଲେ । ଘାଟିରେ କାଶ୍ମୀର ପଣ୍ଡିତଙ୍କୁ ଟାର୍ଗେଟ କିଲିଂ ଏବଂ ସୋପିଆନ ରଜୌରୀରେ ତିନିଜଣ ସାଧାରଣ ନାଗରିକଙ୍କୁ ସେନା ନକଲି ଏନକାଉଣ୍ଟର କରିଥିବା ସେ ରିପୋର୍ଟ ପ୍ରସ୍ତୁତ କରିଥିଲେ । ସେନା ମିଛ ଏନକାଉଣ୍ଟରରେ ସାଧାରଣ ଲୋକଙ୍କୁ ହତ୍ୟା କରି ଆତଙ୍କବାଦୀ ବୋଲି ଦର୍ଶାଇଥିବା ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ଯାହାକୁ ନେଇ ଭାରତୀୟ ତଦନ୍ତକାରୀ ସଂସ୍ଥାର ସ୍କାନରକୁ ଆସିଥିଲେ ସାମ୍ବାଦିକ ଇରଫାନ୍ । ପରେ ତାଙ୍କ କାର୍ଯ୍ୟକଳାପ ଉପରେ ସଂସ୍ଥା ନଜର ରଖିଥିଲା । ଏବେ ଏହି କାର୍ଯ୍ୟାନୁଷ୍ଠାନ ପରେ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି ମୁଫତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.