ETV Bharat / bharat

Putting Beef on Woman Face: ନୃଶଂସକାଣ୍ଡ ! ଦିବ୍ୟାଙ୍ଗ ଯୁବତୀଙ୍କ ମୁହଁ ଉପରେ ଗୋମାଂସ ରଖି ଛାଡିଲେ କୁକୁର

author img

By

Published : Feb 10, 2023, 9:58 PM IST

ଦିବ୍ୟାଙ୍ଗ ଯୁବତୀଙ୍କ ଉପରେ ଅକଥନୀୟ ଅତ୍ୟାଚାର । ନିଜ ଭାଇ ସାଜିଛି ରାକ୍ଷସ । ଦିବ୍ୟାଙ୍ଗ ଯୁବତୀଙ୍କ ମୁହଁ ଉପରେ ଗୋମାଂସ ରଖି କୁକୁରକୁ ଛାଡ଼ିଥିଲା ଭାଇ । ଫଳରେ ଯୁବତୀ ଗମ୍ଭୀର ଭାବେ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ

Putting Beef on Disabled Woman
Putting Beef on Disabled Woman

ଲକ୍ଷ୍ନୌ: ଦିବ୍ୟାଙ୍ଗ ଯୁବତୀଙ୍କ ସହ ଘଟିଛି ଛାତିଥରା ଘଟଣା । ଏହି ନୃଶଂସ କାଣ୍ଡ ଘଟାଇଛି ଯୁବତୀଙ୍କ ଭାଇ । ପ୍ରଥମେ ଦିବ୍ୟାଙ୍ଗ ଯୁବତୀଙ୍କ ମୁହଁ ଉପରେ ଗୋମାଂସ ରଖିଥିବା ବେଳେ ଏହାକୁ ଖାଇବା ଲାଗି କୁକୁରକୁ ଛାଡ଼ିଥିଲା । କୁକୁର ଯୁବତୀଙ୍କ ମୁହଁକୁ କ୍ଷତାକ୍ତ କରିଥିବା ବେଳେ ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଛି । ଯୁବତୀ ଜଣକ ଦିବ୍ୟାଙ୍ଗ ଥିବା ବେଳେ କଥା ବି କହିପାରନ୍ତି ନାହିଁ । କେବଳ ଇସାରା ଦ୍ବାରା କଥାବାର୍ତ୍ତା ହୋଇଥାନ୍ତି । ଏହି ନିନ୍ଦନୀୟ ଘଟଣା ଉତ୍ତରପ୍ରଦେଶ ମିରଟଠାରେ ଘଟିଥିବା ବେଳେ ଯୁବତୀଙ୍କ ଝିଆରୀ ଥାନାରେ ଅଭିଯୋଗ କରିଛନ୍ତି ।

ମେରଠ ଶାହନଥନ ଅଞ୍ଚଳର ଅଧିବାସୀ ଅର୍ଶି ପୁତ୍ରୀ ଇଜହାର ଅହମ୍ମଦ ଥାନାରେ ଏହି ଅଭିଯୋଗ କରିଛନ୍ତି । ଅର୍ଶିଙ୍କ ଅଭିଯୋଗ ଅନୁସାରେ ମିରଟ ଲିସାଡିଗେଡ ଥାନା ଅଞ୍ଚଳରେ କମେଲା ରୋଡରେ ତାଙ୍କ ଖାନଦାନି କବ୍ରିସ୍ତାନ ରହିଛି । ସେଠାରେ ତାଙ୍କ ହିଷ୍ଟ୍ରିସିଟର ଅପରାଧୀ ଚାଚା ଫରହାନ ରହିଥାନ୍ତି । ତାଙ୍କ ସହିତ ଅନ୍ୟ ଜଣେ ଚାଚା ରିହାନଙ୍କ ପରିବାର ଓ ଆହତ ଦିବ୍ୟାଙ୍ଗ ଯୁବତୀ ରହିଥାନ୍ତି । ଚାଚା ଫରହାନ ଗୋହତ୍ୟା ( ମାଂସ ପାଇଁ ଗାଈକୁ ହତ୍ୟା କରିବା) କରିଥାନ୍ତି । ଏଥିଲାଗି ଦିବ୍ୟାଙ୍ଗ ଯୁବତୀ ମଧ୍ୟ ତାଙ୍କୁ ରୋକିଥାନ୍ତି । ହେଲେ ଫରହାନ କାହା କଥା ଶୁଣିନଥାନ୍ତି ।

ଏହା ବି ପଢନ୍ତୁ- ମହାବିରୋଡ଼ ଗ୍ରାମ୍ୟ ବ୍ୟାଙ୍କ ଡକାୟତି ଘଟଣା, 9 ଗିରଫ

ଗତ ଫେବୃଆରୀ ୪ ତାରିଖରେ ରିହାନଙ୍କ ପତ୍ନୀ ଡେଲିଭରି ପାଇଁ ପଞ୍ଜାବ ଯାଇଥିଲେ । ଘରେ କେବଳ ଫରହାନ ଓ ଦିବ୍ୟାଙ୍କ ଯୁବତୀ ଥିଲେ । ସେହି ଦିନ ମଧ୍ୟ ଫରହାନଙ୍କୁ ଗୋହତ୍ୟା ନ କରିବାକୁ ଦିବ୍ୟାଙ୍ଗ ଯୁବତୀ ଜଣକ ବାରଣ କରିଥିଲେ । ଏହାପରେ ମଧ୍ୟ କବ୍ରିସ୍ତାନରେ ସେମାନେ ଗାଈକୁ ହତ୍ୟା କରିଥିଲେ । ଏହି କାର୍ଯ୍ୟ ଲାଗି ବାରଣ କରୁଥିବାରୁ ଦିବ୍ୟାଙ୍ଗ ଯୁବତୀଙ୍କୁ ଉପରେ କ୍ରୋଧାନ୍ବିତ ହୋଇ ଫରହାନ ତାଙ୍କ ମୁହଁ ଉପରେ ଗୋମାଂସ ରଖି ଏପରି ଛାତିଥରି କାଣ୍ଡ ଭିଆଇଥିଲା ।

କୁକୁର ଦିବ୍ୟାଙ୍ଗ ଯୁବତୀଙ୍କ ମୁହଁକୁ କ୍ଷତାକ୍ତ କରିଥିଲା । ଦିବ୍ୟାଙ୍ଗ ଜଣକ ଚାଲିବା, କହିବା ଲାଗି ଅସମର୍ଥ ଥିବାରୁ ସେ ଚିତ୍କାର ମଧ୍ୟ କରିପାରିନଥିଲେ । ଏଭଳି ନୃଶଂସକାଣ୍ଡ ଭିଆଇଥିବାରୁ ଅର୍ଶି ଥାନାରେ ଅଭିଯୋଗ କରିଥିଲେ । ପଡୋଶୀ ଏ ନେଇ ଅର୍ଶିଙ୍କୁ ସୂଚନା ଦେଇଥିଲେ । ଏହାପରେ ସେ ଆଇନର ଦ୍ବାରସ୍ଥ ହୋଇଥିବା କହିଛନ୍ତି । ଦିବ୍ୟାଙ୍ଗ ଯୁବତୀଙ୍କ ଏବେ ଚିକିତ୍ସା ଚାଲିଥିବା ବେଳେ ପୋଲିସ ମାମଲା ରୁଜୁ କରି ଘଟଣାର ଯାଞ୍ଚ ଆରମ୍ଭ କରିଛି । ଏହାସହିତ ଅଭିଯୁକ୍ତମାନଙ୍କୁ ଧରିବା ଲାଗି ଉଦ୍ୟମ କରୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.